Posted inଖେଳ

କେନିଆର ଏହି ମାରାଥନ ବିଜେତାଙ୍କୁ ୭ବର୍ଷ ବାସନ୍ଦ

ମୋନାକୋ,୧୧ା୭: ବୋଷ୍ଟନ ଓ ସିକାଗୋ ମାରାଥନର ପୂର୍ବତନ ବିଜେତା କେନିଆ ଧାବକ ଲରେନ୍ସ ଚେରୋନୋଙ୍କୁ ୭ବର୍ଷ ବାସନ୍ଦ କରାଯାଇଛି। ଡୋପିଙ୍ଗ ଏବଂ ଡ୍ରଗ୍‌ ଟେଷ୍ଟ ବିଫଳ ପାଇଁ ଜାଲ ଡକ୍ୟୁମେଣ୍ଟ ବ୍ୟବହାର ଅଭିଯୋଗରେ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି।

୨୦୨୨ରେ ଓରେଗନ୍‌ର ୟୁଜିନଠାରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବା ପୂର୍ବରୁ ନିଷିଦ୍ଧ ଉପାଦାନ ଟ୍ରିମେଟାଜିଡିନ୍‌ ପାଇଁ ଚେରୋନୋ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। କେନିଆର ଏହି ଧାବକ ୨୦୧୯ରେ ବୋଷ୍ଟନ ଓ ସିକାଗୋ ମାରାଥନ ଜିତିଥିଲେ।

୨୦୨୦ରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୨ଘଣ୍ଟା, ୩ ମିନିଟ ୪ ସେକେଣ୍ଡ ମାରାଥନ ଇତିହାସରେ ଦ୍ୱାଦଶ ଦ୍ରୁତତମ। ବାସନ୍ଦ ଦଣ୍ଡ ପିଛିଲା ୨୦୨୨ରୁ ଲାଗୁ ହେବ, ଯେତେବେଳେ ତାଙ୍କୁ ପ୍ରୋଭିଜନାଲ ସସ୍‌ପେଣ୍ଡ କରାଯାଇଥିଲା। ତାଙ୍କୁ ବର୍ତ୍ତମାନ ୩୫ବର୍ଷ ବୟସ ହୋଇଥିବାରୁ ତାଙ୍କ ଟପ୍‌ ଲେଭଲ କ୍ୟାରିୟର ଆପାତତଃ ଅନ୍ତ ଘଟିଛି।

ଚେରୋନୋଙ୍କ ଡୋପିଙ୍ଗ ମାମଲାର ରାୟ ଦୁଇ ବର୍ଷ ପରେ ପ୍ରକାଶ ପାଇଛି। ଚେରୋନୋ ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌(ଏଆଇୟୁ)କୁ ସଫେଇ ଦେଇ କହିଛନ୍ତି ଯେ, ଥରେ ତାଙ୍କର ପେଟ ଗଣ୍ଡଗୋଳ ଯୋଗୁ ଡାକ୍ତର ତାଙ୍କୁ ପେନ୍‌କିଲର ପରିବର୍ତ୍ତେ ଅଜ୍ଞାତ ପଦାର୍ଥ ବିଶିଷ୍ଟ ଏକ ଇଞ୍ଜେକ୍ସନ ଦେଇଥିଲେ।

ଏହା ପଛରେ ତାଙ୍କ ଈର୍ଷାନ୍ବିତ ଟ୍ରେନିଂ ପାର୍ଟନରମାନଙ୍କ ହାତ ରହିଥାଇପାରେ ବୋଲି ସେ କହିଛନ୍ତି। ପରେ ସେ ଆଉ ଏକ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ, ଯେଉଁଥିରେ ଦର୍ଶାଇଥିଲେ ଡାକ୍ତର ଯେଉଁ ଔଷଧ ଦେବାକୁ କହିଥିଲେ ତାହା ବଦଳରେ ତାଙ୍କ ସ୍ତ୍ରୀ ଭୁଲବଶତଃ ତାଙ୍କୁ ପେନ୍‌କିଲର ଦେଇଥିଲେ। ତେବେ କେନିଆରେ କୋର୍ଟଙ୍କ ଦ୍ୱାରା ହସ୍ତଗତ ମେଡିକାଲ ରେକର୍ଡରେ ଚେରୋନୋ ତାଙ୍କ ସ୍ତ୍ରୀଙ୍କଠାରୁ କୌଣସି ଔଷଧ ଗ୍ରହଣ କରିଥିବା ସମ୍ପର୍କରେ କୌଣସି ସୂଚନା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri