Odisha Elections 2024
Posted inଜାତୀୟ

କେଜ୍‌ରିଓ୍ବାଲଙ୍କ ଗିରଫଦାରିକୁ ନେଇ ବିଦେଶରେ ଉଠିଲା ପ୍ରତିବାଦର ସ୍ବର

ନୂଆଦିଲ୍ଲୀ,୮ା୪:ଦିଲ୍ଲୀ ଅବକାରୀ ନୀତି ସହ ସମ୍ପୃକ୍ତ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫ ପ୍ରତିବାଦରେ ରବିବାର ଦେଶବ୍ୟାପୀ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ଓ କର୍ମୀମାନେ ସାମୂହିକ ଅନଶନ କରିଛନ୍ତି। ଏପରିକି ଦେଶ ବାହାରେ ଥିବା କେଜ୍‌ରିଓ୍ବାଲଙ୍କ ସମର୍ଥକମାନେ ଏହି ଉପବାସରେ ସାମିଲ ହୋଇଥିବା ଆପ୍‌ ନେତା ଗୋପାଳ ରାୟ କହିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରଠାରେ ଅନୁଷ୍ଠିତ ଦିବସବ୍ୟାପୀ ଅନଶନରେ ସମସ୍ତ ଆପ୍‌ ବିଧାୟକ ଓ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋଏଲ, ଉପବାଚସ୍ପତି ରାଖି ବିଲା, ମନ୍ତ୍ରୀ ଆତିଶୀ, ଗୋପାଳ ରାୟ, ଇମ୍ରାନ ହୁସେନ୍‌ ପ୍ରମୁଖ ରହିଥିଲେ। ସେହିପରି ପଞ୍ଜାବର ଖଟ୍‌କର କଲାଁଠାରେ ଅନୁଷ୍ଠିତ ସାମୂହିକ ଉପବାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଆପ୍‌ ନେତାମାନେ ଯୋଗ ଦେଇଥିଲେ। ହରିୟାଣାରେ ଆପ୍‌ ମୁଖ୍ୟ ସୁଶୀଲ ଗୁପ୍ତା ଦଳୀୟ ସଦସ୍ୟମାନଙ୍କ ଗହଣରେ ବ୍ରହ୍ମ ସରୋବରଠାରେ ଅନଶନରେ ବସିିଥିଲେ। ଭାଜପା ଏକଚ୍ଛତ୍ରବାଦ ମନୋଭାବ ଆପଣାଉଥିବା ଗୁପ୍ତା ଅଭିଯୋଗ କରିଛନ୍ତି। ଗୈରିକ ଦଳ ଗଣତନ୍ତ୍ରର ହତ୍ୟା କରୁଛି। ସଚ୍ଚୋଟ ବ୍ୟକ୍ତିମାନଙ୍କୁ ଜେଲରେ ରଖାଯାଉଛି। କେଜ୍‌ରିଓ୍ବାଲ କିମ୍ବା ଆପ୍‌ କର୍ମୀମାନେ ଶାସକ ଦଳର ଏହି କୌଶଳରେ ଡରିବେ ନାହିଁ ବୋଲି ଗୁପ୍ତା କହିଛନ୍ତି। ବିଭିନ୍ନ ରାଜ୍ୟରେ ଅନୁରୂପ ଅନଶନ ପ୍ରତିବାଦ କରାଯାଇଥିଲା। ଏହା ବ୍ୟତୀତ ବୋଷ୍ଟନର ହାର୍ଭାର୍ଡ ସ୍କୋୟାର, ଲସ୍‌ ଏଞ୍ଜେଲସ୍‌ର ହଲିଉଡ୍‌ ସାଇନ୍‌, ଓ୍ବାଶିଂଟନ ଡିସିର ଭାରତୀୟ ଦୂତାବାସ ବାହାରେ, ନ୍ୟୁୟର୍କ ଟାଇମ୍ସ ସ୍କୋୟାର, ଟରଣ୍ଟୋ, ଲଣ୍ଡନ ଏବଂ ମେଲବର୍ନରେ କେଜ୍‌ରିଓ୍ବାଲଙ୍କ ସମର୍ଥକମାନେ ଅନଶନ କରିଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି।
କେଜ୍‌ରିଓ୍ବାଲଙ୍କୁ ଗିରଫ ପ୍ରତିବାଦରେ ଗତ ମାସରେ ଆପ୍‌ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଘେରାଉ ଡାକରା ଦେଇଥିଲେ। ବହୁସଂଖ୍ୟାରେ ନେତା ଓ କର୍ମୀଙ୍କୁ ପୋଲିସ ବସ୍‌ରେ ଉଠାଇ ନେଇ ବିଭିନ୍ନ ଥାନାରେ ଅଟକ ରଖିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ସମୟକୁ ନେଇ ଆପ୍‌ ଭାଜପାକୁ ସମାଲୋଚନା କରିଛି। ଆଗାମୀ ଲୋକ ସଭା ନିର୍ବାଚନ ପ୍ରଚାରରୁ କେଜ୍‌ରିଓ୍ବାଲଙ୍କୁ ଦୂରେଇ ରଖିବା ପାଇଁ ଭାଜପା ନେତୃତ୍ୱାଧୀନ ସରକାର ତାଙ୍କୁ ଗିରଫ କରାଇଥିବା ଆପ୍‌ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

ବଡ଼ କଥା କହିଦେଲେ କେଜ୍‌ରିଓ୍ବାଲ, ଜୁନ୍‌ ୪ରେ ଇଣ୍ଡିଆ ମେଣ୍ଟ…

ନୂଆଦିଲ୍ଲୀ,୨୧।୫: ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଜୁନ୍‌ ୪ ତାରିଖରେ ଯାଉଛନ୍ତି।...

ସ୍ବାତି ମାଲିଓ୍ବାଲ ମାମଲାର ଯାଞ୍ଚ କରିବ ଏସଆଇଟି, ଏହି ମହିଳା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୨୧।୫: ସ୍ବାତି ମାଲିୱାଲ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ଏମପିଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ ଅପଡେଟ ଆସିଛି। ଏହି ଆକ୍ରମଣ ଘଟଣାର...

ଯେ କୌଣସି ସ୍ତରକୁ ଯାଇପାରେ ‘ଇଣ୍ଡିଆ’ ମେଣ୍ଟ: ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ମୋଦି କହିଲେ ଏମିତି

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ...

ମତଦାନ କେନ୍ଦ୍ର ଶୌଚାଳୟରେ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ଶିବସେନା (ୟୁବିଟି)ର ପୋଲିଂ ବୁଥ ଏଜେଣ୍ଟ ମନୋହର ନାଲେଜ(୬୨)ଙ୍କ ମୃତଦେହ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଜବତ...

ନିର୍ବାଚନ ପ୍ରତିଦ୍ୱନ୍ଦିତା ମଧ୍ୟରେ ଫୁଟିଲା ଗୁଳି, ଜଣେ ମୃତ ୨ ଆହତ, ଭାଜପା ନେତା ଗିରଫ

ପାଟନା,୨୧।୫: ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ମଙ୍ଗଳବାର (ମେ’୨୧) ସକାଳେ ବିହାରର ଛପ୍ରାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣଙ୍କର ମତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri