Posted inଜାତୀୟ

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଶନିବାର ଦାବି କରିଛନ୍ତି। ଏଥିପାଇଁ ଆବେଦନପତ୍ର ଦାଖଲ କରିବା ନିମନ୍ତେ ସେ ଆସନ୍ତା ୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ଏକ ଶୋଭାଯାତ୍ରାରେ ଯିବେ ବୋଲି ଘୋଷଣା କରିଛନ୍ତି।

ଦିଲ୍ଲୀ କନ୍‌ଷ୍ଟିଚ୍ୟୁଶନ କ୍ଲବ୍‌ଠାରେ ଇ୨୦ ଇନ୍ଧନ ଉପରେ ଏକ ବୈଠକକୁ ଉଦ୍‌ବୋଧନ ଦେଇ କେଜ୍‌ରିଓ୍ବାଲ କହିଛନ୍ତି, ଆସନ୍ତା ମଙ୍ଗଳବାର ମଧ୍ୟାହ୍ନରେ ସେ ଲୋକମାନଙ୍କଠାରୁ ଆବେଦନପତ୍ର ସଂଗ୍ରହ କରିବେ ଏବଂ ପ୍ରାୟ ୧୦୦ ଜଣ ଲୋକଙ୍କ ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନ ଅଭିମୁଖେ ପଦଯାତ୍ରାରେ ଯିବେ। ଗ୍ରାହକମାନଙ୍କୁ ପେଟ୍ରୋଲ ପମ୍ପ୍‌ରେ ଇ୨୦ ଏବଂ ନିୟମିତ ପେଟ୍ରୋଲ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ଅନୁମତି ଦିଆଯାଉ। ଇ୨୦ ମିଶ୍ରିତ ପେଟ୍ରୋଲ ଦାମ୍‌ କମ୍‌ କରାଯିବାକୁ କେଜ୍‌ରିଓ୍ବାଲ ଦାବି କରିଛନ୍ତି। ଇ୨୦ ବ୍ୟବହାର କଲେ ଗାଡ଼ି ଖରାପ ହେବନାହିଁ ବୋଲି ଦର୍ଶାଉଥିବା ରିପୋର୍ଟକୁ ସରକାର ସର୍ବସାଧାରଣରେ ଶେୟାର କରିବାକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ଏମିତି କାରନାମା ଦେଖି ଟେନ୍‌ସନ୍‌ରେ କରୀନା

ଆଜିକାଲି କରୀନା କପୁର ଖାନ ଭାରୀ ଟେନ୍‌ସନ୍‌ରେ ଅଛନ୍ତି। କୌଣସି ଫିଲ୍ମ ପାଇଁ ନୁହେଁ, ନିଜ ପୁଅ ପାଇଁ ସେ ବେଶ୍‌ ଚିନ୍ତିତ। ସେ ତାଙ୍କ ପୁଅ…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି, ୩୦ ବର୍ଷରେ…

ଗୁଣପୁର,୧୬ା୯(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ବୁଧବାର ଶୁଭଖୁଣ୍ଟି…

ଅଳିଦାଗଦାରେ ପୂରିଛି ସିମନବାଡ଼ି, ଯାତାୟାତବେଳେ ନାକ ଟେକୁଛନ୍ତି ପର୍ଯ୍ୟଟକ, ମାସିକ ବୈଠକରେ…

ଦାରିଙ୍ଗବାଡ଼ି,୧୬ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଅନ୍ୟତମ ପର୍ଯ୍ୟଟକଙ୍କ ଯାତାୟାତ ସ୍ଥାନ ସିମନବାଡ଼ି ପଞ୍ଚାୟତ ଅଞ୍ଚଳ ଏବେ କୁଢ଼କୁଢ଼ ଅଳିଆ ଗଦାରେ ପୁତ୍ତିମୟ ଗନ୍ଧରେ ନାକ…

ଜାରି ହେଲା ICCର ନୂଆ ରାଙ୍କିଙ୍ଗ୍‌: ଉପରକୁ ଉଠିଲେ ଅଭିଷେକ, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୧୬।୯: ICC ପକ୍ଷରୁ ବୁଧବାର ନୂଆ T20 ରାଙ୍କିଂ ଜାରି କରାଯାଇଛି। ଏଥିରେ ଭାରତୀୟ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କୁ ବଡ଼ ଫାଇଦା ମିଳିଛି। ସେ T20 ବ୍ୟାଟିଂ…

ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: EPF ନିୟମରେ ବଡ଼ ପରିବର୍ତ୍ତନ! ୧୫ ହଜାରରୁ ବଢି ୨୫ ହଜାର ହେବ…

ନୂଆଦିଲ୍ଲୀ,୧୬।୯: ଦେଶର ଲକ୍ଷ ଲକ୍ଷ ବେତନଭୋଗୀ କର୍ମଚାରୀଙ୍କ ପାଇଁ EPF ଓ EPS ସମ୍ପର୍କିତ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ମାସିକ ୧୫,୦୦୦ ଥିବା EPF/EPS…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଆସିଲା ବଡ଼ ଖବର: ପ୍ରଶଂସକ ଶୁଣିଲେ ହୋଇଯିବେ ଖୁସି!

ନୂଆଦିଲ୍ଲୀ,୧୬।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ T20 ସିରିଜ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଦୁଇଟି ମ୍ୟାଚ ଜିତି ଟିମ…

୪ ପୌର ନିଗମରେ ଭାଜପା ବିଜୟୀ

ଜୟପୁର,୧୬ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ପାକିସ୍ତାନରେ ହାହାକାର: ହେବ ଲକଡାଉନ୍‌! ଜାଣନ୍ତୁ କାହିଁକି…

ଇସଲାମାବାଦ,୧୬।୯: ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇନ୍ଧନ ବ୍ୟବହାର ଓ ଯାତାୟାତ କମାଇବା ନେଇ ଅନେକ ବିକଳ୍ପ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?