Posted inଖେଳ

ନ୍ୟୁଜିଲାଣ୍ଡ ପ୍ରଥମ ଥର ଜିତିଲା ମହିଳା ଟି୨୦ ବିଶ୍ୱକପ, ପୁଣି ଭାଙ୍ଗିଲା ଦକ୍ଷିଣ ଆଫ୍ରିକା ସ୍ବପ୍ନ

ନୂଆଦିଲ୍ଲୀ,୨୦ା୧୦: ଆଇସିସି ମହିଳା ଟି୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩୨ ରନ୍‌ରେ ହରାଇ ପ୍ରଥମ ଥର ଟାଇଟଲ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ଚୋକର ନାମକୁ ପ୍ରମାଣିତ କରି କ୍ରମାଗତ ଦ୍ୱିତୀୟ ଫାଇନାଲରେ ପରାଜିତ ହୋଇଛି ଦକ୍ଷିଣ ଆଫ୍ରିକା। ଆମେଲିଆ କେର୍‌ (୪୩ ରନ ଓ ୩ ଉଇକେଟ)ଙ୍କ ଅଲରାଉଣ୍ଡ ସଫଳତା ବଳରେ ନ୍ୟୁଜିଲାଣ୍ଡ ଏହାର ଆଇସିସି ଟ୍ରଫି ମରୁଡି ଶେଷ କରିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡର ଆମେଲିଆ କେର୍‌ ପ୍ରଭାବୀ ବ୍ୟାଟିଂ କରିଛନ୍ତି। ଆମେଲିଆ ୪୩ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୫ ଉଇକେଟ ହରାଇ ୧୫୮ ରନ୍‌ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଉଇକେଟରେ ୧୨୬ ରନ୍‌ରେ ସୀମିତ ରହିଥିଲା। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିଥିଲା। ଜର୍ଜିଆ ପ୍ଲିମର ମାତ୍ର ୯ ରନ୍‌ କରି ଆଉଟ ହୋଇଥିବା ବେଳେ କ୍ୟାରିୟରର ୩୩୪ ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ସୁଜି ବେଟ୍ସ ୩୨ ରନ୍‌ କରିଥିଲେ। ସେ ଟପ୍‌ ସ୍କୋରର ଆମେଲିଆ କେର(୪୩)ଙ୍କ ସହ ୩୭ ରନ୍‌ ଯୋଡିଥିଲେ। ୩୧ ବଲ ଖେଳି ସେ ୩ ଚୌକା ମାରିଥିଲେ।

ପରେ ଆମେଲିଆ କେର୍‌ ଓ ବ୍ରୁକ୍‌ ହାଲିଡେ(୩୮)ଙ୍କ ମଧ୍ୟରେ ୫୭ ରନ୍‌ର ପାର୍ଟନରଶିପ୍‌ ହୋଇଥିଲା। ୧୯ ତମ ଓଭରରେ ଆଉଟ ହେବା ଆଗରୁ ଆମେଲିଆ ୩୮ ବଲ୍‌ ଖେଳି ୪ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ ମଧ୍ୟକ୍ରମରେ ବ୍ୟାଟିଂ କରିଥିବା ବ୍ରୁକ୍‌ ହାଲିଡେ ୨୮ ବଲ୍‌ ଖେଳି ୩ ଚୌକା ସହ ୩୮ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନୋନକୁଲୁଲେକୋ ମାଲବା ୨, ଆୟୋବୋଙ୍ଗା ଖାଖା, କ୍ଲୋଏ ଟ୍ରାୟନ ଓ ନାଡିନ୍‌ ଡି କ୍ଲର୍କ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୧୫୯ ରନ୍‌ ଳକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ବେଶ ଧୂଆଁଧାର ଆରମ୍ଭ କରିଥିଲା। ଦଳ ପକ୍ଷରୁ ଲୌରା ଓଲ୍ଭାଡର୍‌ଟ(୩୩) ଓ ତାଜମିନ୍‌ ବ୍ରିଟ୍ସ(୧୭) ପ୍ରଥମ ଉଇକେଟରେ ୫୧ ରନ୍‌ ଯୋଡିଥିଲେ। ଲୌରା ୨୭ ବଲ୍‌ ଖେଳି ୫ ଚୌକା ମାରିଥିଲେ। ପ୍ରଥମ ଉଇକେଟର ପତନ ପରେ ଦଳ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ପରାଜିତ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଆମେଲିଆ କେର ଓ ରୋଜମେରୀ ମେୟର ୩ଟି ଲେଖାଏ ଏଡେନ କାର୍ସନ, ଫ୍ରାନ୍‌ ଜୋନ୍ସ ଓ ବ୍ରୁକ୍‌ ହାଲିଡେ ଗୋଟିଏ ଲେଖାଏ ଉଇକେଟ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?