Categories: ଖେଳ

କେରଳ ବ୍ଳାଷ୍ଟର୍ସର ପ୍ରଥମ ବିଜୟ

ବାମ୍ବୋଲିମ (ଗୋଆ),୨୮ା୧୨: ସ୍ଥାନୀୟ ଜିଏମ୍‌ସି ଆଥଲେଟିକ୍‌ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏକ ମ୍ୟାଚରେ କେରଳ ବ୍ଳାଷ୍ଟର୍ସ ୨-୦ ଗୋଲରେ ହାଇଦ୍ରାବାଦକୁ ପରାସ୍ତ କରିଛି। ଚଳିତ ସିଜନରେ ଦଳର ଏହା ହେଉଛି ପ୍ରଥମ ବିଜୟ। ପ୍ରଥମାର୍ଦ୍ଧରେ ଅବ୍‌ଦୁଲ ହାକୁ (୨୯ତମ ମିନିଟ୍‌) ହେଡର ଜରିଆରେ ଏକ ଗୋଲ ସ୍କୋର କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧର ୮୮ତମ ମିନିଟ୍‌ରେ ଜୋର୍ଡାନ ମୁରେ ଦଳ ପକ୍ଷରୁ ଦ୍ୱିତୀୟ ଗୋଲଟିକୁ ସ୍କୋର କରିଥିଲେ। କେରଳ ଦଳ ଏହି ମ୍ୟାଚ ପାଇଁ ଏସ୍‌ସି ଇଷ୍ଟବେଙ୍ଗଲ ବିପକ୍ଷ ଡ୍ର ମ୍ୟାଚରେ ଖେଳିଥିବା ଦଳରେ ୫ ପରିବର୍ତ୍ତନ କରିଥିଲା। ଅନ୍ୟପକ୍ଷରେ ହାଇଦ୍ରାବାଦ ୨ ଖେଳାଳିଙ୍କୁ ବଦଳାଇଥିଲା। ଲିଷ୍ଟନ କୋଲାକୋ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Share