Posted inଜାତୀୟ

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ ପ୍ରଥା କିମ୍ବା ବ୍ୟକ୍ତିଗତ ଆଇନ ଉପରେ ନୁହେଁ। ୧୭ ବର୍ଷୀୟା ଜଣେ ନାବାଳିକାଙ୍କ ସହ ବାରମ୍ବାର ବଳାତ୍କାର ଅଭିଯୋଗରେ ଚାଲିଥିବା ଅପରାଧିକ ମାମଲାକୁ ରଦ୍ଦ କରିବା ପାଇଁ ଅଭିଯୁକ୍ତ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଅଭିଯୁକ୍ତଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ମୁସଲିମ୍ ରୀତିନୀତି ଅନୁଯାୟୀ ସେ ନାବାଳିକାଙ୍କୁ ବିବାହ କରିଥିଲେ। ତେଣୁ ତାଙ୍କ ବିରୋଧରେ ବଳାତ୍କାର ମାମଲା ଚାଲିପାରିବ ନାହିଁ ବୋଲି ଦାବି କରାଯାଇଥିଲା। ଅଭିଯୁକ୍ତଙ୍କ ଓକିଲ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୫ର ଅପବାଦ-୨କୁ ମଧ୍ୟ ଉଲ୍ଲେଖ କରିଥିଲେ। ଯୁକ୍ତି ଥିଲା ଯେ ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ‘ଆଇନଗତ ପତ୍ନୀ’ଙ୍କ ସହ ଶାରୀରିକ ସମ୍ପର୍କକୁ ବଳାତ୍କାର ଭାବେ ଗଣାଯାଇପାରିବ ନାହିଁ।

ମାମଲାର ପୃଷ୍ଠଭୂମି ୨୦୨୧ ଅକ୍ଟୋବରର। ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ପ୍ରଲୋଭିତ କରି ନିଜ ଘରକୁ ନେଇଯାଇଥିଲେ। ସେଠାରେ ପ୍ରାୟ ୪ ଦିନ ଧରି ତାଙ୍କ ସହ ଲଗାତାର ଯୌନ ନିର୍ଯାତନା କରାଯାଇଥିବା ଅଭିଯୋଗ ରହିଛି। ଏହି ଘଟଣାରେ ଅନ୍ୟ କିଛି ଲୋକ ମଧ୍ୟ ସହଯୋଗ କରିଥିବା ଅଭିଯୋଗ ରହିଛି। ଏପରିକି ନାବାଳିକାଙ୍କ ମାତାପିତା ସବୁକିଛି ଜାଣିଥିଲେ ମଧ୍ୟ ଚୁପ୍ ରହିଥିବା ଅଭିଯୋଗ କରାଯାଇଛି। ଜଷ୍ଟିସ୍ ଜୋବିନ୍ ସେବାଷ୍ଟିଆନ୍ ଅଭିଯୁକ୍ତଙ୍କ ଯୁକ୍ତିକୁ ଖାରଜ କରି ସୁପ୍ରିମକୋର୍ଟଙ୍କ ‘ଇଣ୍ଡିପେଣ୍ଡେଣ୍ଟ ଥଟ୍’ ମାମଲାର ରାୟକୁ ଉଲ୍ଲେଖ କରିଛନ୍ତି।ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୧୮ ବର୍ଷରୁ କମ୍ ବୟସର କୌଣସି ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ, ସେ ଅଭିଯୁକ୍ତଙ୍କ ପତ୍ନୀ ହୋଇଥିଲେ ମଧ୍ୟ, POCSO ଆଇନ ଅନୁଯାୟୀ ଅପରାଧ।

କୋର୍ଟ କହିଛନ୍ତି, ବ୍ୟକ୍ତିଗତ ଆଇନ କିମ୍ବା ଧର୍ମୀୟ ରୀତିନୀତିର ମାନ୍ୟତା ଯାହା ବି ହେଉ, ଏହା POCSO ଆଇନର କଠୋର ବ୍ୟବସ୍ଥାରୁ କାହାକୁ ସୁରକ୍ଷା ଦେଇପାରିବ ନାହିଁ। ପଟ୍ଟାମ୍ବି ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟରେ ଚାଲିଥିବା ଏହି ମାମଲାକୁ ନେଇ ହାଇକୋର୍ଟ କହିଛନ୍ତି ଯେ, POCSO ଆଇନର ଧାରା ୪୨ଏ ଅନୁଯାୟୀ ଏହି ଆଇନକୁ ଅନ୍ୟ ଆଇନ ଉପରେ ପ୍ରାଧାନ୍ୟ ମିଳିଛି। ଅର୍ଥାତ୍, ୧୮ ବର୍ଷରୁ କମ୍ ବୟସର ଜଣେ ଶିଶୁଙ୍କ ଅଧିକାର ଓ ସୁରକ୍ଷା ପ୍ରଶ୍ନରେ କୌଣସି ଧର୍ମୀୟ ପ୍ରଥା, ବ୍ୟକ୍ତିଗତ ଆଇନ କିମ୍ବା ପରମ୍ପରା ଆଇନର ବ୍ୟବସ୍ଥାକୁ ଅକାମୀ କରିପାରିବ ନାହିଁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ରୋକିବା ନେଇ ଗୁରୁତ୍ୱାରୋପ, ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରଖି…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ର ସଠିକ କାର୍ଯ୍ୟକାରିତା ସହ ବାଲ୍ୟ ବିବାହ ରୋକିବା ଦିଗରେ ନିଯୁକ୍ତ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ…

ଗାଧୋଇବାକୁ ଯାଇଥିଲେ, ମିଳିଲା ମୃତଦେହ

ନୂଆପଡ଼ା,୧୦ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ ମିଛାପାଲି ପଞ୍ଚାୟତ ଗରେଲ ବାହାଲିପଡ଼ାରେ ଏକ ଅଘଟଣ ଘଟିଛି। ଚହଲା ପାଣିରେ ବୁଡ଼ି ଜଣେ ବ୍ୟକ୍ତି ପ୍ରାଣ…

ସୁଧୁରୁନି ରାସ୍ତାର ଅବସ୍ଥା, ଏନ୍‌ଏସିକୁ ଦାବିପତ୍ର ପ୍ରଦାନ କରି…

ପଦ୍ମପୁର,୧୦ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଏନ୍‌ଏସି ଅନ୍ତର୍ଗତ ଥାନା ସମ୍ମୁଖରୁ ଡା. ବି.ଆର୍‌. ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଦୂର କରି ତୁରନ୍ତ ରାସ୍ତା ନିର୍ମାଣ ଓ…

କେବିକେ ବିକାଶ ଯୋଜନାରୁ ବଞ୍ଚିତ ହେବେ ୪ ପଞ୍ଚାୟତ, ଆନୁଆଲ ଆକ୍ସନ ପ୍ଲାନ୍‌କୁ ନେଇ ଅସନ୍ତୋଷ

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କେବିକେ ବିକାଶ ଯୋଜନାର ଆନୁଆଲ ଆକ୍ସନ ପ୍ଲାନ୍‌କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକର ୧୨ଟି ପଞ୍ଚାୟତ…

ଲାଲୁଙ୍କ ପରିବାରକୁ ବଡ଼ ଝଟକା; IRCTC ମନି ଲଣ୍ଡରିଂ ମାମଲାରେ କୋର୍ଟ କହିଲେ..

ପାଟନା,୧୦।୯: IRCTC ଅର୍ଥ ହେରଫେର (ମନି ଲଣ୍ଡରିଂ) ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର (୧୦…

ଭାରତ ଗସ୍ତ କରିବେ ନାହିଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ; ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଅଂଶଗ୍ରହଣ ନ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦିଆଯାଇଛି।…

୬୫ ବର୍ଷର ରେକର୍ଡ ଭାଙ୍ଗିଲେ ଇଶାନ କିଶାନ: ହାସଲ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୦।୯:ଅଧିନାୟକ ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ ଦଳ ୨୦୨୬ ଦୁଲିପ ଟ୍ରଫି (Duleep Trophy) ବିଜୟୀ ହୋଇଛି। ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ ଦଳ…

ସରକାରଙ୍କ ଋଣ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ନେଇ ପରାମର୍ଶ

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଜିଲା ବ୍ୟାଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri