Posted inଜାତୀୟ

କେଜରିଓ୍ବାଲଙ୍କ କ୍ଷତି ପରିଚାଳନା ପ୍ରସ୍ତୁତି: ଦଳର ନିର୍ମଳ ଭାବମୂର୍ତ୍ତି ରକ୍ଷା ପାଇଁ ପଦକ୍ଷେପ…

ନୂଆଦିଲ୍ଲୀ,୨୮।୨ : ମଦ ଦୁର୍ନୀତିରେ ଧରାପଡିଥିବା ମନୀଷ ସିସୋଡିଆ ଦିଲ୍ଲୀ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ନଅ ମାସ ଧରି ତିହାର ଜେଲରେ ରହିଥିବା ଦିଲ୍ଲୀ ସରକାରଙ୍କ ଆଉ ଜଣେ ବଳିଷ୍ଠ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଇସ୍ତଫା ଦେଇଛନ୍ତି। ଦଳର ନିର୍ମଳ ଭାବମୂର୍ତ୍ତିକୁ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ମନ୍ତ୍ରୀଙ୍କଠାରୁ ଏହି ଇସ୍ତଫା ନେଇଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି। ଦଳ ବିରୋଧ କେନ୍ଦ୍ରର ଭାଜପା ସରକାରଙ୍କ ପକ୍ଷରୁ କରାଯାଇଥିବା ଆକ୍ରମଣ ପରେ କେଜରିଓ୍ବାଲ କ୍ଷତି ପରିଚାଳନା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସିସୋଡିଆ ମଦ ଦୁର୍ନୀତିରେ ଧରାପଡ଼ିବା ପରେ ଆମ ଆଦମୀ ପାର୍ଟିର ଭାବମୂର୍ତ୍ତି ଖରାପ ହୋଇଯାଇଥିଲା ବୋଲି ଚର୍ଚ୍ଚା ହେଉଛି। ଏହା ଯୋଗୁ କେଜରିୱାଲଙ୍କ ଭାବମୂର୍ତ୍ତି ମଧ୍ୟ ପ୍ରଭାବିତ ହେଉଥିଲା। ପ୍ରତ୍ୟେକ ଗଣମାଧ୍ୟମ ସମ୍ମିଳନୀରେ ଭାଜପା କେଜରିୱାଲଙ୍କ ଉପରେ ଆକ୍ରମଣ କରି କହୁଥିଲା ଯେ ଆନ୍ଦୋଳନ ଦିନରୁ କେଜରିୱାଲ କହିଥିଲେ ଯେ ଯଦି କୌଣସି ଅଭିଯୋଗ ଆସେ ତେବେ ତାଙ୍କ ଦଳର ନେତା ତୁରନ୍ତ ଇସ୍ତଫା ଦେବେ। ମାତ୍ର ୯ ମାସ ଧରି ଜେଲରେ ଥିବା ମନ୍ତ୍ରୀଙ୍କୁ ସେ କାହିଁକି କ୍ୟାବିନେଟରୁ ହଟାଉ ନାହାନ୍ତି ବୋଲି ଭାଜପା ପ୍ରଶ୍ନ କରୁଥିଲା।

ସିସୋଡିଆ ଗିରଫ ହେବା ପରେ ଭାଜପା ଏହି ଆକ୍ରମଣକୁ ବୃଦ୍ଧି କରିଥିଲା। ସିସୋଡିଆଙ୍କ ଶିକ୍ଷା ମନ୍ତ୍ରୀ ତଥା ମଦ ବିଭାଗ ମନ୍ତ୍ରୀ ହେବା ନେଇ ଭାଜପା କଟାକ୍ଷ କରୁଥିଲା। ଆଗାମୀ ଦିନରେ ଏକ ଅଭିଯାନ ଚଳାଇ ଦିଲ୍ଲୀର ପ୍ରତ୍ୟେକ ଘରେ ଘରେ ମଦ ଦୁର୍ନୀତିକୁ ପହଞ୍ଚାଇବା ନେଇ ଭାଜପା ଯୋଜନା କରିଥିଲା। ଏଥିରୁ ସ୍ପଷ୍ଟ ଯେ ଏହା ଏଏପିର ଦଳୀୟ ଭାବମୂର୍ତ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଉଥିଲା।

ମଙ୍ଗଳବାର ଏକ ଗଣମାଧ୍ୟମ ସମ୍ମିଳନୀରେ ଭାଜପା ନେତା ସୁଦର୍ଶନ ତ୍ରିବେଦୀ କହିଥିଲେ ଯେ କେଜରିୱାଲ ଏକ ନୂଆ ପ୍ରକାରର ରାଜନୀତି କରିବା ବିଷୟରେ କହୁଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ଏକ ତୃତୀୟାଂଶ ମନ୍ତ୍ରୀ ଜେଲରେ ଅଛନ୍ତି ଏବଂ ମନ୍ତ୍ରୀମାନେ ଜେଲରୁ ସରକାରୀ କାର୍ଯ୍ୟ କରୁଛନ୍ତି। ବୋଧହୁଏ ଦିଲ୍ଲୀ ସରକାରଙ୍କୁ ଜେଲରୁ ସରକାରୀ କାମ ଚଳାଇ ଏକ ନୂତନ ପରମ୍ପରା ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ଭାଜପା ନେତାଙ୍କ ଏହି ଅପମାନ ଭରା କଟାକ୍ଷ ଆମ ଆଦମୀ ପାର୍ଟିକୁ ଉପରେ ଖରାପ ପ୍ରଭାବ ପକାଉଥିଲା।

ଏହି ପ୍ରସଙ୍ଗରେ ଭାଜପା ନେଇଥିବା ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ଆମ ଆଦମୀ ଦଳର ଭାବମୂର୍ତ୍ତିକୁ ନକାରାତ୍ମକ ଭାବେ ପ୍ରଭାବିତ ହେଉଥିଲା। ଏହା ଦଳର ଆଗାମୀ ନିର୍ବାଚନ ଯୋଜନା ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ଆଶଙ୍କା ଦେଖାଦେଇଥିଲା। ଏହି କାରଣରୁ କେଜରିୱାଲ ତାଙ୍କର ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରି କ୍ଷତି ପରିଚାଳନା କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?