ଫୋନ୍‌ ରଖନ୍ତୁ ସୁରକ୍ଷିତ…

ବର୍ଷାଦିନ ଆରମ୍ଭ ହେଲାଣି। ଏମିତିରେ ପଢ଼ା କିମ୍ବା ଜବ୍‌ ପାଇଁ ବାହାରକୁ ଯାଉଥିବା ଯୁବତୀ ଯୁବକଙ୍କର ଫୋନ୍‌ ପାଣି ସଂସ୍ପର୍ଶରେ ଆସି ନଷ୍ଟ ହୋଇଯିବାର ଆଶଙ୍କା ବଢ଼ିଯାଏ। ଏଦିନେ କିପରି ଫୋନ୍‌କୁ ସୁରକ୍ଷିତ ରଖିପାରିବେ ଜାଣିରଖନ୍ତୁ କେତୋଟି ଉପାୟ…
ସମୟରେ ବାହାରକୁ ଯାଉଥିଲେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନ କରିବା ଭଲ। କାରଣ ବର୍ଷାରେ ମୋବାଇଲ ଓଦା ହୋଇ ନଷ୍ଟ ମଧ୍ୟ ହୋଇପାରେ। କେବଳ ଏତିକି ନୁହେଁ, ଏଦିନେ ଅନେକ ସମୟରେ ହଠାତ୍‌ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଥାଏ। ଫଳରେ ବିଜୁଳି କରେଣ୍ଟ ସଂସ୍ପର୍ଶରେ ଆସି ମୋବାଇଲ ଫାଟିବା ଯୋଗୁ ଅନେକଙ୍କ ସ୍ବାସ୍ଥ୍ୟ ଓ ଜୀବନ ହାନି ହେବାର ଆଶଙ୍କା ରହିଛି।
ବାହାରକୁ ଯାଉଥିବା ସମୟରେ ମୋବାଇଲ୍‌ ଓଦା ନ ହେବା ଲାଗି ମାର୍କେଟରେ ମିଳୁଥିବା ଟ୍ରାନ୍ସପରେଣ୍ଟ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବା ଓ୍ବାଟରପ୍ରୁଫ୍‌ ମୋବାଇଲ୍‌ ପାଉଚ୍‌ ବ୍ୟବହାର କରନ୍ତୁ। ଏହାକୁ ମଶ୍ଚରପ୍ରୁଫ୍‌ ରଖିବା ଲାଗି ଉକ୍ତ ବ୍ୟାଗ୍‌ ଭିତରେ ସିଲିକା ଜେଲ୍‌ ରଖିପାରିବେ।
ଯଦି ହଠାତ୍‌ ମୋବାଇଲ ଓଦା ହୋଇଯାଏ, ତେବେ ପାଣି ମୋବାଇଲ ଭିତରକୁ ନ ଯିବା ପୂର୍ବରୁ ସଙ୍ଗେ ସଙ୍ଗେ ତାହାର ବ୍ୟାଟେରି କାଢ଼ି ଭଲ ଭାବେ ପୋଛି ଶୁଖାନ୍ତୁ। ନଚେତ୍‌ ବ୍ୟାଟେରି ବ୍ଲାଷ୍ଟ ହେବାର ଆଶଙ୍କା ବଢ଼ିପାରେ। ହେଲେ ମନେରଖନ୍ତୁ, ଫୋନ୍‌ ଓଦା ହୋଇଗଲେ ହେୟାର ଡ୍ରାୟର ସାହାଯ୍ୟରେ କିମ୍ବା ଟାଣଖରାରେ ଶୁଖାଇବାର ଭୁଲ ଆଦୌ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଫୋନ ଖରାପ ହୋଇଯାଇପାରେ। ଏହା ବଦଳରେ ଫ୍ୟାନ୍‌ ଆଗରେ କିମ୍ବା ଅଳ୍ପ ସୂର୍ଯ୍ୟକିରଣ ପଡୁଥିବା ଶୁଖିଲା ସ୍ଥାନରେ ରଖନ୍ତୁ।
ପାତ୍ରରେ ଚାଉଳ ନେଇ କିମ୍ବା ଚାଉଳ ରହୁଥିବା ବ୍ୟାଗ୍‌ ଅବା ଡବା ଭିତରେ ଓଦା ମୋବାଇଲ୍‌ ପୂରାଇ ରଖିପାରିବେ। ଏହାଦ୍ବାରା ଚାଉଳ ଫୋନ୍‌ର ଆର୍ଦ୍ରତାକୁ ସହଜରେ ଶୁଖାଇ ଦେଇଥାଏ। ତେବେ ଏହା ପୂର୍ବରୁ ଚାଉଳରେ ଯେପରି ଅଧିକ ଧୂଳି ନ ଥାଏ, ସେଥିପ୍ରତି ନଜର ଦିଅନ୍ତୁ।
ଫୋନ୍‌କୁ ଚାର୍ଜରେ ବସାଇବା ଦ୍ବାରା ଶର୍ଟ ସର୍କିଟ ହେବାର ଆଶଙ୍କା ରହିଥାଏା ଏହାଦ୍ବାରା ଫୋନ୍‌ ସମ୍ପୂର୍ଣ୍ଣ ଖରାପ ହୋଇଯାଇପାରେ। ବିଶେଷକରି ଘଡ଼ଘଡ଼ି ମାରୁଥିବା ସମୟରେ ଏପରି ଆଦୌ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri