କେନ୍ଦୁପତ୍ର କ୍ରୟ ମାମଲା: ଏକାଠି ହେଲେ ତୋଳାଳି, କର୍ମଚାରୀ

କୋକସରା,୧୭।୪(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ବନାଞ୍ଚଳ ବିଜମରା କେନ୍ଦୁପତ୍ର ଫରେଷ୍ଟ ସେକ୍ସନରେ ରହିଥିବା ୧୪ଟି କେନ୍ଦୁପତ୍ର ଫଡ଼ି ବିରିମୁହାଣ, ଆମପାଣି, ରଏନଗୁଡା ବିଜମରା, ଧୋବେନଚଞ୍ଚରା, ଘଣ୍ଟିଗୁଡା, କୁଳେରଗୁଡା, ଗୋତୋମୁଣ୍ଡା, ପିପଲଝାପର, ଭାଲୁଚୁଆଁ, କନକପୁର,ପାଇକପଡା, ଜୟନ୍ତପୁର ଓ କନ୍ଦାଗଡ ଫଡ଼ିରେ ବିଗତ ୨/୩ ବର୍ଷ ହେବ ରାଜ୍ୟ ବାହାରର ବିଭିନ୍ନ ବେସରକାରୀ କମ୍ପାନୀ ସ୍ଥାନୀୟ କିଛି ନେତା ଓ ଦଲାଲଙ୍କୁ ହାତବାରିସୀ କରି ଗ୍ରାମସଭା ମାଧ୍ୟମରେ କେନ୍ଦୁପତ୍ର କ୍ରୟ ଆରମ୍ଭ କରିଛନ୍ତି। ଫଳରେ ୧୯୭୩ରୁ ସରକାରୀ ଭାବେ କେନ୍ଦୁପତ୍ର ଫରେଷ୍ଟ ଡିଭିଜନ କାର୍ଯ୍ୟ କରୁଥିବା କେନ୍ଦୁପତ୍ର କ୍ରୟ କର୍ମଚାରୀ ଚେକର, ମୁନସି, ଚପରାଶି ଓ ତୋଳାଳୀମାନେ ଜୀବିକା ହରାଇବା ସହ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହେଉଛି।

ଏନେଇ ଲଡୁଗାଁ ରେଞ୍ଜ ବିଜମରା ସେକ୍ସନ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ଶ୍ରମିକଙ୍କ ପକ୍ଷରୁ ତ୍ରିନାଥ ପୋଟାଙ୍କ ପରିଚାଳନାରେ କୋକସରା ବ୍ଲକ ମହିମା ପଞ୍ଚାୟତ ମହାଭାରତ ପଡ଼ି କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ଶ୍ରମିକଙ୍କ ପକ୍ଷରୁ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଜିଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଲଡୁଗାଁ କେନ୍ଦୁପତ୍ର ଡିଭିଜନର ରେଞ୍ଜର ରେବତୀକାନ୍ତ ନାଏକ, ବିଜମରା ଫରେଷ୍ଟର ହରିଶଙ୍କର ଧରୁଆ, ଜୟପାଟଣା ଫରେଷ୍ଟର ତ୍ରିଲୋକ୍ୟ ମାଝୀ, ରେଙ୍ଗାଳପାଲି ଫରେଷ୍ଟର ସୁଦାମ ଚରଣ ସାହୁ, ହେଡ ଚେକର ଦାମୋଦର ବିଶି, ସର୍କଲ ଚେକର ଅଲେଖ ନାଏକ, ତ୍ରିଭୁବନ ବଗର୍ତ୍ତି, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଗୋତୋମୁଣ୍ଡା ସମିତି ସଭ୍ୟା ଶାମୁକା ନାଏକ, ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୂଝାରି, ମହିମା ସରପଞ୍ଚ ଇଶରାମ କୋଲଥିଆ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ଉପସ୍ଥିତ ରହି କେନ୍ଦୁପତ୍ର ତୋଳାଳୀଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସରକାରୀ ସହାୟତାର ଲାଭ ଉଠାଇବାକୁ ପରାମର୍ଶ ଦେବା ସହ ବେସରକାରୀ କମ୍ପାନିକୁ କେନ୍ଦୁପତ୍ର ବିକ୍ରି ନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଲଡୁଗାଁ କେନ୍ଦୁପତ୍ର ଫରେଷ୍ଟ ଡିଭିଜନର ୧୪ ଫଡ଼ିରେ ନିୟୋଜିତ ରହିଥିବା ମୁନସି , ଚେକର, ଚପରାଶି ଓ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri