ଗ୍ରୀନ୍‌, ୟେଲୋକୁ ଟପି ଅରେଞ୍ଜ ଜୋନ୍‌ରେ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ,୧୧ା୧୧: କେନ୍ଦ୍ରାପଡ଼ା ଜିଲାରେ ଦିନକୁଦିନ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ବାୟୁ ଗୁଣବତ୍ତା ସୂଚୀର ୨୨୫କୁ ଛୁଇଁ ଏକ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ଜିଲାରେ ଖଣି ନାହିଁ। ଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇ ନ ଥିବା ବେଳେ ରେଳରୁ ଧୂଅଁା ବାହାରୁ ନାହିଁ। ଏହାସତ୍ତ୍ୱେ ପ୍ରତିବର୍ଷ ବାୟୁ ପ୍ରଦୂଷଣକୁ ନେଇ ହେଉଥିବା ସର୍ଭେ ଚିନ୍ତାର କାରଣ ସାଜିଛି। ଆକ୍ୱ୍ୟୁୱେଦର ଡଟ କମ ସର୍ଭେ ଅନୁଯାୟୀ, କେନ୍ଦ୍ରାପଡ଼ାର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୱ୍ୟୁଆଇ) ସକାଳ ସାଢେ ୫ଟାରେ ୨୧୫ ଓ ପୂର୍ବାହ୍ନ ସାଢେ ୯ଟାରେ ୨୨୫ ପଏଣ୍ଟ ହୋଇ ଗ୍ରୀନ, ୟେଲୋକୁ ଟପି ଅରେଞ୍ଜ ଜୋନରେ ପହଞ୍ଚତ୍ ଥିଲା। ଏଠାରେ ଏୟାର ପାର୍ଟିକୁଲେଟ ମ୍ୟାଟର (ପିଏମ୍‌) ୧୦ ଓ ପିଏମ୍‌ ୨.୫ ସ୍ତର ଅଧିକ ହେବାରେ ଲାଗିଛି। ଫଳରେ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିବ ବୋଲି ଏଠାରେ ସତର୍କ ସୂଚନା ଦିଆଯାଇଛି। ଜଳ ସହିତ ବାୟୁ ପ୍ରଦୂଷଣର ତୁରନ୍ତ ନିୟନ୍ତ୍ରଣ ନ ହେଲେ ଏକ୍ୱ୍ୟୁଆଇ ବଢ଼ି ରେଡ ଜୋନରେ ରହିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରିଛନ୍ତି।
ଏ ସମ୍ପର୍କରେ ଡା. ବୀରେନ୍ଦ୍ର କୁମାର ଦାସ, ଅଧ୍ୟାପକ ଭୁବନ ମୋହନ ଜେନା, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ଶିଳ୍ପ ବିହୀନ କେନ୍ଦ୍ରପଡ଼ା ଜିଲାର ଜଳ ଓ ବାୟୁକୁ ଶିଳ୍ପ ପ୍ରଦୂଷିତ କରୁଛି। ସେହିପରି ପ୍ଲାଷ୍ଟିକ ପ୍ରଦୂଷଣ ବିଶ୍ୱତାପନକୁ ବୃଦ୍ଧି କରୁଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୱ୍ୟୁଆଇ) ଶୂନରୁ ୫୦ ମଧ୍ୟରେ ରହିଲେ ସର୍ବୋତ୍ତମ ଭାବେ ଧରାଯାଇ ଗ୍ରୀନ ଜୋନରେ ରଖାଯାଏ। ଏହି ଅଞ୍ଚଳରେ ବାୟୁ ପ୍ରଦୂଷଣ ନ ଥିବାରୁ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ନ ଥାଏ। ଏକ୍ୱ୍ୟୁଆଇ ୫୧ରୁ ୧୦୦ ମଧ୍ୟରେ ରହିଲେ ସାଟିସଫାକ୍ଟୋରି ଜୋନ ଓ ୧୦୧ରୁ ୨୦୦ ମଧ୍ୟରେ ରହିଲେ ମଡରେଟଲି ପଲ୍ୟୁଟେଡ ବା ୟେଲୋ ଜୋନ ମଧ୍ୟରେ ରଖାଯାଇଥାଏ। ଏହାପରେ ଅରେଞ୍ଜ ଜୋନ ଅଞ୍ଚଳ ରହୁଥିବାରୁ ବାହାର ଚଳାଚଳ ଉପରେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ। ୟେଲୋ ଜୋନ ଅଧୀନରେ ଥିବା ଅଧିବାସୀ ସାଧାରଣ ସୁସ୍ଥ ଲୋକ ମଧ୍ୟ ଚର୍ମ, ଆଜମା, ଟିବି, କିଡନୀ, ଲିଭର, କ୍ୟାନସର ଆଦି ରୋଗଗ୍ରସ୍ତ ହେବା ସମ୍ଭାବନା ଅଧିକ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୨୦୨୧ ରିପୋର୍ଟରେ ରାଜ୍ୟର କେତେଗୋଟି ଶିଳ୍ପାଞ୍ଚଳ ସହିତ କେନ୍ଦ୍ରାପଡ଼ାର ବାୟୁମଣ୍ଡଳକୁ ନିରୀକ୍ଷଣ କରାଯାଇଥିଲା। ଏଥିରେ କେନ୍ଦ୍ରାପଡ଼ାର ବାୟୁ ପ୍ରଦୂଷଣ ଦ୍ରୁତ ବେଗରେ ବଢ଼ୁଥିବା ରିପୋର୍ଟ ଆସିଛି। ଏହି ଜିଲାରେ ପ୍ରଦୂଷଣ ପାଇଁ କୌଣସି କାର୍ଯ୍ୟ ହେଉ ନ ଥିବା ବେଳେ ପଡୋଶୀ ଜିଲାର ଶିଳ୍ପ ଏହାକୁ ପ୍ରଦୂଷିତ କରୁଛି। ବ୍ରାହ୍ମଣୀ ଓ ମହାନଦୀ କୂଳରେ ଥିବା ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଜଳରେ ପ୍ରବାହିତ ହୋଇ କେନ୍ଦ୍ରାପଡ଼ା ମଧ୍ୟ ଦେଇ ସମୁଦ୍ରରେ ମିଶୁଛି। ସେହିପରି ଜିଲାର ଅତି ନିକଟରେ ଥିବା ଜଗତ୍‌ସିଂହପୁର, ଯାଜପୁର, କଟକ ଜିଲାର ଶିଳ୍ପରୁ ନିର୍ଗତ ରାସାୟନିକ ବାଷ୍ପ, ଧୂଅଁା, ନିର୍ଗତ ଧୂଳି ଆଦି କେନ୍ଦ୍ରାପଡ଼ାକୁ ଭାସି ଆସି ବାୟୁ ପ୍ରଦୂଷଣକୁ ବଢ଼ାଉଛି। ଏହି ବିଷାକ୍ତ ଜଳ ଓ ବାୟୁ ସାଧାରଣ ଜନଜୀବନକୁ ରୋଗଗ୍ରସ୍ତ କରୁଥିବା ବେଳେ ଚାଷ ପ୍ରଭାବିତ ହେଉଛି। ସେହିପରି ଭିତରକନିକା, ଜୈବ ବିବିଧତା, ବନ୍ୟ ଓ ସାମୁଦ୍ରିକ ପ୍ରାଣୀକୁ ନଷ୍ଟ କରୁଛି। ଏପରି କି ଭୂତଳ ଜଳରେ ନାଇଟ୍ରେଟ, ଆଇରନ, ଫ୍ଲୋରାଇଡ ଅଧିକ ପରିମାଣରେ ଥିବା ଗତ ମାର୍ଚ୍ଚ ମାସରେ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ପ୍ରଦାନ କରିଛନ୍ତି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାର କରିବା ସହ ବ୍ୟାପକ ଜଙ୍ଗଲ ସୃଷ୍ଟି ପାଇଁ ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri