ଓଡ଼ିଶାର କଳାକୃତି ନିଆରା

ଏଠାକାର କାରିଗରମାନେ କାଠପଥରଠାରୁ ଆରମ୍ଭ କରି ମାଟି ଗୋବର ପର୍ଯ୍ୟନ୍ତ ସବୁ ଜିନିଷରେ ନିଜର କଳାକୃତୀ ଦେଖାଇଥାନ୍ତି। ଏଇ କଳାକୃତୀ ଭିତରେ ଆସେ ଲାଉରେ ତିଆରି କଳାକୃତୀ। ଯାହା ଦେଖିବାକୁ ଯେମିତି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ…କଳାକୃତୀ ହିଁ ସୁନ୍ଦର। ତେବେ ସ୍ଥଳ ବିଶେଷରେ ବିଭିନ୍ନ ସ୍ଥାନର କଳାକୃତୀ ଭିନ୍ନ ଭିନ୍ନ ହୋଇଥାଏ। ଆଉ ସେହି କଳାକୃତୀଗୁଡିକ ସେହି ସ୍ଥାନର ପରିଚୟ ବି ବହନ କରିଥାଏ। ଏହି କ୍ରମରେ ଦେଖିଲେ ଓଡ଼ିଶାର କଳାକୃତିରେ ସ୍ବତନ୍ତ୍ରତା ବାରି ହୋଇପଡ଼େ। ଏଠାକାର କଳା କାରିଗରମାନେ କାଠପଥରଠାରୁ ଆରମ୍ଭ କରି ମାଟି ଗୋବର ପର୍ଯ୍ୟନ୍ତ ସବୁ ଜିନିଷରେ ନିଜର କଳାକୃତୀ ଦେଖାଇଥାନ୍ତି। ଏଇ କଳାକୃତୀ ଭିତରେ ଆସେ ଲାଉରେ ତିଆରି କଳାକୃତୀ। ଯାହା ଦେଖିବାକୁ ଯେମିତି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। କଞ୍ଚା ଲାଉରେ ସାଧାରଣତଃ ସ୍ବାଦିଷ୍ଟ ତରକାରୀ ଓ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଶୁଖିଲା ଲାଉ କିନ୍ତୁ ସାଧାରଣରେ ବେଶି କାମରେ ଆସେନା। ହେଲେ ଏହି ସୁଖିଲା ଲାଉକୁ ନେଇ କାରିଗରମାନେ ଏବେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର କଳାକୃତୀ। ଯାହା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଆଗରୁ ଏହି ସୁଖିଲା ଲାଉ ଖୋଳକୁ ଗାଁଗହଳିରେ କେହି କେହି କେନ୍ଦରା ବାଦ୍ୟଯନ୍ତ୍ର ତିଆରି ପାଇଁ ବ୍ୟବହାର କରୁଥିଲେ। ତାସହ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଅଧିକାଂଶ ମହିଳା ଲାଉତୁମ୍ବାକୁ ପାତ୍ର ରୂପେ ବ୍ୟବହାର କରୁଥିଲେ। ସମୟକ୍ରମେ ଏହା ଲୋପ ପାଇବାକୁ ଲାଗିଲା। ମାତ୍ର ଏବେ ଏହାକୁ ନେଇ କରାଯାଉଛି ବିଭିନ୍ନ କଳାକୃତି l ଏଥିରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଘରସଜ୍ଜା ସାମଗ୍ରୀ ବି ପ୍ରସ୍ତୁତ ରହିଛି। ତାସହ ମହିଳାମାନଙ୍କ ଅଳଙ୍କାର, ଆଦିବାସୀ ମାନଙ୍କର ଯାଉ ରଖିବା ପାତ୍ର, ଘର ସାଜସଜ୍ଜା ସାମଗ୍ରୀ ଇତ୍ୟାଦି ବି ତିଆରି କରାଯାଉଛି। ଏହା ହାଇଜିନିକ ଏବଂ ଏକ ପ୍ରାକୃତିକ ଦ୍ରବ୍ୟରୁ ନିର୍ମିତ ବୋଲି ଲୋକେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି। ହେଲେ ଏହାର ବଜାରୀକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେବେ ହିମାଂଶୁ ଶେଖର ପାଣ୍ଡିଆନ କହନ୍ତି, ରାଜ୍ୟ, ଦେଶ ବିଦେଶ ଓ ୱେବ ସାଇଟ୍‌ରୁ ଏବେ ଅନେକ ଅର୍ଡର ଆସୁଛି। ହେଲେ ସ୍ଥାନୀୟ ଅଞ୍ଚଳରେ ଏହାକୁ ଲୋକେ ଜାଣିପାରନ୍ତି ନାହିଁ l
