Posted inଜାତୀୟ

ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷକୁ ବିଶେଷ ବିପର୍ଯ୍ୟୟ ଭାବେ ଘୋଷଣା କଲା କେରଳ

ଥିରୁଭାନନ୍ତପୁରମ, ୭।୩: କେରଳରେ ଲାଗି ରହିଥିବା ମଣିଷ-ବନ୍ୟପ୍ରାଣୀ ସଂଘର୍ଷକୁ ରାଜ୍ୟର ପିନାରାୟୀ ବିଜୟନ ସରକାର ବିଶେଷ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ନିକଟରେ ବିଭିନ୍ନ ଜନବସତି ଉପରକୁ ରାଜ୍ୟରେ ବନ୍ୟଜନ୍ତୁଙ୍କ ଆକ୍ରମଣ ଯୋଗୁ ଅନେକ ପ୍ରାଣହାନି ଘଟୁଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଘୋଷଣା କରାଯାଇଛି। ଏହା ଦ୍ୱାରା ମଣିଷ-ବନ୍ୟପ୍ରାଣୀ ସଂଘର୍ଷକୁ କମାଇବାରେ ରାଜ୍ୟ ବିପର୍ଯୟ ପରିଚାଳନା ପ୍ରାଧିକରଣ ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ଜିଲା ଏବଂ ସ୍ଥାନୀୟ ସ୍ତରରେ ୪ଟି କମିଟି ଗଠନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀମାନେ ଏହି କମିଟିର ସଦସ୍ୟ ରହିବା ନେଇ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ମଣିଷ-ବନ୍ୟଜନ୍ତୁ ସଂଘର୍ଷରେ ଚଳିତ ବର୍ଷ କେରଳରେ ୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ‘ଗଲଫ୍ରେଣ୍ଡ କଲ୍ଚର’ ଉପରେ ପୂର୍ଣ୍ଣଛେଦ ପକାଇବ BCCI! ଖେଳାଳିଙ୍କ ସାଥୀ ଆଉ…

ନୂଆଦିଲ୍ଲୀ,୪।୫: IPL ୨୦୨୬ ଭିତରେ BCCI ଏକ କଠୋର ନୂତନ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଟୁର୍ଣ୍ଣାମେଣ୍ଟ ସମୟରେ ଅନେକ ଖେଳାଳି ସେମାନଙ୍କ ପ୍ରେମିକାଙ୍କ…

ମଉଳିଗଲା TMCର ବଡ଼ ଆଶା, ସନ୍ଧ୍ୟା ୫ଟାରେ ଭାଜପା ମୁଖ୍ୟାଳୟ ଯିବେ ମୋଦି

ନୂଆଦିଲ୍ଲୀ,୪।୫: ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରୁଛି। ଆସାମରେ ଭାଜପା ସରକାର କ୍ଷମତାକୁ ଫେରିବାକୁ ଯାଉଥିବା ବେଳେ, ବଙ୍ଗଳାରେ ମମତା ବାନାର୍ଜୀଙ୍କ…

କୋଳି ତୋଳିବାକୁ ଜଙ୍ଗଲକୁ ଯାଇଥିଲେ ଯୁବତୀ, ୩ ଭାଲୁଙ୍କ ହାବୁଡ଼ରେ ପଡ଼ିଗଲେ, ଆଉ ତା’ପରେ…

ପାଟଣା,୪ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସଡ଼ଙ୍ଗ ବାହାଳି ଗ୍ରାମରେ ସୋମବାର ସକାଳୁ ଭାଲୁ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ…

ଆମେରିକାକୁ ୩୦ ଦିନର ଅଲ୍ଟିମେଟମ ଦେଲା ଇରାନ!

ତେହରାନ,୪।୫: ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ କରିବା ଏବଂ ଅତ୍ୟନ୍ତ ରଣନୈତିକ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ପୁନଃ ଖୋଲିବା ପାଇଁ ଇରାନ ଆମେରିକାକୁ ଏକ 14-ସୂତ୍ରୀ…

ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅଧିକାରୀଙ୍କ ସହ ଆଲୋଚନା କରି…

ଧାମନଗର,୪ା୫(ସନ୍ତୋଷ କୁମାର ମହାପାତ୍ର): ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଅନ୍ୟ ପ୍ରସ୍ତାବିତ କାର୍ଯ୍ୟ ବିଷୟରେ ଉପସ୍ଥିତ…

ପରାଜୟ ସ୍ୱୀକାର କଲେ କି ପିନାରାଇ ବିଜୟନ? ସୋସିଆଲ ମିଡିଆରେ ବାୟୋ ପରିବର୍ତ୍ତନକୁ ନେଇ ପ୍ରଶ୍ନବାଚୀ

ଥିରୁଭାନନ୍ତପୁରମ,୪।୫: କେରଳ ବିଧାନସଭା ନିର୍ବାଚନ ଫଳାଫଳର ଆନୁଷ୍ଠାନିକ ଘୋଷଣା ପୂର୍ବରୁ, ରାଜ୍ୟ ରାଜନୀତିରେ ଏକ ଅପ୍ରତ୍ୟାଶିତ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମୁଖ୍ୟମନ୍ତ୍ରୀ ପିନାରାଇ…

୩ଦିନ ବର୍ଷା-ପବନ-କୁଆପଥର ମାଡ଼, ଆଜି ୧୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୪ା୫(ବନ୍ଦନା ସେଠୀ): ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । କିଛିଦିନ ହେବ ବର୍ଷା ହେଉଥିବାବେଳେ ରବିବାର ମେଘୁଆ ପାଗ ଯୋଗୁ ତାତିରୁ ଆଶ୍ୱସ୍ତି ମିଳିଛି। ତେବେ…

ଜଙ୍ଗଲରୁ ୩ ବନ୍ଧୁକ ଜବତ କରି ଶିକାରୀଙ୍କୁ ଖୋଜୁଛି ପୋଲିସ

ଦାରିଙ୍ଗବାଡ଼ି,୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପର୍ତ୍ତମାହା ଜଙ୍ଗଲରେ ପୋଲିସ ଚଢ଼ାଉ କରି ୩ ଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri