Posted inଜାତୀୟ

ଜାମିନ ମିଆଦ ବଢ଼ାଇବା ପାଇଁ ସୁପ୍ରିମକୋର୍ଟ ଗଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୮ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଅନ୍ତରୀଣ ଜାମିନ ମିଆଦକୁ ୭ ଦିନ ବଢ଼ାଇବା ନିମନ୍ତେ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପିଇଟି-ସିଟି ସ୍କାନ୍‌ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ତାଙ୍କୁ ଅଧିକ ସମୟ ଆବଶ୍ୟକ ବୋଲି କେଜ୍‌ରିଓ୍ବାଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ କେଜ୍‌ରିଓ୍ବାଲଙ୍କୁ ଇଡି ଗିରଫ କରିଥିଲା। ଲୋକ ସଭା ନିର୍ବାଚନରେ ପ୍ରଚାର ପାଇଁ ସୁଯୋଗ ଦେବା ନିମନ୍ତେ ମେ’ ୧୦ରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜୁନ୍‌ ୧ରେ ନିର୍ବାଚନ ଶେଷ ହେବା ପରେ ୨ ତାରିଖରେ ଜେଲରେ ଆତ୍ମସମର୍ପଣ କରିବା ନିମନ୍ତେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। କେଜ୍‌ରିଓ୍ବାଲ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ଗିରଫ ପରେ ସେ ୭ କେଜି ଓଜନ ହରାଇଛନ୍ତି। ତାଙ୍କ କେଟୋନ୍‌ ସ୍ତର ବହୁତ ଅଧିକ ରହିଛି, ଯାହା ଗୁରୁତର ରୋଗର ଲକ୍ଷଣ।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri