Posted inଫୁରସତ

ଗପର ନାଁ ଗାୟତ୍ରୀ

କାହାଣୀମାନେ ସବୁବେଳେ ତାଙ୍କ ପରି ଆଧାର ଖୋଜନ୍ତି। ଚରିତ୍ରମାନେ ତାଙ୍କୁ ଖୋଜି ଖୋଜି ଆସନ୍ତି ନିଜେ ବିବୃତ୍ତ ହେବା ପାଇଁ ତେଣୁ ଇ ତ ତାଙ୍କ କଥା ସାହିତ୍ୟରେ କେତେ ପ୍ରକାରର ଭାଷା, ତାଙ୍କ ଗପର ଅଗଣାରେ କେତେ କେତେ ଚରିତ୍ରମାନଙ୍କ ଆତଯାତ। ମନେ ହୁଏ ଯେମିତି କାହାଣୀମାନେ ତାଙ୍କ ହାତରୁ ନିଜକୁ ଲେଖାଇ ନିଅନ୍ତି। ସେ ଆଉ କେହି ନୁହନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟିନୀ କଥାକାର ଗାୟତ୍ରୀ ସରାଫ୍‌। ତାଙ୍କ ଗପମାନେ ଜୀବନର ବିପର୍ଯ୍ୟୟକୁ ସାମ୍ନା କରନ୍ତି ସହଜ ସରଳ ଓ ନିରୀହ ଭାବେ। ତାଙ୍କ ଚରିତ୍ରମାନେ ଜୀବନକୁ ଗ୍ରହଣ କରି ନିଅନ୍ତି ଯଥାସ୍ଥିତି କିନ୍ତୁ ବଞ୍ଚାଇ ରଖନ୍ତି ତା ଭିତରର ସୂକ୍ଷ୍ମତା ଓ ସୁକୁମାରତା। ୧୭ଅଗଷ୍ଟ ୧୯୫୨ ବଲାଙ୍ଗୀରରେ ଜନ୍ମିତ ଗାୟତ୍ରୀଙ୍କ ବୃତ୍ତି କିନ୍ତୁ ଥିଲା ଶିକ୍ଷକତା। ସରକାରୀ ବାଳିକା ବିଦ୍ୟାଳୟ, ପାଟଣାଗଡ଼ରୁ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଅବସର ଗ୍ରହଣ କରିଥିବା ଗାୟତ୍ରୀ ନିଜର କର୍ମନିଷ୍ଠା, ସଫଳ ଶିକ୍ଷାଦାନ ପଦ୍ଧତି ଓ ଶିକ୍ଷାର୍ଥୀବତ୍ସଳ ସ୍ବଭାବ ପାଇଁ ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବରେ ତତ୍କାଳୀନ ରାଷ୍ଟ୍ରପତି, ବୈଜ୍ଞାନିକ ଏପିଜେ ଅବଦୁଲ କାଲାମଙ୍କ ହାତରୁ ଗ୍ରହଣ କରିଥିଲେ ଜାତୀୟ ପୁରସ୍କାର। କେବଳ ସେତିକି ନୁହେଁ ଜିଲ୍ଲା ଗାଇଡ଼ କମିଶନର ହିସାବରେ ସେ ତାଙ୍କ ଦକ୍ଷତା ପ୍ରତିପାଦନ କରି ଶୃଙ୍ଖଳା ଏବଂ ସମାଜସେବା ପାଇଁ ଏକ ଉଦାହରଣ ତିଆରି କରିଛନ୍ତି।

ଦିନରୁ ସାହିତ୍ୟମନସ୍କ ଗାୟତ୍ରୀ ଲେଖାରେ ଢେର ମାଟିମନସ୍କ। ଶୁଣାଯାଏ ମାଡାମ କ୍ୟୁରୀଙ୍କ ଭଳି ନିଜ ସର୍ଜନାର ପୃଥିବୀରେ ଶବ୍ଦର ଶିଳ୍ପ ତିଆରି କରିବାରେ ବ୍ୟସ୍ତ ରହୁଥିଲା ତାଙ୍କର ବାଲ୍ୟକାଳ ଓ କୈଶୋର। ଜୀବନକୁ ଘେରେଇ ରଖିଥିବା ଛୋଟବଡ଼ ସମସ୍ୟା, ଜୀବନକୁ ମହନୀୟ କରି ରଖୁଥିବା ପର୍ଯ୍ୟାପ୍ତ ଅନୁଭବ, ସାଧାରଣ କଥାକୁ ଅସାଧାରଣ ଭାବରେ କଲମର ଧାଡି଼ମାନଙ୍କରେ ଆଙ୍କି ପାରୁଥିବା ଜୀବନର ଚିତ୍ର ସବୁ ପାଇପାରେ ପାଠକ ଜଣେ ଗାୟତ୍ରୀଙ୍କ କଥା ସାହିତ୍ୟରୁ। ଆଲୋକିତ ଅନ୍ଧାର, ଆଇନାର ଜହ୍ନ, ନିଜସ୍ବ ବସନ୍ତ, ପ୍ରେମିକା ପରି କେହି ଜଣେ, ବାପା ଭଲ ଅଛନ୍ତି, ନୀଳ ଜହ୍ନର ଜୁଇ, ସ୍ମୃତିର ଚିତ୍ରନଦୀ, ଶେଷ ବିଦାୟର ଗୀତ, ଛାଇର ନମୁର ଗଛ, ବର୍ଷାର ଓଢଣା ତଳେ, ଇଟାଭାଟିର ଶିଳ୍ପୀ, ଶ୍ରେଷ୍ଠଗଳ୍ପ, କେହି ତ ଜଣେ, ପଣତ କାନିରେ ଘର, ଆଖି (ପ୍ରକାଶ ଅପେକ୍ଷାରେ), କଥାୟନ ୧ ଏବଂ ୨, ଗାଥା ଗାୟତ୍ରୀ, ସୁରଭିତ ଫୁଲ ସବୁ, ବର୍ଣିଙ୍ଗ ମାଉଁଟେନ୍ସ, ଦି ଆର୍ଟିଷ୍ଟ ବ୍ରିଫ କିନ୍‌, ରେଡ଼ କରିଡର କି ତିତଲି ଭଳି ପୁସ୍ତକ ଏବଂ ତାଙ୍କ ଲେଖାକୁ ନେଇ ସଂକଳିତ ପୁସ୍ତକ ଆଜିକା ସମୟରେ ଢେର ଲୋକପ୍ରିୟ।

ହିନ୍ଦୀ, ଇଂରାଜୀ, ତେଲେଗୁ, କନ୍ନଡ଼, ଅସାମୀ, ବଙ୍ଗଳା, ମରାଠୀ ଓ କୋଶଳୀରେ ତାଙ୍କ ଗଳ୍ପ ସବୁ ଅନୁବାଦିତ ହୋଇ ପ୍ରକାଶିତ ହୋଇଛି। ଆମେରିକାରୁ ପ୍ରକାଶିତ ସାଉଥ ଏସିଆନ ରିଭ୍ୟୁରେ ଇଂରାଜୀରେ ଅନୁଦିତ ତାଙ୍କ ଗଳ୍ପ ଓଡିଶା ସାହିତ୍ୟ ପାଇଁ ଆଣି ଦେଇଛି ଗୌରବ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୭), ସୁଚରିତା ଶ୍ରେଷ୍ଠ ଗାଳ୍ପିକା ପୁରସ୍କାର ( ୧୯୯୬), ଧରିତ୍ରୀ ସମ୍ମାନ (୧୯୯୩), ପ୍ରଜାତନ୍ତ୍ର ପୁରସ୍କାର(୨୦୦୦) , କାଦମ୍ବିନୀ ଗଳ୍ପ ସମ୍ମାନ (୨୦୦୭) , ଅମୃତାୟନ ସମ୍ବର୍ଦ୍ଧନା (୨୦୦୫), କାହ୍ନୁଚରଣ ସ୍ମୃତି ପୁରସ୍କାର (ଯାଜପୁର -୨୦୦୧), ଝଙ୍କାର ଗଳ୍ପ ପୁରସ୍କାର (୨୦୧୩), କୋଣାର୍କ ଉତ୍ସବ ସାହିତ୍ୟ ସମ୍ମାନ ( ୨୦୧୪ ), ଅଳକା ପୁରସ୍କାର ( ଜଗତସିଂହପୁର ), ଓଡିଶା ଓମେନ ଆୱାର୍ଡ (୨୦୧୮), ଯୁଗଶ୍ରୀ ଯୁଗନାରୀ ଗଳ୍ପ ସମ୍ମାନ (୨୦୧୯), ଏକୋଇଶତମ ଭାରତ କଥା ପ୍ରତିଭା ସମ୍ମାନ (୨୦୨୦), ତେଜସ୍ବିନୀ ନାରୀ ପ୍ରତିଭା ସମ୍ମାନ (୨୦୨୨ ) ଏବଂ ଅନ୍ୟାନ୍ୟ ଅଣଚାଶଟି ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ଓ ସମ୍ମାନିତ। ତାଲିକା ଆହୁରି ଲମ୍ବା ହୋଇପାରେ ଯଦି ସଠିକ ଭାବରେ ଆକଳନ କରାଯାଇପାରେ।

