ମାଷ୍ଟର ପ୍ଲାନ୍‌ ଅପେକ୍ଷାରେ କେନ୍ଦ୍ରାପଡ଼ା ସହର

କେନ୍ଦ୍ରାପଡ଼ା ଅଫିସ, ୧୪ା୩:ମାତ୍ର ୧୪ଟି ଗଁାକୁ ନେଇ ୧୫୪ ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ପୌରାଞ୍ଚଳ ଗଠନ ହୋଇଥିଲା। କ୍ରମବର୍ଦ୍ଧିଷ୍ଣୁ ରାଜ୍ୟର ଏହି ସର୍ବପୁରାତନ ପୌରାଞ୍ଚଳ ଇତିମଧ୍ୟରେ ବିକଶିତ ହୋଇଛି। ତେବେ କୌଣସି ମାଷ୍ଟର ପ୍ଲାନ୍‌ ନ ଥିବାରୁ ପ୍ରକଳ୍ପଗୁଡ଼ିକର ଉପଯୋଗିତା ରହୁନାହିଁ। ମନମୁଖି ପ୍ରକଳ୍ପ ନିର୍ମାଣ ଓ ଜବରଦଖଲ ସହରକୁ ସଙ୍କୁଚିତ କରୁଥିବାବେଳେ ଜଳ ନିଷ୍କାସନ ଏକ ସମସ୍ୟା ଭାବେ ଉଭା ହୋଇଛି। ସେହିପରି ଐତିହ୍ୟ ସଂରକ୍ଷଣ ପାଇଁ ଏକ ମ୍ୟୁଜିୟମ ସ୍ଥାପନ କରାଯିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ସହରର ଚିତ୍ତରଞ୍ଜନ ସାହୁ, ମନୋଜ କୁମାର ସିଂହ, ବିଜୟ କୁମାର ମଣ୍ଡଳ, ଅସିତ କୁମାର ମହାପାତ୍ର, କ୍ଷୀତିଶ କୁମାର ସିଂହ ପ୍ରମୁଖ କହିଛନ୍ତି, ଏହି ଜିଲାରେ ବିଶ୍ୱବାସୀଙ୍କ ଆକର୍ଷଣୀୟ ଜାତୀୟ ଉଦ୍ୟାନ ଭିତରକନିକା ରହିଛି। ସେହିପରି ରାଜ୍ୟର ଏକମାତ୍ର ଜିଓ ଟିଉବ୍‌ୱାଲ, ହୁକିଟୋଲାଠାରୁ ଆରମ୍ଭକରି ସହର ମଧ୍ୟରେ ଶ୍ରୀବଳଦେବ ଜୀଉଙ୍କ ମନ୍ଦିର ଅଛି। ପ୍ରଚାର ପ୍ରସାର ପରେ ଆଗାମୀ ଦିନରେ ପର୍ଯ୍ୟଟକ ସଂଖ୍ୟା ବଢ଼ିବ। କେନ୍ଦ୍ରାପଡ଼ା ସହର ଏହାର ମଧ୍ୟସ୍ଥଳରେ ଥିବା ବେଳେ ସହରବାସୀଙ୍କ ସଂଖ୍ୟା ଇତିମଧ୍ୟରେ ପ୍ରାୟ ୮୦ ହଜାର ହୋଇଛି। ଆଗାମୀ ଦିନରେ ସହରର ପରିସୀମା ବୃଦ୍ଧିର ପ୍ରସ୍ତାବ ରହିଛି। କୌଣସି ଅଞ୍ଚଳର ବିକାଶ ପାଇଁ ଚିନ୍ତା କଲେ ଆଗାମୀ ୫୦ ବର୍ଷର ସମ୍ଭାବନା ଏଥିରେ ସାମିଲ ଥାଏ। ଏହାକୁ ଦୃଷ୍ଟିରେ ରଖି ରାସ୍ତାଠାରୁ ଜଳ ନିଷ୍କାସନ, ରାତ୍ରକାଳୀନ ରହଣିଠାରୁ ଭେଣ୍ଡିଂ ଜୋନ୍‌ର ଅବସ୍ଥିତି ପ୍ରତି ସଚେତନ ହେବାକୁ ପଡ଼ିବ। ତେବେ ଗତ ୨୩ ବର୍ଷ ପୂର୍ବେ ପ୍ରତିଷ୍ଠିତ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ କାର୍ଯ୍ୟାଳୟ ଏକ ସାଇନ୍‌ବୋର୍ଡ ମଧ୍ୟରେ ରହିଛି। ପ୍ରକଳ୍ପର ଅନୁମୋଦନ ସମ୍ପର୍କରେ କୌଣସି ଅନୁଧ୍ୟାନ କରାଯାଉନାହିଁ। ଜିଲାର ବ୍ୟସ୍ତବହୁଳ ତିନିମୁହାଣୀ ଛକ ଏବେ ଟ୍ରାଫିକ୍‌ ସମସ୍ୟାରେ ଅଛି। କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ସହ ସହର ମଧ୍ୟକୁ ଏହା ସଂଯୋଗସ୍ଥଳ। ସେହି ଛକକୁ ଅଧିକ ପ୍ରଶସ୍ତ ଓ ଯାତାୟାତ ପାଇଁ ଏହାର ସମ୍ପ୍ରସାରଣ ଜରୁରୀ ହୋଇଛି। ଏଥିପାଇଁ ନିକଟରେ ଥିବା ଚଟିପୋଲଠାରୁ ନୂତନ ରାସ୍ତା ନିର୍ମାଣାଧୀନ ଅଛି। ମାତ୍ର ତିନିମୁହାଣୀ ଛକରେ ଏକାଧିକ ପ୍ରକଳ୍ପ ଟ୍ରାଫିକ୍‌ ସମସ୍ୟାକୁ ଉତ୍କଟ କରିଛି। ଏଠାରେ କିଛିଦିନ ହେବ ଗାନ୍ଧୀସ୍ମୃତି ନାମରେ ଏକ ପିଣ୍ଡି ନିର୍ମାଣ ହୋଇଛି। ସେହିପରି ଶୌଚାଳୟ ଓ ଆଇ ଲଭ୍‌ କେନ୍ଦ୍ରାପଡ଼ା ପ୍ରତୀକ ରହିଥିବାରୁ ରାସ୍ତା ଉପରେ ବାଇକ୍‌ଠାରୁ ଅଟୋରିକ୍ସାର ଭିଡ଼ ଜମୁଛି। ସହରର ପ୍ରବେଶ ପଥରେ ଭେଣ୍ଡିଂ ଜୋନ୍‌ ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ସହରର ପରିସୀମା ବୃଦ୍ଧି ହୋଇଥିବାରୁ ଏଠାରେ ଥିବା ଗେଟ୍‌ର ପ୍ରାସଙ୍ଗିକତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତିନିମୁହାଣୀ ଛକ ନିକଟରେ ଥିବା ଇଣ୍ଡଷ୍ଟ୍ରିଆଲ ଏରିଆରେ ଭେଣ୍ଡିଂ ଜୋନ୍‌ଠାରୁ ଆରମ୍ଭ କରି ଶୌଚାଳୟ, ଗାନ୍ଧି ସ୍ମୃତିପୀଠ, ଐତିହ୍ୟ ମ୍ୟୁଜିୟମ ଆଦି ହୋଇପାରିଥାନ୍ତା। ଫଳରେ ଆଗାମୀ ଦିନରେ ସହରର ଯାତାୟାତ ସହ ସୌନ୍ଦର୍ଯ୍ୟ ପ୍ରଦାନ କ୍ଷେତ୍ରରେ ଏହାର ଭାଗୀଦାରି ରହନ୍ତା। ଜିଲାର କୃଷି ପରି ପର୍ଯ୍ୟଟନ ଶିଳ୍ପ ଆର୍ଥିକ ଉନ୍ନତି ଆଣିପାରିବ। ଏଥିସହ ନିକଟରେ ଆଖଡ଼ାଶାଳି ବନ୍ଦର, ଷ୍ଟିଲ ଇଣ୍ଡଷ୍ଟ୍ରି ପ୍ରତିଷ୍ଠା ହେବ ବୋଲି ରାଜ୍ୟ ସରକାର ଜିଲାବାସୀଙ୍କୁ ସ୍ବପ୍ନ ଦେଖାଇଛନ୍ତି। ଏସବୁରେ ସହରର ଭୂମିକା କମ୍‌ ନୁହେଁ। ସହର ମଧ୍ୟରେ ଥିବା ଯାତ୍ରୀନିବାସ, ରାତ୍ର ରହଣି ସ୍ଥଳ, କଲ୍ୟାଣ ମଣ୍ଡପ, ଇଚ୍ଛାପୁରରେ ଥିବା ପର୍ଯ୍ୟଟନ ବିଭାଗର ନିବାସର ଉପଯୋଗିତା ଏବେ ବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ଉନ୍ନତି ନ ହେଲେ ଆଗାମୀ ଦିନରେ ଜିଲା ବାହାର ଲୋକଙ୍କୁ ରହିବା ସମସ୍ୟା ସୃଷ୍ଟି କରିବ। ଜିଲାରେ ବିକ୍ଷିପ୍ତ ଭାବେ ରହିଥିବା ଐତିହ୍ୟ ସ୍ମାରକୀ ପାଇଁ ମ୍ୟୁଜିୟମ ଆବଶ୍ୟକ। ସେହିପରି ଜବରଦଖଲ ମୁକ୍ତ ନ ହେଲେ ସହର ମଧ୍ୟରୁ ଜଳ ନିଷ୍କାସନ ହୋଇପାରିବନି ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରେ ପ୍ରକଳ୍ପର ଅବସ୍ଥିତି ଓ ସମସ୍ୟା ସମ୍ପର୍କରେ ସମୀକ୍ଷା ହେବ। ଏକ ସୁନ୍ଦର ସହର ଗଠନ ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri