Posted inଜାତୀୟ

ବିଜୟ ପରେ  ବି ଏଏପି ମେୟର ପାଇଁ କେଜରିଓ୍ବାଲଙ୍କୁ ଖେଳିବାକୁ ପଡିବ ପର୍ଦ୍ଦାପଛରେ ଖେଳ…

ନୂଆଦିଲ୍ଲୀ,୭।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି) ନିର୍ବାଚନରେ ୨୫୦ ଟି ଆସନ ପାଇଁ ଭାଜପା ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଏଏପି ଭାଜପାକୁ ୧୫ ବର୍ଷର କ୍ଷମତାରୁ ହଟାଇଛି।

ଏମସିଡିରେ ମେୟର ହେବାକୁ ୧୨୬ଟି ଆସନର ଅଧିକାଂଶ ଆବଶ୍ୟକ। ଆମ ଆଦମୀ ପାର୍ଟି ବର୍ତ୍ତମାନ୧୩୦ ଟି ସିଟ ପାଇଥିବା ଜଣାପଡିଛି। ଏଥିସହିତ ୧୦୫ ଟି ସିଟ ବିଜେପି ଆକାଉଣ୍ଟକୁ ଯାଉଛି। କଂଗ୍ରେସ ୧୧ ଟି ଆସନ ପାଇଛି ଏବଂ ଅନ୍ୟମାନେ ୫ ଟି ଆସନ ପାଇଛନ୍ତି।

କିନ୍ତୁ ଏମସିଡିର ଯୁଦ୍ଧ କେବଳ ଏହା ସହିତ ସମାପ୍ତ ହୋଇନାହିଁ। ବିଜୟ ପରେ ଏଏପି ମେୟର ପାଇଁ କେଜରିଓ୍ବାଲଙ୍କୁ ପର୍ଦ୍ଦାପଛରେ ଖେଳ ଖେଳିବାକୁ ପଡିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି॥

ତେବେ ଏମସିଡିରେ ସରକାର ଗଠନ କରିବା ନେଇ ଏଏପି ପାଇଁ ଏକ ଆହ୍ବାନ ହୋଇପାରେ। ଏହାର ମୁଖ୍ୟ କାରଣ ହେଉଛି କାଉନସିଲରମାନଙ୍କ ପାଇଁ ଦଳବଦଳ ନିୟମ ପ୍ରଯୁଜ୍ୟ ନୁହେଁ। ଫଳରେ ଭାଜପା ପରଦା ପଛର ରାଜନୀତି ମାଧ୍ୟମରେ ସରକାର ଗଠନ କରିବାର ହୁଏତ ଉଦ୍ୟମ କରିପାରେ। ଏମସିଡିର ଦୁର୍ଗ ବଜାୟ ରଖିବା ପାଇଁ କାଉନସିଲରମାନଙ୍କୁ ସେମାନଙ୍କ କୋର୍ଟରେ ଏକତ୍ର କରିବାକୁ ଭାଜପା ଉଦ୍ୟମ କରିବା ସ୍ବାଭାବିକ।

ଗୋଆ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଭାଜପା ଅନ୍ୟ ଦଳର ବିଧାୟକଙ୍କ ସହଜରେ ନଜ ପଟକୁ ଆଣି ପାରିଥିଲା। ଗୋଆ ଏବଂ ମଧ୍ୟପ୍ରଦେଶରେ ସର୍ବ ବୃହତ ଦଳ ହେବା ପରେ ମଧ୍ୟ କଂଗ୍ରେସ ସରକାରରେ ନାହିଁ।

ଏହି ମର୍ମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଜ କାଉନସିଲରଙ୍କୁ ଏକତ୍ର କରିବା ପାଇଁ ଯୋଜନାବଦ୍ଧ ଭାବେ ରଣନୀତି ଆପଣେଇବା ଜରୁରୀ ହୋଇ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?