ଅନାହତ ପରମ୍ପରା (କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ସ୍ବାଧୀନତା ପରବର୍ତ୍ତି ଓଡ଼ିଆ ଲେଖିକାଙ୍କ କ୍ଷୁଦ୍ର ସଂକଳନ)
ର ସଂକଳନ ଓ ସମ୍ପାଦନା, କୋଣାର୍କ (ଓଡିଶା ସାହିତ୍ୟ ଏକାଡେମୀର ପତ୍ରିକା)ର ସମ୍ପାଦନାମଣ୍ଡଳୀର ଅନ୍ୟତମ ସମ୍ମାନୀୟ ସଦସ୍ୟ ହୋଇ କାମ କରିଥିବା ଗାୟତ୍ରୀ ସରାଫ୍‌ ବିଚାରକ ଭାବରେ ସାରଳା ପୁରସ୍କାର କମିଟି, କେନ୍ଦ୍ର ସାହିତ୍ୟ ଏକାଡେମୀର ଅନୁବାଦ ବିଭାଗ, ଗଙ୍ଗାଧର ଜାତୀୟ ପୁରସ୍କାର, କଥା ନବପ୍ରତିଭା ପୁରସ୍କାର ପାଇଁ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଉପସଭାପତି (୨୦୧୫-୧୮), ସଦସ୍ୟା- ସାଧାରଣ ପରିଷଦ ଓଡିଶା ସାହିତ୍ୟ ଏକାଡେମୀ (୨୦୧୧-୧୩), ସଦସ୍ୟା -ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ କେନ୍ଦ୍ରସାହିତ୍ୟ ଏକାଡେମୀ ( ୨୦୦୮-୧୨), ପୂର୍ବତନ ଉପ ସଭାନେତ୍ରୀ ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟା ସୃଜନସଳିତା ନବନୀତା, ସମ୍ବଲପୁର ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ଗବେଷଣାତ୍ମକ ନିବନ୍ଧ ପୁସ୍ତକ, କ୍ଷୁଦ୍ରଗଳ୍ପ ପୁସ୍ତକକୁ ନେଇ ଏମ୍ଫିଲ କରିଥିବା ଗାୟତ୍ରୀଙ୍କ ସାଙ୍ଗଠନିକ ଦକ୍ଷତାକୁ ପ୍ରଶଂସା ନକରି ରହି ହୁଏନାହିଁ। ଗାୟତ୍ରୀ ନାମକ ଏହି କାହାଣୀରେ ସଫଳତାର ଏମିତି ଆହୁରି ଅନେକ ଫର୍ଦ୍ଦ ରିହିଛି ।
-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri