Posted inଜାତୀୟ

ଜେଲ ଯିବାକୁ ଚାହୁଁ ନାହାନ୍ତି କେଜରିଓ୍ବାଲ, ସେଥିପାଇଁ ଭାଜପା ସହିତ ଅଛନ୍ତି: କଂଗ୍ରେସ…

ନୂଆଦିଲ୍ଲୀ,୨୫।୬ : ଗୋଟିଏ ପଟେ ବିହାର ସିଏମ ନୀତୀଶ କୁମାର ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ପାଟନାରେ ଏକ ସାଧାରଣ ସଭା ଆୟୋଜନ କରିଥିବାବେଳେ ଅନ୍ୟପଟେ ଦୁଇ ଶକ୍ତିଶାଳୀ ବିରୋଧୀ ଦଳ ନିଜ ମଧ୍ୟରେ ଝଗଡା କରୁଥିବା ଦେଖାଯାଉଛି। ବାସ୍ତବରେ, ପାଟନାରେ ଆରମ୍ଭ ହୋଇଥିବା କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବିବାଦ ଏବେ ରାଜନୈତିକ ବାକ୍‌ ଯୁଦ୍ଧରେ ପରିଣତ ହୋଇଛି। ଏଏପି କ୍ରମାଗତ ଭାବରେ ଅଧ୍ୟାଦେଶ ଉପରେ କଂଗ୍ରେସରୁ ସମର୍ଥନ ଲୋଡିଥିବାବେଳେ କଂଗ୍ରେସ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ।

ବର୍ତ୍ତମାନ କଂଗ୍ରେସ ଦଳର ନେତା ଅଜୟ ମାକେନ ଏଏପି ସୁପ୍ରିମୋ ଏବଂ ସିଏମ ଅରବିନ୍ଦ କେଜରିୱାଲଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏହା ସ୍ପଷ୍ଟ କେଜରିୱାଲ ଜେଲ ଯିବାକୁ ଚାହୁଁନାହାଁନ୍ତି ତେଣୁ ସେ ଭାଜପା ସହ ଅଛନ୍ତି। ସେମାନଙ୍କର ଏକମାତ୍ର ଅଭିଳାଷ ହେଉଛି ବିରୋଧୀଙ୍କ ଏକତା ଭାଙ୍ଗିବା। ଅଜୟ ମାକେନଙ୍କ ଏହି ବିବୃତ୍ତି ଦର୍ଶାଉଛି କଂଗ୍ରେସ ବିଶ୍ୱାସ କରୁଛି ଏଏପି ଏବଂ କେଜରିୱାଲ ସେମାନଙ୍କର ବ୍ୟକ୍ତିଗତ ସ୍ବାର୍ଥକୁ ବିରୋଧୀ ଏକତାଠାରୁ ଉର୍ଦ୍ଧ୍ୱରେ ରଖିଛନ୍ତି। ମାକେନଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ପାଟନାରେ ଆୟୋଜିତ ବିରୋଧୀ ଦଳର ଏକତା ବୈଠକରେ କେନ୍ଦ୍ର ସରକାରଙ୍କ ଆଦେଶ ବିରୋଧରେ କଂଗ୍ରେସକୂ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଏଏପି କହିଛି। ତେବେ କଂଗ୍ରେସ କହିଛି ଅଧ୍ୟାଦେଶ ସହ ଜଡିତ ପ୍ରସଙ୍ଗ ସଂସଦରେ ସମାଧାନ ହୋଇପାରିବ। ଏହି ବୈଠକରେ ଏଭଳି ପ୍ରଶ୍ନ ଉପରେ ଆଲୋଚନା କରିବାର କୌଣସି ଆବଶ୍ୟକତା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?