Posted inଜାତୀୟ

କେଜ୍‌ରିଓ୍ବାଲଙ୍କ ଗିରଫଦାରିକୁ ନେଇ ବିଦେଶରେ ଉଠିଲା ପ୍ରତିବାଦର ସ୍ବର

ନୂଆଦିଲ୍ଲୀ,୮ା୪:ଦିଲ୍ଲୀ ଅବକାରୀ ନୀତି ସହ ସମ୍ପୃକ୍ତ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫ ପ୍ରତିବାଦରେ ରବିବାର ଦେଶବ୍ୟାପୀ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ଓ କର୍ମୀମାନେ ସାମୂହିକ ଅନଶନ କରିଛନ୍ତି। ଏପରିକି ଦେଶ ବାହାରେ ଥିବା କେଜ୍‌ରିଓ୍ବାଲଙ୍କ ସମର୍ଥକମାନେ ଏହି ଉପବାସରେ ସାମିଲ ହୋଇଥିବା ଆପ୍‌ ନେତା ଗୋପାଳ ରାୟ କହିଛନ୍ତି। ଦିଲ୍ଲୀର ଯନ୍ତରମନ୍ତରଠାରେ ଅନୁଷ୍ଠିତ ଦିବସବ୍ୟାପୀ ଅନଶନରେ ସମସ୍ତ ଆପ୍‌ ବିଧାୟକ ଓ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିବାସ ଗୋଏଲ, ଉପବାଚସ୍ପତି ରାଖି ବିଲା, ମନ୍ତ୍ରୀ ଆତିଶୀ, ଗୋପାଳ ରାୟ, ଇମ୍ରାନ ହୁସେନ୍‌ ପ୍ରମୁଖ ରହିଥିଲେ। ସେହିପରି ପଞ୍ଜାବର ଖଟ୍‌କର କଲାଁଠାରେ ଅନୁଷ୍ଠିତ ସାମୂହିକ ଉପବାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଆପ୍‌ ନେତାମାନେ ଯୋଗ ଦେଇଥିଲେ। ହରିୟାଣାରେ ଆପ୍‌ ମୁଖ୍ୟ ସୁଶୀଲ ଗୁପ୍ତା ଦଳୀୟ ସଦସ୍ୟମାନଙ୍କ ଗହଣରେ ବ୍ରହ୍ମ ସରୋବରଠାରେ ଅନଶନରେ ବସିିଥିଲେ। ଭାଜପା ଏକଚ୍ଛତ୍ରବାଦ ମନୋଭାବ ଆପଣାଉଥିବା ଗୁପ୍ତା ଅଭିଯୋଗ କରିଛନ୍ତି। ଗୈରିକ ଦଳ ଗଣତନ୍ତ୍ରର ହତ୍ୟା କରୁଛି। ସଚ୍ଚୋଟ ବ୍ୟକ୍ତିମାନଙ୍କୁ ଜେଲରେ ରଖାଯାଉଛି। କେଜ୍‌ରିଓ୍ବାଲ କିମ୍ବା ଆପ୍‌ କର୍ମୀମାନେ ଶାସକ ଦଳର ଏହି କୌଶଳରେ ଡରିବେ ନାହିଁ ବୋଲି ଗୁପ୍ତା କହିଛନ୍ତି। ବିଭିନ୍ନ ରାଜ୍ୟରେ ଅନୁରୂପ ଅନଶନ ପ୍ରତିବାଦ କରାଯାଇଥିଲା। ଏହା ବ୍ୟତୀତ ବୋଷ୍ଟନର ହାର୍ଭାର୍ଡ ସ୍କୋୟାର, ଲସ୍‌ ଏଞ୍ଜେଲସ୍‌ର ହଲିଉଡ୍‌ ସାଇନ୍‌, ଓ୍ବାଶିଂଟନ ଡିସିର ଭାରତୀୟ ଦୂତାବାସ ବାହାରେ, ନ୍ୟୁୟର୍କ ଟାଇମ୍ସ ସ୍କୋୟାର, ଟରଣ୍ଟୋ, ଲଣ୍ଡନ ଏବଂ ମେଲବର୍ନରେ କେଜ୍‌ରିଓ୍ବାଲଙ୍କ ସମର୍ଥକମାନେ ଅନଶନ କରିଥିଲେ ବୋଲି ଦଳ ପକ୍ଷରୁ କୁହାଯାଇଛି।
କେଜ୍‌ରିଓ୍ବାଲଙ୍କୁ ଗିରଫ ପ୍ରତିବାଦରେ ଗତ ମାସରେ ଆପ୍‌ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଘେରାଉ ଡାକରା ଦେଇଥିଲେ। ବହୁସଂଖ୍ୟାରେ ନେତା ଓ କର୍ମୀଙ୍କୁ ପୋଲିସ ବସ୍‌ରେ ଉଠାଇ ନେଇ ବିଭିନ୍ନ ଥାନାରେ ଅଟକ ରଖିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ସମୟକୁ ନେଇ ଆପ୍‌ ଭାଜପାକୁ ସମାଲୋଚନା କରିଛି। ଆଗାମୀ ଲୋକ ସଭା ନିର୍ବାଚନ ପ୍ରଚାରରୁ କେଜ୍‌ରିଓ୍ବାଲଙ୍କୁ ଦୂରେଇ ରଖିବା ପାଇଁ ଭାଜପା ନେତୃତ୍ୱାଧୀନ ସରକାର ତାଙ୍କୁ ଗିରଫ କରାଇଥିବା ଆପ୍‌ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri