୨୨କୋଟି ଵ୍ୟୟ ଅଟକଳରେ ନବୀକରଣ ହୋଇଛି କେସିଙ୍ଗା ରେଲୱେ ଷ୍ଟେଶନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅଧିନସ୍ଥ କେସିଙ୍ଗା ରେଲୱେ ଷ୍ଟେଶନର ଶୁଭ ଉଦଘାଟନ ଶୁକ୍ରବାର ରେଳ ବିଭାଗ ପକ୍ଷରୁ କରାଯିବ । କେସିଙ୍ଗା ଷ୍ଟେଶନର ନବୀକରଣ ବାବଦକୁ ୨୨କୋଟି ଖର୍ଚ୍ଚ ହୋଇ ଥିବା ରେଲୱେ ବିଭାଗ ପକ୍ଷରୁ ସୂଚନା ଦେଇଛି। ସେଥିପାଇଁ କେସିଙ୍ଗା ରେଲୱେ ଷ୍ଟେସନରେ ଆଜି ଠାରୁ ସଜବାଜ ଜୋରଦାର ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଶୁକ୍ରବାର ଅପରାହ୍ନରେ ୨.୩୦ମିନିଟରେ ଉଦଘାଟନ କରିବେ ବୋଲି ଇଷ୍ଟକୋଷ୍ଟର ପବ୍ଲିକ ରିଲେଶନ ଅଫିସର ତ୍ରିବିକ୍ରମ ସେଠ ସୂଚନା ଦେଇଛନ୍ତି ।

ଗତ ୧୯୩୧ମସିହାରେ ସ୍ଥାପିତ ଏହି ରେଲୱେ ଷ୍ଟେଶନର ନବୀକରଣ ୨୨କୋଟି ବ୍ୟୟ ଅଟକଳରେ କରାଯାଇଛି । ରାଜ୍ୟରେ ରେଳ ଭିତ୍ତିଭୂମିର ଆଧୁନିକୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି (ଶୁକ୍ରବାର, ୧୭ ଜୁଲାଇ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍‌ଘାଟନ କରିବେ । ଏହି ମେଗା ପ୍ରକଳ୍ପରେ ଓଡ଼ିଶାର ୭ଟି ପ୍ରମୁଖ ଷ୍ଟେଶନ ଯଥା ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼ ସାମିଲ ରହିଛି, ଯାହାର ନବକଳେବର ହୋଇଛି ।
କେନ୍ଦ୍ର ସରକାରଙ୍କ ‘ଅମୃତ ଭାରତ ଷ୍ଟେଶନ ଯୋଜନା’ ଅଧୀନରେ ଏହି ଷ୍ଟେଶନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଚାହିଁ ବିକଶିତ କରାଯାଇଛି । ଓଡ଼ିଶାର ଏହି ୭ଟି ଷ୍ଟେଶନର ନବୀକରଣ ପାଇଁ ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇଛି । ସ୍ଥାନୀୟ ଐତିହ୍ୟକୁ ବଜାୟ ରଖିବା ସହ ଯାତ୍ରୀମାନଙ୍କୁ ଆଧୁନିକ ସେବା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ।
ଯାତ୍ରୀଙ୍କ ସୁବିଧା ପାଇଁ ଆକର୍ଷଣୀୟ ନୂଆ ଷ୍ଟେଶନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଇଛି। ଷ୍ଟେଶନ ଗୁଡ଼ିକରେ ଲିଫ୍ଟ ସୁବିଧା ସହ ୧୨ ମିଟର ଚଉଡ଼ାର ପାଦଚଲା ପୋଲ ନିର୍ମାଣ କରାଯାଇଛି, ଯାହା ଦ୍ୱାରା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସହଜରେ ଯାତାୟତ କରିପାରିବେ।
ଯାତ୍ରୀଙ୍କ ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି । ଏହାସହ ଷ୍ଟେଶନ ବାହାରେ ଗହଳି ନିୟନ୍ତ୍ରଣ କରିବା ପାଇଁ ପାର୍କିଂ ଜାଗାକୁ ଅଧିକ ପ୍ରଶସ୍ତ ଓ ବ୍ୟବସ୍ଥିତ କରାଯାଇଛି । ଏହି ନବୀକରଣର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଷ୍ଟେଶନ ଗୁଡ଼ିକର ସୁନ୍ଦର କଳାକୃତି। ପ୍ରତ୍ୟେକ ଷ୍ଟେଶନର ନିର୍ମାଣ ଶୈଳୀରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଦେଖିବାକୁ ମିଳିବ। ଏଥିରେ ସ୍ଥାନୀୟ ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଏବଂ ଆଦିବାସୀ କଳାର ଚିତ୍ର ସ୍ଥାନ ପାଇଛି, ଯାହା ଓଡ଼ିଶାର ଗୌରବମୟ ପରିଚୟକୁ ପ୍ରଦର୍ଶିତ କରିବ।
ଏହି ସାତଟି ଷ୍ଟେଶନର ପୁନଃବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ ଦେବା ସହିତ ନିରାପଦ, ଆଧୁନିକ, ଅନ୍ତର୍ଭୁକ୍ତ ଏବଂ ଆରାମଦାୟକ ଯାତ୍ରା ସୁବିଧା ଯୋଗାଇବା ପାଇଁ ଚାଲିଥିବା ପ୍ରୟାସରେ ଆଉ ଏକ ମାଇଲଖୁଣ୍ଟ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?