କେନ୍ଦ୍ରାପଡ଼ା: ଭୋଟରେ ପ୍ରତିଫଳିତ ହେବ ଆଞ୍ଚଳିକ ସମସ୍ୟା

କେନ୍ଦ୍ରାପଡ଼ା ଅଫିସ,୨୩ା୧: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାରେ ମୋଟ ୧୦,୫୮୭ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି । ଜିଲାର ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟରେ ଏହି ପ୍ରାର୍ଥତ୍ପତ୍ରର ଯାଞ୍ଚ ଶନିବାର ଚାଲିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରତ୍ୟାହାର ପାଇଁ ସୁଯୋଗ ଥିବା ବେଳେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ। ଅପରପକ୍ଷେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଶେଷ ଦିନରେ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ପ୍ରାର୍ଥୀ ଚୟନ ଦଳୀୟ ଅସନ୍ତୋଷର ସୂଚନା ଦେଇଛି। ଜିଲା ପରିଷଦ ସଭ୍ୟ ପାଇଁ ୩୧ ଜଣ ସ୍ବାଧୀନ ପ୍ରାର୍ଥୀ ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି । ଦଳୀୟ ଅସନ୍ତୋଷ ସହ ପ୍ରଚାର ପ୍ରସାର କ୍ଷେତ୍ରରେ ଚଳିତ ଥର କୋଭିଡ୍‌ କଟକଣା ବାଧକ ହେବ । ଆଞ୍ଚଳିକ ସମସ୍ୟା ଭୋଟଦାନରେ ପ୍ରତିଫଳିତ ହେବ ବୋଲି ରାଜନୈତିକ ବିଶ୍ଲେଷକ ଓ ଭୋଟରମାନେ ମତ ଦେଇଛନ୍ତି ।

ମହାକାଳପଡ଼ାର ହରେକୃଷ୍ଣ ମଣ୍ଡଳ କୁହନ୍ତି, ମହାକାଳପଡ଼ା ଓ ରାଜନଗର ବ୍ଲକର ତଟବର୍ତ୍ତୀ ଅଞ୍ଚଳରେ ୭ ମାସ ଧରି ସାମୁଦ୍ରିକ କଟକଣା ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ଲୋକଙ୍କ ଜୀବିକା ଉପରେ ବାଧକ ସାଜିଛି। ନଭେମ୍ବର ୧ରୁ ମେ’ ୩୧ ତାରିଖ ଯାଏ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଆଳ ଦେଖାଇ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ଛଡ଼ାଯାଉନାହିଁ। କଟକଣା ସମୟରେ ମିଳୁଥିବା କ୍ଷତିପୂରଣ ଟଙ୍କାରେ ମତ୍ସ୍ୟଜୀବୀଙ୍କ ପରିବାର ଚଳାଇବା କଷ୍ଟକର ବ୍ୟାପାର ହୋଇଛି। ଏନେଇ ସ୍ବର ଉଠାଇ ସମସ୍ୟାର ସମାଧାନ କରିବାକୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ନେତୃତ୍ୱ ପାଇଁ ଚୟନ କରାଯିବ । ଛପାଲି ଗ୍ରାମର ହରେକୃଷ୍ଣ ପାତ୍ର କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ମୁଖ୍ୟ ସମସ୍ୟା । ଗ୍ରାମରେ ହାତଗଣତି ଟ୍ୟାପ୍‌ ଯୋଗେ ଜଳ ଯୋଗାଣ ହେଉଥିବା ବେଳେ ପ୍ରାୟ ୮୦ପ୍ରତିଶତ ଲୋକ ଶୁଦ୍ଧ ଜଳରୁ ବଞ୍ଚତ୍ତ ହେଉଛନ୍ତି । କେନ୍ଦ୍ରାପଡ଼ା, ଡେରାବିଶ ବ୍ଲକକୁ ଛାଡ଼ିଦେଲେ ସବୁଠି ଜଳକଷ୍ଟ ଲାଗି ରହିଛି । ଏହାର ପ୍ରଭାବ ଆସନ୍ତା ନିର୍ବାଚନରେ ଦେଖିବାକୁ ମିଳିବ । ରାଜନୈତିକ ବିଶ୍ଳେଷକ ପ୍ରତାପ କୁମାର ପାଢ଼ୀ, ସରୋଜରାଜ ସିଂହ, ସୁନୀଲ କୁମାର ଗନ୍ତାୟତ ପ୍ରମୁଖ କହିଛନ୍ତି, ରାସ୍ତା, ସେତୁ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ଆଞ୍ଚଳିକ ମୌଳିକ ସମସ୍ୟା ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଆୟୁଧ ହେବ । ତେବେ ପ୍ରାର୍ଥତ୍ତ୍ୱ ସମ୍ପର୍କରେ ବୁଝାଇବା ପାଇଁ ସଭା, ମେଳି, ଭୋଜିଭାତ ଆଦି କୋଭିଡ୍‌ କଟକଣା ପାଇଁ ବନ୍ଦ ରହିଛି । ଯାହା ପ୍ରଚାର ପ୍ରସାର କ୍ଷେତ୍ରରେ ସମସ୍ୟା ହେବ । ନିର୍ବାଚନ ଆରମ୍ଭରୁ ପୋଷ୍ଟର ବ୍ୟାନର ସହ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ଆରମ୍ଭ ହୋଇଛି । ଏହି ଧାରା ଶେଷ ପର୍ଯ୍ୟନ୍ତ ବଜାୟ ରହିବ । ଚଳିତ ଥର ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ନେତାମାନେ ଦଳୀୟ ଅସନ୍ତୋଷକୁ ରୋକି ପାରିନାହାନ୍ତି। ରାଜନୈତିକ ହିଂସା ପ୍ରତି ଜିଲା ପ୍ରଶାସନ ସତର୍କ ରହିବା ଆବଶ୍ୟକ। ୧୯୯୨ ନିର୍ବାଚନରେ ରାଜନୈତିକ ହିଂସା ପରବର୍ତ୍ତୀ ସମୟରେ ଧାର୍ମିକ ହିଂସାକାଣ୍ଡରେ ପରିଣତ ହୋଇ ଜିଲାର ଭାଇଚାରାକୁ ନଷ୍ଟ କରିଥିଲା ବୋଲି ବିଶ୍ଳେଷକମାନେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗାଚରଣ ମହାରଣା କହିଛନ୍ତି, ନିର୍ବାଚନ ପାଇଁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ସରିଛି। ଚଳିତ ନିର୍ବାଚନରେ କୋଭିଡ୍‌ କଟକଣା ଓ ରାଜନୈତିକ ହିଂସା ପ୍ରତିହତ ପାଇଁ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri