Posted inଜାତୀୟ

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଶନିବାର ଦାବି କରିଛନ୍ତି। ଏଥିପାଇଁ ଆବେଦନପତ୍ର ଦାଖଲ କରିବା ନିମନ୍ତେ ସେ ଆସନ୍ତା ୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ଏକ ଶୋଭାଯାତ୍ରାରେ ଯିବେ ବୋଲି ଘୋଷଣା କରିଛନ୍ତି।

ଦିଲ୍ଲୀ କନ୍‌ଷ୍ଟିଚ୍ୟୁଶନ କ୍ଲବ୍‌ଠାରେ ଇ୨୦ ଇନ୍ଧନ ଉପରେ ଏକ ବୈଠକକୁ ଉଦ୍‌ବୋଧନ ଦେଇ କେଜ୍‌ରିଓ୍ବାଲ କହିଛନ୍ତି, ଆସନ୍ତା ମଙ୍ଗଳବାର ମଧ୍ୟାହ୍ନରେ ସେ ଲୋକମାନଙ୍କଠାରୁ ଆବେଦନପତ୍ର ସଂଗ୍ରହ କରିବେ ଏବଂ ପ୍ରାୟ ୧୦୦ ଜଣ ଲୋକଙ୍କ ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନ ଅଭିମୁଖେ ପଦଯାତ୍ରାରେ ଯିବେ। ଗ୍ରାହକମାନଙ୍କୁ ପେଟ୍ରୋଲ ପମ୍ପ୍‌ରେ ଇ୨୦ ଏବଂ ନିୟମିତ ପେଟ୍ରୋଲ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ଅନୁମତି ଦିଆଯାଉ। ଇ୨୦ ମିଶ୍ରିତ ପେଟ୍ରୋଲ ଦାମ୍‌ କମ୍‌ କରାଯିବାକୁ କେଜ୍‌ରିଓ୍ବାଲ ଦାବି କରିଛନ୍ତି। ଇ୨୦ ବ୍ୟବହାର କଲେ ଗାଡ଼ି ଖରାପ ହେବନାହିଁ ବୋଲି ଦର୍ଶାଉଥିବା ରିପୋର୍ଟକୁ ସରକାର ସର୍ବସାଧାରଣରେ ଶେୟାର କରିବାକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବ୍ରହ୍ମପୁର ଏମ୍‌ପି

ଦିଗପହଣ୍ଡି,୩୧।୧୦(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ଏମ୍‌ପି ଡ.ପ୍ରଦୀପ ପାଣିଗ୍ରାହୀ ଶନିବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ବାତ୍ୟା ଅର୍ଣ୍ଣବର କରାଳ ରୂପରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ…

ଜିଲାପାଳଙ୍କ ସହ ଆଲୋଚନା କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଛତ୍ରପୁର, ୩୧ା୧୦(ଦିଲୀପ ସାମଲ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ…

ଧୋଇଗଲା ବିଜୁ ସେତୁ ରାସ୍ତା, ତିନି ଖଣ୍ଡ ଗାଁ ଲୋକେ ହନ୍ତସନ୍ତ

ମୋହନା,୩୧ା୧୦(ମନ୍ମଥ ମିଶ୍ର): ତିନି ଖଣ୍ଡ ଗାଁକୁ ସଂଯୋଗ କରୁଥିବା ବିଜୁ ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ। ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ବ୍ରିଜ୍‌ ରାସ୍ତା ସହ ପ୍ରୋଟେକ୍ସନ ଗାଡ଼ୱାଲ…

ଗଞ୍ଜାମରେ ରବିବାର ଛୁଟି ବାତିଲ

ଛତ୍ରପୁର,୩୧ା୧୦(ଦିଲୀପ ସାମଲ): ଗଞ୍ଜାମ ଜିଲାରେ ବର୍ଷା ଆଶଙ୍କା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ…

କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧…

ବେଆଇନ ଗ୍ୟାସ୍‌ ମହଜୁଦ୍‌ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ

ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର…

ଆଜମ ଖାନ୍‌ଙ୍କୁ ଗିରଫ କଲା ED: ଅଖିଳେଶ କହିଲେ…

ଲକ୍ଷ୍ନୌ,୩୧।୧୦: ଉତ୍ତର ପ୍ରଦେଶର ରାମପୁରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନଙ୍କୁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ED) ଶନିବାର ଗିରଫ କରିଛି। ରାମପୁର…

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେନି, ଚା’ ପିଇ ଚାଲିଗଲା ବିଜେଡି ଟିମ୍‌, ନିରାଶ ହେଲେ ଅଞ୍ଚଳବାସୀ

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ଓ ଋଷିକୁଲ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶନିବାର ରାତିରେ ପହଞ୍ଚିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?