Posted inଜାତୀୟ

ବିଜୟ ପରେ  ବି ଏଏପି ମେୟର ପାଇଁ କେଜରିଓ୍ବାଲଙ୍କୁ ଖେଳିବାକୁ ପଡିବ ପର୍ଦ୍ଦାପଛରେ ଖେଳ…

ନୂଆଦିଲ୍ଲୀ,୭।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି) ନିର୍ବାଚନରେ ୨୫୦ ଟି ଆସନ ପାଇଁ ଭାଜପା ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଏଏପି ଭାଜପାକୁ ୧୫ ବର୍ଷର କ୍ଷମତାରୁ ହଟାଇଛି।

ଏମସିଡିରେ ମେୟର ହେବାକୁ ୧୨୬ଟି ଆସନର ଅଧିକାଂଶ ଆବଶ୍ୟକ। ଆମ ଆଦମୀ ପାର୍ଟି ବର୍ତ୍ତମାନ୧୩୦ ଟି ସିଟ ପାଇଥିବା ଜଣାପଡିଛି। ଏଥିସହିତ ୧୦୫ ଟି ସିଟ ବିଜେପି ଆକାଉଣ୍ଟକୁ ଯାଉଛି। କଂଗ୍ରେସ ୧୧ ଟି ଆସନ ପାଇଛି ଏବଂ ଅନ୍ୟମାନେ ୫ ଟି ଆସନ ପାଇଛନ୍ତି।

କିନ୍ତୁ ଏମସିଡିର ଯୁଦ୍ଧ କେବଳ ଏହା ସହିତ ସମାପ୍ତ ହୋଇନାହିଁ। ବିଜୟ ପରେ ଏଏପି ମେୟର ପାଇଁ କେଜରିଓ୍ବାଲଙ୍କୁ ପର୍ଦ୍ଦାପଛରେ ଖେଳ ଖେଳିବାକୁ ପଡିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି॥

ତେବେ ଏମସିଡିରେ ସରକାର ଗଠନ କରିବା ନେଇ ଏଏପି ପାଇଁ ଏକ ଆହ୍ବାନ ହୋଇପାରେ। ଏହାର ମୁଖ୍ୟ କାରଣ ହେଉଛି କାଉନସିଲରମାନଙ୍କ ପାଇଁ ଦଳବଦଳ ନିୟମ ପ୍ରଯୁଜ୍ୟ ନୁହେଁ। ଫଳରେ ଭାଜପା ପରଦା ପଛର ରାଜନୀତି ମାଧ୍ୟମରେ ସରକାର ଗଠନ କରିବାର ହୁଏତ ଉଦ୍ୟମ କରିପାରେ। ଏମସିଡିର ଦୁର୍ଗ ବଜାୟ ରଖିବା ପାଇଁ କାଉନସିଲରମାନଙ୍କୁ ସେମାନଙ୍କ କୋର୍ଟରେ ଏକତ୍ର କରିବାକୁ ଭାଜପା ଉଦ୍ୟମ କରିବା ସ୍ବାଭାବିକ।

ଗୋଆ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଭାଜପା ଅନ୍ୟ ଦଳର ବିଧାୟକଙ୍କ ସହଜରେ ନଜ ପଟକୁ ଆଣି ପାରିଥିଲା। ଗୋଆ ଏବଂ ମଧ୍ୟପ୍ରଦେଶରେ ସର୍ବ ବୃହତ ଦଳ ହେବା ପରେ ମଧ୍ୟ କଂଗ୍ରେସ ସରକାରରେ ନାହିଁ।

ଏହି ମର୍ମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଜ କାଉନସିଲରଙ୍କୁ ଏକତ୍ର କରିବା ପାଇଁ ଯୋଜନାବଦ୍ଧ ଭାବେ ରଣନୀତି ଆପଣେଇବା ଜରୁରୀ ହୋଇ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୮ ସ୍କୁଲର ୮୦ ଛାତ୍ରୀଛାତ୍ର କରୋନା ପଜିଟିଭ୍‌: ସରକାରଙ୍କ ଅକଲ ଗୁଡୁମ୍‌

ରେଓ୍ବାଡ଼ି,୧୮।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ଦେଶର କେତେକ ରାଜ୍ୟରେ ସ୍କୁଲ ଖୋଲା ଯାଇଛି। ତେବେ ହରିୟାଣାରେ ରେଓ୍ବାଡ଼ିରେ ଖୋଲା ଯାଇଥିବା ୮ଟି...

୨୯ ଶିଖ୍‌ ତୀର୍ଥଯାତ୍ରୀ ମୃତ

ଲାହୋର,୪।୭: ପାକିସ୍ତାନର ଶେଖୁପୁରା ଜିଲାରେ ଏକ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରେନ ଧକ୍କା ଦେବାରୁ ୨୯ ଜଣ ଶିଖ୍‌ ତୀର୍ଥଯାତ୍ରୀ ପ୍ରାଣ ହରାଇବା ସହ କେତେଜଣ...

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରସ୍ତୁତି…

ନୂଆଦିଲ୍ଲୀ,୨୬।୧୨ : ପୃଥିବୀର ବିଭିନ୍ନ ଦେଶରେ ବଢୁୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଦେଶରେ କୋଭିଡର ନୂତନ ବିପଦ ସମ୍ପର୍କରେ କେନ୍ଦ୍ର ସରକାର ପୁଣି ଚେତାବନୀ...

୯ ଜଣଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ହାଇଦ୍ରାବାଦ,୨୯।୧୦: ନିଜର ପୂର୍ବ ଅପରାଧକୁ ଲୁଚାଇବା ପାଇଁ ୯ ଜଣ ଦାଦନ ଶ୍ରମିକଙ୍କୁ ହତ୍ୟା କରିଥିବା ବିହାର ବେଗୁସରାଇ ଜିଲାର ସଞ୍ଜୟ କୁମାର ଯାଦବଙ୍କୁ ତେଲଙ୍ଗାନାର...

ତେଲେଙ୍ଗାନାରେ ପ୍ରଥମଥର ବିବାହ କଲେ ସମଲିଙ୍ଗୀ ଯୋଡି

ହାଇଦ୍ରାବାଦ,୨୦।୧୨: ତେଲେଙ୍ଗାନାରେ ପ୍ରଥମଥର ସମଲିଙ୍ଗୀ ଯୋଡି ସୁପ୍ରିୟୋ ଚକ୍ରବର୍ତ୍ତୀ ଏବଂ ଅଭୟ ଡାଙ୍ଗ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରାୟ ଏକ ଦଶନ୍ଧି ଧରି ପ୍ରେମ...

ସୁଷମାଙ୍କୁ ଭାଜପା ଦେଲା ଅନ୍ତିମ ବିଦାୟ: ଦଳୀୟ ପତାକା ଢ଼ାଙ୍କିଲେ ଶାହ

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭାଜପା କାର୍ଯ୍ୟାଳୟରେ ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୁଷମାଙ୍କ ମରଶରୀର...

ପିଠିରେ ଛୁରୀ ମାରୁଥିବା ଲୋକ ଆମର ‘ଗୁରୁ’ ହୋଇପାରିବେନି: ଶିବସେନା

ମୁମ୍ବାଇ,୨୧ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିବସେନା ନେତା ଅନନ୍ତ ଗିତେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ନିଜର...

ଶିବସେନାକୁ ୧୦୬ ଆସନ ଯାଚିଲା ଭାଜପା

ମୁମ୍ବାଇ,୧୩-୯(ପି.ଟି.): ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ଶେଷ ଆଡ଼କୁ ହେବାକୁ ଥିବାବେଳେ ଏଥିପାଇଁ ଶାସକ ଭାଜପା ଓ ଶିବସେନା ମଧ୍ୟରେ ଆସନ...

Advertisement
Archives

Model This Week