ଅବ୍ୟବସ୍ଥାରେ କେରେଡାଙ୍ଗ ଉଚ୍ଚ ବିଦ୍ୟାଳୟ

ନୂଆଗଡ଼,୧୦ା୪: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଛାତ୍ରୀଛାତ୍ରମାନଙ୍କୁ ଉନ୍ନତ ମାନର ପାଠପଢା ସହିତ ଅନ୍ୟାନ୍ୟ ଜ୍ଞାନକୌଶଳର ଅଭିବୃଦ୍ଧି ପାଇଁ ବିଦ୍ୟାଳୟଗୁଡିକର ରୂପାନ୍ତରଣ କାର୍ଯ୍ୟ କରୁଛନ୍ତି। ଏଥିସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରି ସରକାରୀ ବିଦ୍ୟାଳୟଗୁଡିକ ରୂପାନ୍ତରଣ କାର୍ଯ୍ୟ କରିବା ପାଇଁ ୫-ଟି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଆଦିବାସୀ ଉପାନ୍ତ ଅଞ୍ଚଳରେ ସରକାରୀ ବିଦ୍ୟାଳୟର ସଫଳ ରୂପାୟନ କରିବାଲାଗି ଉପଯୁକ୍ତ ଦେଖାରଖା ତଥା ଦୂରଦୃଷ୍ଟି ଅଭାବରୁ ଉନ୍ନତ ମାନର ଏବଂ ଠିକ ଭାବେ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ ହେଉଛି। ଗଜପତି ଜିଲା ନୂଆଗଡ଼ ବ୍ଲକ ଆଦିବାସୀ ଦୁର୍ଗମ କେରେଡାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ। ଅଚଳ ଅବସ୍ଥାରେ ଶୌଚାଳୟ ଥିବାବେଳେ ପାଣିର ବ୍ୟବସ୍ଥା ନାହିଁ। ବିଦ୍ୟାଳୟ ପରିସର ବାହାରେ ଥିବା ନଳକୂଅରୁ ମଟର ସଂଯୋଗ କରାଯାଇଛି ହେଲେ ସେଥିରୁ ମଧ୍ୟ ପାଣି ବାହାରୁ ନାହିଁ। ଛାତ୍ରୀଛାତ୍ର ବାହାରେ ଯାଇ ପରିସ୍ରା କରୁଥିବା ସହ ପିଇବା ପାଇଁ ପାଣି ମୁନ୍ଦେ ନ ଥିବା କହିଛନ୍ତି। ବିଦ୍ୟୁତର ଠିକ୍‌ ସଂଯୋଗ ହୋଇ ନ ଥିବାରୁ ଗ୍ରୀଷ୍ମ ଋତୁରେ ଫ୍ୟାନ ସବୁ ଅଚଳ ଅବସ୍ଥାରେ ଏବଂ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରୀଛାତ୍ର। ବିଦ୍ୟାଳୟ ପରିସରର ଦୁଇଟି ବଖରା କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ଅଫିସ କାର୍ଯ୍ୟାଳୟ ହୋଇନାହିଁ। ପଡ଼ିଆରେ ଗଦା ଗଦା ହୋଇ ମାଟି ପଡ଼ି ରହିଥିବା ବେଳେ ପଡି଼ଆର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଅଧାପନ୍ତରା ଭାବେ ରହିଛି। କେଉଁଠି କାନ୍ଥ ଫାଟିଛି ତ କେଉଁଠି ତଳର ଟାଇଲ ଅଧା ପଡି଼ନି। କମ୍ପ୍ୟୁଟର ଲାବ୍‌ର ଝରକା କବାଟ ଚତୁଃପାର୍ଶ୍ୱରେ ଲାଗିଥିବା ଟାଇଲ ଗୋଟି ଗୋଟି ହୋଇ ଖସି ପଡୁଥିବା ବେଳେ କବାଟ ଠିକ୍‌ ଭାବେ ପଡୁନି। ଫଳରେ ବିଦ୍ୟାର୍ଥୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟ ନବମ, ଦଶମ ଶ୍ରେଣୀ ନିମନ୍ତେ ୨୦୦୯ରେ ସ୍ଥାପିତ ହୋଇଛି। ଏହାକୁ ଏକ ବର୍ଷ ପୂର୍ବେ ଦ୍ୱିତୀୟ ପର୍ଯ୍ୟାୟରେ ୫-ଟି ଯୋଜନାରେ ରୂପାନ୍ତରିତ କରାଯାଇଛି। କନିଷ୍ଠ ଯନ୍ତ୍ରୀଙ୍କ ନାମରେ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର କାର୍ଯ୍ୟାଦେଶ ଦିଆଯାଇଥିଲା। ସ୍ଥାନୀୟ ପ୍ରଶାସନର ଅବହେଳାରୁ ବିଦ୍ୟାଳୟର ଅବସ୍ଥା ଏଭଳି ସ୍ଥିତିରେ ରହିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବିଦ୍ୟାଳୟର ସମସ୍ୟା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବରଙ୍କୁ ପଚାରି ବୁଝିବାରୁ ଏହାର ତଦନ୍ତ କରିଛି, ଶୀଘ୍ର ବିଦ୍ୟାଳୟର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri