ଆଜି ଓଳାଶୁଣୀରେ କେଶ ଯାତ୍ରା

ଚଣ୍ଡିଖୋଲ,୧୭ା୧:ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ମାଘ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ତଥା ଆସନ୍ତା ୧୮ରେ ଆରମ୍ଭ ହେବ। ମେଳା ଆରମ୍ଭ ପୂର୍ବରୁ ଏହାର ନିଆରା ପରମ୍ପରା ରବିବାର ଦେଖିବାକୁ ମିଳିବ। ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ୧୮୬ ତମ ମହାପ୍ରୟାଣ ଦିବସ ଅବସରରେ ଏହି ମେଳା ଆରମ୍ଭ ହୋଇଥାଏ। ତେବେ ଏହାର ପୂର୍ବଦିନ ଅର୍ଥାତ୍‌ ଦଶମୀ ତିଥିରେ ଏଠାରେ କେଶ ଯାତ୍ରା ଅନୁଷ୍ଠିତ ହେବ। କେଶ ଯାତ୍ରା ପରେ ଓଳାଶୁଣୀ ମେଳା ଆରମ୍ଭ ହୁଏ।
କିମ୍ବଦନ୍ତୀ ଅନୁଯାୟୀ ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ଜୀବିତ ଥିବା ଅବସ୍ଥାରେ ସେ ଓଳାଶୁଣୀ ପାହାଡ଼ ନିକଟସ୍ଥ ଶୁଖୁଆପଡ଼ା ଗ୍ରାମକୁ ଯାଇଥିଲେ। ସେ ସମୟରେ ସେହି ଗ୍ରାମର କମ୍ବୁ ମହାରଣାଙ୍କ ସ୍ତ୍ରୀ ଜହ୍ନି ମହାରଣା ତାଙ୍କ କେଶ କୁଣ୍ଡାଇ ଦେଇଥିଲେ। ଏହି ସମୟରେ ମହାପୁରୁଷଙ୍କ ଗୋଟିଏ କେଶ ଝଡ଼ି ପଡ଼ିଥିଲା। ସେ କେଶଟିକୁ ଜହ୍ନି ଲୁଚାଇ ଦେଇଥିଲେ। ଏହାକୁ ଦେଖି ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ତୁ ଯାହାକୁ ଲୁଚାଇ ରଖିଲୁ ତାକୁ ସମ୍ଭାଳିପାରିବୁ ତ, ବୋଲି ପ୍ରଶ୍ନ କରିଥିଲେ। ସେଥିରେ ସେ ମହାପୁରୁଷଙ୍କ ଅନୁମତି ମାଗିଥିଲେ। ସେହି କେଶଟିକୁ ରଖିବାକୁ ସନ୍ଥ ଅନୁମତି ଦେଇଥିଲେ। ଏହା ପରେ କେଶଟିକୁ ଜହ୍ନି ଏକ ଫରୁଆ ଭିତରେ ସାଇତି ରଖିବା ସହ ପୂଜା କରୁଥିଲେ। ଧୀରେ ଧୀରେ ଝଡ଼ିପଡ଼ିଥିବା ଗୋଟିଏ କେଶ ଏବେ ଜଟାରେ ପରିଣତ ହେଲାଣି। ସେଦିନଠାରୁ ଫରୁଆ ମଧ୍ୟରେ ରହିଥିବା କେଶକୁ ପୂଜା କରାଯାଏ। ଧୀରେ ଧୀରେ ସେହି କେଶର ବୃଦ୍ଧି ଘଟୁଥିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି। ତେବେ ପରମ୍ପରା ଅନୁଯାୟୀ ଫରୁଆ ମଧ୍ୟରେ ରହିଥିବା କେଶ ଦଶମୀ ତିଥିରେ ଓଳାଶୁଣୀ ପାହାଡ଼ର ଶୀର୍ଷ ଦେଶରେ ଥିବା ମହାପୁରଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠକୁ ଯିବା ପରେ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳାର ପ୍ରକ୍ରିିୟା ଆରମ୍ଭ ହୋଇଥାଏ, ଯାହାକୁ କେଶ ଯାତ୍ରା ବୋଲି କୁହାଯାଏ।
କେଶ ଯାତ୍ରା ମହାପୁରୁଷଙ୍କ ସମାଧି ପୀଠରେ ପହଞ୍ଚିଲା ପରେ ପୀଠାଧୀଶ ମହନ୍ତ ଡ. ନାମାନନ୍ଦ ଦାସ ସ୍ବାଗତ କରିବା ସହ ପୂଜାର୍ଚ୍ଚନା କରିବେ। ତା’ପରେ ମହାପୁରୁଷଙ୍କ ସମାଧି ପୀଠ ଦେଉଳରେ ଶୁଖୁଆପଡ଼ାର ଗ୍ରାମବାସୀ ବାନା ବାନ୍ଧିବେ। ଏହାପରେ ଓଳାଶୁଣୀ ମେଳାର ପ୍ରକ୍ରିୟା ଆରମ୍ଭ ହେବ। ସୂଚନାଯୋଗ୍ୟ, ସେତେବେଳେ ଶୁଖୁଆପଡ଼ା ଗ୍ରାମରେ ରହୁଥିବା ଜହ୍ନିଙ୍କ ପରିବାର ଏବେ ନିକଟସ୍ଥ ଲଲିତଗିରି ଗ୍ରାମକୁ ଉଠିଯାଇଛନ୍ତି। ଜହ୍ନିଙ୍କ ଉତ୍ତର ପୁରୁଷ ଭାବେ କଳ୍ପତରୁ ମହାରଣାଙ୍କ ଘରେ ଏବେ କେଶ ରହି ପୂଜା ପାଉଛି। ମଙ୍ଗଳବାର ସନ୍ଧ୍ୟାରେ ଲଲିତଗିରିରୁ ଏହି କେଶ ଯାତ୍ରା ଆରମ୍ଭ ହୋଇ ଓଳାଶୁଣୀ ପାହାଡ଼ର ଶୀର୍ଷଦେଶ ମହାପୁରୁଷଙ୍କ ସମାଧିପୀଠକୁ ଯାଇ ୩ଦିନ ରହିବ ା ସେହି କେଶକୁ ବହୁ ସାଧୁସନ୍ଥ ଦର୍ଶନ କରିବେ। ଏହାପରେ ତ୍ରୟୋଦଶୀ ତିଥିରେ କେଶ ଯାତ୍ରା ବିମାନଟି ଫେରିଆସିବ। ପାରମ୍ପରିକ ରୀତିନୀତି ଅନୁଯାୟୀ ମହାପୁରୁଷଙ୍କ ପଡ଼ୋଶୀ ଭାବେ ଶୁଖୁଆପଡ଼ା ଗ୍ରାମବାସୀ ରହିଥିବାରୁ ପ୍ରଥମେ ଶୁଖୁଆପଡ଼ାରୁ ଯାଇଥିବା ପୋଡ଼ପିଠା ଭୋଗ ହେବା ପରେ ଅନ୍ୟମାନଙ୍କ ଭୋଗ ମହାପୁରୁଷଙ୍କ ନିକଟରେ ଲାଗି ହୋଇଥାଏ। ସେହିଭଳି ଶୁଖୁଆପଡ଼ା ଗ୍ରାମବାସୀ ପ୍ରଥମେ ଭୋଜନ କଲେ ଅନ୍ୟମାନଙ୍କୁ ପ୍ରସାଦ ପରଷା ଯାଇଥାଏ ବୋଲି ମଠର ମଠାଧୀଶ ସୂଚନା ଦେଇଛନ୍ତି।
ମେଳା ଆଉ ୨ ଦିନ ବାକି ଥିଲାବେଳେ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପାହାଡ଼ର ପାଦଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ବ୍ୟବସାୟୀମାନେ ସେମାନଙ୍କ ପସରା ମେଲାଇ ସାରିଲେଣି। ଏହି କେଶ ଯାତ୍ରା ପରେ ବୁଧବାର ଓଡ଼ିଶାର ପ୍ରସିଦ୍ଧ ଓଳାଶୁଣୀ ଗୁମ୍ପା ମେଳା ଆରମ୍ଭ ହେବ। କେଶଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ସରିଛି ା ଚଳିତ ବର୍ଷ ବାଜା ରୋଶଣି ଓ ବାଣ ସହ ଘଣ୍ଟବାଦ୍ୟ ଏବଂ କୀର୍ତ୍ତନ ମଣ୍ଡଳୀମାନେ ଏଥିରେ ସାମିଲ ହେବେ ା ଏହା ସହ ଭକ୍ତମାନେ ମାନସିକ ଭାବେ ବାଣ ଫୁଟାଇବେ ବୋଲି ମଠର ମଠାଧୀଶ ଡ. ଦାସ ସୂଚନା ଦେଇଛନ୍ତି।

ପ୍ରଦୀପ୍ତ କୁମାର ପୃଷ୍ଟି


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?