ପୂର୍ବରୁ ଲାଉରେ ଘରେ ରୋଷେଇ କରିବା ଜାଣିଥିଲୁ। ହେଲେ ଏତେ କାରୁକାର୍ଯ୍ୟ ଚିତ୍ର କଳା ହେବ ଜାଣି ନଥିଲୁ। ରାୟଗଡ଼ାର ବଡ଼ କୁସୁପାଡ଼ିର ପ୍ରତିମା ମଣ୍ଡାଙ୍ଗି କୁହନ୍ତି, ‘ତାଲିମ ନେବା ପରେ ନିଜେ ସ୍ବାବଲମ୍ବୀ ହେବା ସହ ଏପରି ହସ୍ତଶିଳ୍ପ କଳା କାରିଗରିରେ ଖୁସି ଅଛୁ।’ ସେହିପରି ଜଣେ ଲାଉ ବିକାଳି ସିଲଟିଗୁଡା ଗ୍ରାମର ହେମା କର କରିଆ କହିଛନ୍ତି, ପୂର୍ବରୁ ଆମେ ଲାଉକୁ ଶୁଖିଯାଇଛି କହି ଫୋପାଡ଼ି ଦେଉଥିଲୁ। ମାତ୍ର ଆଜିକାଲି ଟ୍ରେନିଂ ଯାଇ ଲାଉର ବିଭିନ୍ନ ଉପକାରିତା ଥିବା ଜାଣି ବିଭିନ୍ନ ସାମଗ୍ରୀ ତିଆରି କରି ତାହାକୁ ବିକ୍ରି କରି କିଛି ଟଙ୍କା ମଧ୍ୟ ପାଉଛୁ। ଶୁଖିଲା ଲାଉଖୋଳରୁ ଯେ ସୁନ୍ଦର ସୁନ୍ଦର କଳାକୃତି ତିଆରି ହୋଇପାରୁଛି, ଏହା ଆମ କଳା କାରିଗରିରେ ଆଉ ଏକ ନିଆରା ପରିଚୟ ସୃଷ୍ଟି କରିଛି।
– ଭାଗ୍ୟଶ୍ରୀ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ପୁଣି ଆସିବ ପ୍ରଳୟ! ଶେଷ ହୋଇନି ନେପାଳବାସୀଙ୍କ ଦୁର୍ଦ୍ଦଶା, ବଡ଼ ଆକଳନ କଲେଣି ବିଶେଷଜ୍ଞ

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି; ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ଜୀବନ ଯାଇଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ସେପ୍ଟେମ୍ବର ୨୦୨୬ ମାସିକ ରାଶିଫଳ: ବଦଳିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ ୧୨ ରାଶି ପାଇଁ କେମିତି ରହିବ ମାସ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ମାସ ହେବାକୁ ଯାଉଛି। ଏହି ମାସରେ ଅନେକ ପ୍ରମୁଖ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ ୧୨ଟି…

ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମାନସମନ୍ଥନ: ୭୦+ ମନ୍ତ୍ରୀଙ୍କ କଟିବ ପତ୍ତା! ଯୁବ-ମହିଳାଙ୍କୁ ମିଳିବ…

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଯୁବ ଓ ମହିଳାଙ୍କୁ ଅଧିକ ସ୍ଥାନ ଦେବା ଉପରେ ଗୁରୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri