କେରଳ ସୁନା

ନଗଦ ଅର୍ଥ ପରେ ସବୁଠାରୁ ଅଧିକ ଲିକ୍ୟୁଡିଟି ବା ସହଜରେ ଅର୍ଥ ଭଳି କାମ ଦେଉଥିବା ହଳଦିଆ ଧାତୁ ହେଲା ସୁନା। ବିଶେଷକରି ବିମୁଦ୍ରୀକରଣ ପରେ ଓ ଭାରତୀୟ ଟଙ୍କାର ଅବମୂଲ୍ୟାୟନ ସର୍ବଦା ଘଟୁଥିବାରୁ ଏହି ଧାତୁର ଚାହିଦା ବୃଦ୍ଧି ପାଉଛି। ସେଥିପାଇଁ ଏହି ଦ୍ରବ୍ୟର ବହୁଳ ମାତ୍ରାରେ ଚୋରାଚାଲାଣ ହୋଇଥାଏ। ଭାରତରେ ଗୁଜରାଟ, ଡାମନ ଓ ମହାରାଷ୍ଟ୍ର ପରେ ଏବେ ନୂତନ ଭାବେ କେରଳ ସୁନା ବ୍ୟବସାୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ବର୍ଷକ ମଧ୍ୟରେ ୨୩୦ କେଜି ସୁନା କେରଳ ରାଜଧାନୀ ଥିରୁଭାନନ୍ତପୁରମ୍‌କୁ ଚୋରା ଚାଲାଣ ହୋଇ ଆସିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପ୍ରକାଶ କରିଛି। ଓଡ଼ିଶାରେ ମଧ୍ୟ ସୁନା ଚୋରାଚାଲାଣ ଗତ କିଛି ବର୍ଷ ଧରି କ୍ରମାଗତ ହୋଇଆସୁଛି। ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବର୍ଷକ ମଧ୍ୟରେ ଅନେକ କିଲୋଗ୍ରାମ୍‌ ସୁନା ବାରମ୍ବାର ଜବତ ହୋଇଥିବାର ଖବର ପଢ଼ିବାକୁ ମିଳିଛି। କୋଭିଡ୍‌-୧୯ଜନିତ ଲକ୍‌ଡାଉନ ଯୋଗୁ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ ହୋଇଥିବାରୁ ଏବେ ଏହି କାରବାର ବନ୍ଦ ରହିଛି।
କେରଳ କଥା ଦେଖିଲେ ୫ ଜୁଲାଇରେ ଥିରୁଭାନନ୍ତପୁରମ୍‌ ବିମାନବନ୍ଦରରୁ ୩୦ କେଜି ସୁନା ଜବତ ହେବା ପରେ ଦେଶର ଏକ ବଡ଼ ଚୋରା କାରବାର ଘଟଣା ପଦାକୁ ଆସିଛି। ଏଥିରେ ମୁଖ୍ୟ ଅଭିଯୁକ୍ତ ପି.ଏସ୍‌. ସାରିଥ ଓ ସ୍ବପ୍ନା ସୁରେଶ ୟୁଏଇ କନ୍‌ସୁଲେଟ୍‌ର ଜାଲ୍‌ ଦସ୍ତାବିଜ ବ୍ୟବହାର କରି କୂଟନୈତିକ ଚ୍ୟାନେଲ ଜରିଆରେ ଏହାକୁ ଚାଲାଣ କରି ଆଣୁଥିଲେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ ପୂର୍ବତନ ସଚିବ ଏମ୍‌. ଶିବଶଙ୍କର ଏବଂ ସରକାରଙ୍କ ପୂର୍ବତନ ଆଇଟି ଅଧିକାରୀ ଅରୁଣ ବାଲଚନ୍ଦ୍ରନଙ୍କ ନାମ ଏଥିରେ ଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ସ୍ବପ୍ନା ସୁରେଶ ନାମ୍ନୀ ଯେଉଁ ମହିଳା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ତାଙ୍କ କଲ୍‌ ଲିଷ୍ଟରୁ ସରକାରଙ୍କ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀ ଥିବା ତଦନ୍ତ ଅଧିକାରୀ କହିଛନ୍ତି। ଇତିମଧ୍ୟରେ ଏହି ହାଇପ୍ରୋଫାଇଲ ମାମଲାରେ ଏନ୍‌ଆଇଏ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସୀମାଶୁଳ୍କ ବିଭାଗ ୧୩ ଜଣଙ୍କୁ ଧରିଥିବା ପ୍ରକାଶ କରିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହି ତଦନ୍ତକୁ ରାଜନୀତିକରଣ କରାଯିବାର ବାସ୍ନା ମିଳୁଛି। କେରଳର ବାମପନ୍ଥୀ ସରକାର କେନ୍ଦ୍ରର ମୋଦି ସରକାରଙ୍କୁ ବିରୋଧ କରୁଥିବାରୁ ପିନରାୟିଙ୍କୁ ଅଡ଼ୁଆରେ ପକାଇବା ସକାଶେ ପ୍ରଚେଷ୍ଟା ଆରମ୍ଭ ହୋଇଥିବା ଭଳି ମନେହେଉଛି।
ଦେଶର ସୁନା କାରବାରର ପ୍ରାୟ ୭୦ ପ୍ରତିଶତ ବ୍ୟବସାୟ ଚୋରା ଚାଲାଣ ଉପରେ ନିର୍ଭରଶୀଳ। ସୀମାଶୁଳ୍କର ଅଧିକାଂଶ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏଭଳି ର଼୍ୟାକେଟ ସହ ସମ୍ପୃକ୍ତ ଥିବା ଅତୀତରୁ ବହୁବାର ଜଣାପଡ଼ିଛି। କେରଳରେ ବର୍ଷକ ମଧ୍ୟରେ ଯେଉଁଭଳି ଭାବେ ସୁନା ଚୋରାଚାଲାଣ ହୋଇଛି ସେଥିରେ କୂଟନୈତିକ ଚ୍ୟାନେଲକୁ ଅନେକ ଥର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ତେବେ ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ସୁନା ଚୋରାଚାଲାଣର ତଦନ୍ତ ଦିଗକୁ ତଦାରଖ କରିବା ପାଇଁ କୋଚିରେ ପହଞ୍ଚିବା ଦର୍ଶାଉଛି ଯେ ଏଥିରେ ରାଜନୈତିକ ଦିଗକୁ ଯୋଡ଼ାଯାଇଛି। ଏକ ଆପରାଧିକ କାରବାରର ତଦନ୍ତ ଦିଗରେ ଡୋଭାଲଙ୍କ ଆଗ୍ରହ ବହୁ ଦିଗକୁ ସୂଚିତ କରୁଛି। ଡୋଭାଲ ଏବେ ଜେମ୍ସ ବଣ୍ଡ୍‌ ଭାବେ ପରିଚିତ ହେଉଛନ୍ତି। ତବଲିଘି ଜମାତକୁ ରାତିଅଧରେ ଯାଇ ସେ ସେଠାରେ ଥିବା ବିଭିନ୍ନ ପ୍ରାନ୍ତର ମୌଲାନାମାନଙ୍କୁ ତୁରନ୍ତ ନିଜ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସେତେବେଳେ ତାଙ୍କ ବିପକ୍ଷରେ ମତ ପ୍ରକାଶ ପାଇଥିଲା ଯେ, ଏହି ମୌଲାନାମାନଙ୍କୁ ବିଦା କରିଦେବା ପରିବର୍ତ୍ତେ ନିଜାମୁଦ୍ଦିନ୍‌ଠାରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ଉଚିତ ହୋଇଥାଆନ୍ତା। ଅନ୍ୟ ଏକ ଘଟଣାରେ ଡୋଭାଲଙ୍କ ନିଷ୍ପତ୍ତି ସମାଲୋଚିତ ହୋଇଥିଲା। ଚାଇନାର ବହିର୍ବ୍ୟାପାର ମନ୍ତ୍ରୀଙ୍କ ସହିତ ଭାରତର ପ୍ରତିନିଧି ଭାବରେ ଡୋଭାଲ ଆଲୋଚନା କରି ଗଲଓ୍ବାନ ଉପତ୍ୟକାର ସମସ୍ୟା ସମାଧାନ କରିଥିବାର ଖବର ମିଳିଥିଲା। ସେହି ସମାଧାନ ଫଳରେ ଭାରତୀୟ ସେନା ନିଜ ଅଞ୍ଚଳରୁ ଦୁଇ କିଲୋମିଟର ପଛକୁ ଫେରିଆସିଥିଲା। ଏଭଳି ପ୍ରଚ୍ଛଦପଟରେ ଡୋଭାଲଙ୍କ ଭଳି ଜଣେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଯେତେବେଳେ କେରଳରେ ମୁଣ୍ଡ ପୂରାଇଛନ୍ତି ସେତେବେଳେ ସେଠାରେ କିଛି ନାଟକୀୟ ଘଟଣା ଘଟିବାର ଆଭାସ ମିଳୁଛି। ଏହା ସୁନା ଚୋରା ଚାଲାଣଠାରୁ ଯଥେଷ୍ଟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri