Posted inଜାତୀୟ

ଅସଲ ଦୁର୍ନୀତି ସାମ୍ନାକୁ ଆସିଲେ କେଜ୍‌ରିୱାଲ-ସିସୋଡିଆ ଆଖି ମିଶାଇ ପାରିବେ ନାହିଁ: କପିଲ ମିଶ୍ର

ନୂଆଦିଲ୍ଳୀ,୨୮।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ପ୍ରସଙ୍ଗରେ ଗତ କିଛି ଦିନ ହେବ ଦେଶର ରାଜଧାନୀରେ ଚାଲିଥିବା ଉତ୍ତେଜନା ଥମିବାର ନାମ ନେଉନାହିଁ। ଏହି ପ୍ରସଙ୍ଗରେ ଭାଜପା ନେତା କପିଲ ମିଶ୍ର ପୁଣି ଥରେ ସକ୍ରିୟ ହୋଇପଡିଛନ୍ତି। ଲଗାତାର ଦ୍ୱିତୀୟ ଦିନ ପାଇଁ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିୱାଲ ଏବଂ ଉପମୁଖମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଅବକାରୀ ଦୁର୍ନୀତି କେବଳ ଟ୍ରେଲର। ପ୍ରକୃତ ଦୁର୍ନୀତ ଏପର୍ଯ୍ୟନ୍ତ ଆସି ନାହିଁ, ଯେଉଁ ଦିନ ତାହା ସାମ୍ନାକୁ ଆସିବ, କେଜ୍‌ରିୱାଲ ଏବଂ ସିସୋଡିଆ ଆଖି ମିଶାଇ ଚାଲିପାରିବେନାହିଁ।
କପିଲ ଟୁଇଟରେ ଲେଖିଛନ୍ତି, ବନ୍ଧୁମାନେ ମନେରଖ, ବର୍ତ୍ତମାନ କେବଳ ମନୀଷ ସିସୋଡିଆଙ୍କ ମଦ ଦୁର୍ନୀତି ସାମ୍ନାକୁ ଆସିଛି। ଯେଉଁ ଦିନ ଶିକ୍ଷା ନାଁରେ ଛୋଟ ପିଲାଙ୍କ ଟଙ୍କା ନେଇଥବା କଥା ସାମ୍ନାକୁ ଆସିବ ସେଦିନ କେଜ୍‌ରିୱାଲ ଏବଂ ମନୀଷ ସିସୋଡିଆ ଆଖି ମିଶାଇ ଚାଲିପାରିବେ ନାହିଁ।
ଗୋଟିଏ ଦିନ ପୂର୍ବରୁ କପିଲ ମିଶ୍ର ଟୁଇଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଭଳି ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କୁ ତାଙ୍କ କ୍ୟାବିନେଟରୁ ହଟାଇବା ଦାବି କରିଛନ୍ତି।
ଏହାପୂର୍ବରୁ ମଧ୍ୟ କପିଲ ମିଶ୍ର ଏଏପି ଉପରେ ଟାର୍ଗେଟ୍‌ କରି କହିଥିଲେ, ମନୀଷ ସିସୋଡିଆଙ୍କ ମଦ ଦୁର୍ନୀତିରେ ନଷ୍ଟ ହୋଇଥିବା ପରିବାରର ମା’ ଏବଂ ଭଉଣୀମାନଙ୍କ ପାଇଁ ଦୁଃଖିତ। ମୁଁ ଆରମ୍ଭରୁ କହିଛି ଯେ, ଅରବିନ୍ଦ କେଜ୍‌ରିୱାଲ, ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନ ଜେଲ ଯିବେ। ଏପର୍ଯ୍ୟନ୍ତ ଦୁଇ ଜଣ ଜେଲ ଯାଇଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ସଂଖ୍ୟା ହେଉଛି ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri