Categories: ଖେଳ

ଖେଲୋ ଇଣ୍ଡିଆ ଜୁଡ଼ୋ ପ୍ରତିଭା ବାଛିବେ କନ୍ଦନ

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)-
କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ଜୁଡୋ ପ୍ରତିଭା ଅନ୍ବେଷଣ ଦାୟିତ୍ୱ ପାଇଛନ୍ତି ଓଡ଼ିଶାର କନ୍ଦନ ମୁର୍ମୁ। ସେ ଖେଲୋ ଇଣ୍ଡିଆର ପୂର୍ବାଞ୍ଚଳ (ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଆଣ୍ଡାମାନ ଓ ନିକୋବର) ଚୟନ କମିଟିରେ ସ୍ଥାନ ପାଇଛନ୍ତି। ଓଡ଼ିଶା ରାଜ୍ୟ ଜୁଡୋ ଆସୋସିଏଶନର ବୈଷୟିକ ସମ୍ପାଦକ କନ୍ଦନ ସମ୍ପ୍ରତି କିସ୍‌ ଓ କିଟ୍‌ରେ ଜଣେ ଜୁଡୋ କୋଚ୍‌ଭାବେ କାର୍ଯ୍ୟରତ। ସେ ଜଣେ ଜାତୀୟ ରେଫରି, ଜଜ୍‌ ଏବଂ ତୃତୀୟ ଡାନ୍‌ ବ୍ଲାକ୍‌ବେଲ୍ଟଧାରୀ।

Share