ଆଶାୟୀଙ୍କଠୁ ଆଗରେ ଅରବିନ୍ଦ

କେନ୍ଦ୍ରାପଡ଼ା,୧୦ା୩(ଜଗନ୍ନାଥ ଧଳ): ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥ ଭାଜପା ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ନିକଟରେ ବିଜେଡିରେ ସାମିଲ ହେବା ପରେ କେନ୍ଦ୍ରାପଡ଼ା ଜିଲା ପାଟକୁରା ରାଜନୀତି ଚଳଚଞ୍ଚଳ ହୋଇଛି । ଗତ ୨୪ ବର୍ଷ ହେଲା ପ୍ରାୟ ସବୁଆଡ଼ୁ କୋଣଠେସା ହୋଇଥିବା ବିଜୟଙ୍କ ପୁଅର ଭବିଷ୍ୟତ ଦେଖି ବିଜେଡିରେ ମିଶ୍ରଣକୁ ସମ୍ମତି ପ୍ରଦାନ କରିଥିବା ସାଧାରଣରେ ଆଲୋଚନା ହେଉଛି। ବିଜେଡିରେ ମିଶିବା ପରେ ଅରବିନ୍ଦ କହିଛନ୍ତି, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ, ତାହା ସେ ତୁଲାଇବେ । ଅନ୍ୟପକ୍ଷରେ ତାଙ୍କର ବିଜେଡିରେ ମିଶ୍ରଣ କେନ୍ଦ୍ରାପଡ଼ା ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି  ।ବହୁ ଆଶାୟୀ ପ୍ରାର୍ଥୀ ଏବେ ଆଶଙ୍କାରେ ଅଛନ୍ତି। ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ଏକ ଅଣ କଂଗ୍ରେସର ଗଡ଼ ଭାବେ ପରିଚିତ ହୋଇଆସିଛି। ଏଠାରୁ ସ୍ବର୍ଗତ ବିଜୁ ପଟ୍ଟାନାୟକ ୧୯୮୦ରେ ବିଧାୟକ ଭାବେ ଜିତିଥିଲେ। ପରବର୍ତ୍ତୀ ସମୟରେ ଏଠାରୁ ବିଜୁବାବୁଙ୍କ ଏକାନ୍ତ ଅନୁଗତ ବିଜୟ ମହାପାତ୍ର ଉପ ନିର୍ବାଚନରେ ଜିତିଥିଲେ । ୧୯୮୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପାଟକୁରା ବିଧାୟକ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ବିଜୁବାବୁଙ୍କ ଦେହାନ୍ତ ପରେ ବିଜୁ ଜନତା ଦଳ ଗଠନରେ ବିଜୟଙ୍କ ସକ୍ରିୟ ଭୂମିକା ଥିଲା । ତେବେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ରୋଷର ଶିକାର ହୋଇ ବିଜେଡିରୁ ବିଜୟ ବହିଷ୍କୃତ ହୋଇଥିଲେ । ଅଦ୍ୟାବଧି ସେ ଦଳକୁ ଫେରି ନ ଥିଲେ ମଧ୍ୟ ବିଜେଡି ପାଇଁ ସର୍ବଦା ବିଜୟ ଏକ ଚ୍ୟାଲେଞ୍ଜ ହୋଇ ରହିଆସିଥିଲେ।

୨୦୧୯ ନିର୍ବାଚନରେ ଏହି ବିଧାନସଭା କ୍ଷେତ୍ର ଦୁଇଟି କାରଣରୁ ବେଶ୍‌ ଚର୍ଚ୍ଚିତ ଥିଲା। ବିଜୟ ମହାପାତ୍ର ଭାଜପାରୁ ଲଢ଼ିଥିବା ବେଳେ ବିଧାୟକ ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଦପ୍ରକାଶ ଅଗ୍ରୱାଲଙ୍କ ନିର୍ବାଚନ ପୂର୍ବରୁ ପରଲୋକ ହୋଇଥିଲା । ଫଳରେ ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ଏହି ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ସହ ବିଜେଡି ମଇଦାନକୁ ଓହ୍ଲାଇଥିଲା। ଏପରିକି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ବିଧାନସଭା କ୍ଷେତ୍ରରେ ପ୍ରଚାର ମଙ୍ଗ ଧରିଥିଲେ । ଏହାଯୋଗୁ ସାବିତ୍ରୀ ଅଗ୍ରୱାଲ ୯୬,୦୩୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜୟଙ୍କ ଭୋଟ ସଂଖ୍ୟା ୭୮,୧୩୨ ଖଣ୍ଡରେ ସୀମିତ ରହିଥିଲା। ଅପରପକ୍ଷେ ଏହି ଚର୍ଚ୍ଚିତ ଆସନ ପାଇଁ ଆଗାମୀ ନିର୍ବାଚନରେ ଆଶାୟୀଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଛି । ଦଳର ବିଭିନ୍ନ ପଦବୀରେ ଥିବା ସଞ୍ଜୟ ଅଗ୍ରୱାଲ, ମଧୁମତି ଅଗ୍ରୱାଲ, ରବି ସାମଲ, ଉତ୍କଳ ପରିଡା, ସରୋଜ ସାହୁ, ଅମରେଶ ପତ୍ରୀଙ୍କ ସମେତ ପ୍ରାୟ ୧୫ ବର୍ଷ ଧରି ଦଳୀୟ ଟିକେଟ ଆଶାରେ ଅଜୟ ରାଉତ ସଙ୍ଗଠନ ସଜାଡୁଛନ୍ତି । ସେହିପରି ଶୁଭଙ୍କର ନାୟକଙ୍କ ସମେତ କେତେଜଣ ଯୁବ ପ୍ରତିଭା ନିଜସ୍ବ ସଙ୍ଗଠନ କରିଛନ୍ତି। ଏହି ସମୟରେ ଅରବିନ୍ଦଙ୍କ ବିଜେଡିରେ ଯୋଗଦାନ ପାଟକୁରା ରାଜନୀତିରେ ଆଶାୟୀଙ୍କୁ ଏକଦମ୍‌ ଚୁପ୍‌ କରିଦେବା ଭଳି ସ୍ଥିତି ସୃଷ୍ଟି କରିଛି। କାରଣ ଅରବିନ୍ଦଙ୍କୁ ଆଶୀର୍ବାଦ ଦେବା ବେଳେ ବାପାଙ୍କୁ ଏସବୁ କହିବ ବୋଲ ନବୀନ କହିଥିଲେ। ଏହି କଥାକୁ ଦେଖି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ ପାଟକୁରାରୁ ଆରବିନ୍ଦଙ୍କ ପ୍ରାର୍ଥତ୍ତ୍ୱ ସମ୍ଭାବନା ଯଥେଷ୍ଟ ଅଧିକ। ତେଣୁ ଅନ୍ୟ ଆଶାୟୀଙ୍କ ଆଶା ମଉଳି ଗଲା ଭଳି ଲକ୍ଷ୍ୟ କରାଯାଉଛି। ଏହା ମଧ୍ୟ ଆଲୋଚନା ହେଉଛି, ଯଦି ବିଜେଡି-ଭାଜପା ମେଣ୍ଟ ହୁଏ, ତଥାପି ଅରବିନ୍ଦଙ୍କ ପଲା ଭାରି ରହିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri