ହୃତ୍‌ପିଣ୍ଡକୁ ରଖନ୍ତୁ ସୁସ୍ଥ

ଏବେ ସାରା ପୃଥିବୀରେ ହୃଦ୍‌ରୋଗ ହିଁ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଛି ଏବଂ ଏହା ସବୁଠାରୁ ବଡ଼ ଘାତକ ରୋଗ ଭାବରେ ମଧ୍ୟ ଚିହ୍ନିତ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୧କୋଟି ୭୦ ଲକ୍ଷରୁ ଅଧିକ ଲୋକ ଅସ୍ବାଭାବିକ ଭାବରେ ହୃଦ୍‌ରୋଗ ଓ ହୃଦ୍‌ଘାତର ଶିକାର ହୋଇ ମୃତ୍ୟୁ ମୁଖରେ ପଡ଼ିଥା’ନ୍ତି। ଏମିତି କି ଆଜିକାଲି ଅଳ୍ପ ବୟସର ଯୁବତୀଯୁବକମାନେ ମଧ୍ୟ ହଠାତ୍‌ ହୃଦ୍‌ଘାତରେ ମୃତ୍ୟୁବରଣ କରୁଛନ୍ତି।
ଗୋଟିଏ ଘଡ଼ି ଯେମିତି ସମୟକୁ ସୂଚିତ କରି ସବୁବେଳେ ଟିକ୍‌ ଟିକ୍‌ କରି ଚାଲିଥାଏ ସେମିତି ହୃତ୍‌ପିଣ୍ଡ ମଧ୍ୟ ଆଦୌ ବିଶ୍ରାମ ନ ନେଇ ସାରାଜୀବନ ସ୍ପନ୍ଦିତ ହେଉଥାଏ। ବେଳେବେଳେ ଏଇ ସୁସ୍ଥ ହୃତ୍‌ପିଣ୍ଡ ଧୂମପାନ ଓ ନିଶା ସେବନ, ମାନସିକ ଚାପ, ଶାରୀରିକ ପରିଶ୍ରମର ଅଭାବ, ମଧୁମେହ ରୋଗ, ମେଦବହୁଳତା, ଜଙ୍କଫୁଡ୍‌ ଓ ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଅଧିକ ଖାଇବା ତଥା ବିଶ୍ରାମର ଅନିୟମିତତା ଯୋଗୁ ରୁଗ୍‌ଣ ହୋଇଯାଏ। ତେଣୁ ହୃଦ୍‌ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ତଥା ହୃଦ୍‌ରୋଗକୁ ଏଡ଼ାଇବା ପାଇଁ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରିବା ହେଉଛି ‘ବିଶ୍ୱ ହୃତ୍‌ପିଣ୍ଡ ଦିବସ’ର ମୂଳ ଲକ୍ଷ୍ୟ। ସେଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ତଥା ବିଶ୍ୱ ହୃତ୍‌ପିଣ୍ଡ ଫେଡେରେଶନ୍‌ର ମିଳିତ ଆନୁକୂଲ୍ୟରେ ୧୯୯୯ ମସିହାଠାରୁ ସାରା ପୃଥିବୀରେ ଏହି ଦିବସ ପାଳନ କରାଯାଉଛି। ଚଳିତବର୍ଷ ପାଇଁ ଏହାର ମୁଖ୍ୟ ବାର୍ତ୍ତା ହେଉଛି ନିଜ ହୃତ୍‌ପିଣ୍ଡ ସହ ଅନ୍ୟମାନଙ୍କ ହୃତ୍‌ପିଣ୍ଡର ମଧ୍ୟ ଯନତ୍ ନିଅ। ଏହି ବାର୍ତ୍ତାର ତିନୋଟି ସ୍ତମ୍ଭ ହେଉଛି-
ୟୁଜ୍‌ ହାର୍ଟ ଫର୍‌ ହ୍ୟୁମାନିଟି: ସମାଜର ନିମ୍ନ ଓ ମଧ୍ୟବିତ୍ତ ପରିବାରର ହୃଦ୍‌ରୋଗୀଙ୍କ ପାଇଁ ସାହାଯ୍ୟ ଯୋଗାଇବା।
ୟୁଜ୍‌ ହାର୍ଟ ଫର୍‌ ନେଚର: ସାରା ପୃଥିବୀର ବାୟୁ ପ୍ରଦୂଷଣ ଯୋଗୁ ଶତକଡ଼ା ୨୫ ପ୍ରତିଶତ ହୃଦ୍‌ରୋଗୀ ମୃତ୍ୟୁବରଣ କରିଥା’ନ୍ତି। ତେଣୁ ହୃଦ୍‌ରୋଗ କମାଇବା ପାଇଁ ବାୟୁ ପ୍ରଦୂଷଣ କମାଇବା।
ୟୁଜ୍‌ ହାର୍ଟ ଫର୍‌ ୟୁ: ନିଜ ମାନସିକ ସ୍ବାସ୍ଥ୍ୟର ବିଶେଷ ଭାବେ ଯନତ୍ ନେବା। କାରଣ ମାନସିକ ଚାପ ହିଁ ହୃଦ୍‌ରୋଗ, ହୃଦ୍‌ଘାତ ଓ ମସ୍ତିଷ୍କାଘାତ ପାଇଁ ମୁଖ୍ୟତଃ ଦାୟୀ ହୋଇଥାଏ।
ହୃଦ୍‌ରୋଗ ମୁଖ୍ୟତଃ ଜନ୍ମଗତ ହୃଦ୍‌ରୋଗ ଏବଂ ଆନୀତ ହୃଦ୍‌ରୋଗ, ଯାହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ହୃତ୍‌ପିଣ୍ଡ ଧମନୀରେ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇ ଯେଉଁ ହୃଦ୍‌ରୋଗ ହୁଏ (କରୋନାରୀ ଆର୍ଟେରୀ ଡିଜିଜ୍‌) ଏବଂ ରକ୍ତଚାପ ଜନିତ ହୃଦ୍‌ରୋଗ ଓ ଆଣ୍ଠୁ ଗଣ୍ଠିଜନିତ ହୃଦ୍‌ରୋଗ (ରିଉମାଟିକ୍‌ ହାର୍ଟଜନିତ ହୃଦ୍‌ରୋଗ ଓ ତତ୍‌ ଜନିତ ଜଟିଳତା)।
ଏବେ ଭାରତରେ ହୃଦ୍‌ରୋଗୀଙ୍କର ସଂଖ୍ୟା ବହୁଗୁଣରେ ବଢ଼ିଚାଲିଛି, କାରଣ ଦ୍ରୁତ ସହରୀକରଣ, ପରିବର୍ତ୍ତିତ ଜୀବନଶୈଳୀ ଓ ମାନସିକ ଚାପ ବୃଦ୍ଧି। ଏହାଛଡ଼ା ଭାରତୀୟଙ୍କର ହୃଦ୍‌ ଧମନୀ ବିଦେଶୀଙ୍କ ଧମନୀ ଅପେକ୍ଷା ଛୋଟ ଓ ଅଣଓସାରିଆ ହୋଇଥାଏ। ତେଣୁ କୋଲେଷ୍ଟେରଲ୍‌ର ପରିମାଣ ବଢ଼ିଗଲେ ଏହାର କାନ୍ଥରେ ପ୍ଲାକ୍‌ ଭର୍ତ୍ତି ହୋଇଯାଏ ଏବଂ ଜମାଟ ବାନ୍ଧି ରକ୍ତ ପ୍ରବାହରେ ବାଧା ସୃଷ୍ଟି କରି ହୃଦ୍‌ଘାତ କରିଥାଏ।
କାରଣ: ହୃଦ୍‌ରୋଗର ମୁଖ୍ୟ କାରଣ ଧୂମପାନ। ଧୂମପାନ ଓ ନିଶା ସେବନ ହୃଦ୍‌ରୋଗ ଆଶଙ୍କା ଶତକଡ଼ା ୨୫ ବଢ଼ାଇ ଦେଇଥାଏ ଓ ଏହା ୧୫-୨୫ ବର୍ଷ ଆୟୁଷ କମାଇଦିଏ। ଧୂମପାନ ଦ୍ୱାରା ଶରୀରକୁ ଯେଉଁ ନିକୋଟିନ୍‌ ପ୍ରବେଶ କରିଥାଏ ସେଥିରେ ୪୦୦୦ରୁ ଅଧିକ ବିଷ ଥାଏ। ଯେଉଁମାନେ ପରୋକ୍ଷ ଭାବରେ ଧୂମପାନ କରନ୍ତି ସେମାନେ ମଧ୍ୟ ହୃଦ୍‌ରୋଗ ଭୋଗିଥାନ୍ତି। ଏମାନଙ୍କୁ ଅଚାନକ ହୃଦ୍‌ଘାତ ହୋଇଥାଏ।
ଓ ଥଣ୍ଡା ପାନୀୟରେ ଥିବା ଆଲ୍‌କୋହଲ୍‌ ହୃତ୍‌ପିଣ୍ଡର ମାଂସପେଶୀକୁ ନଷ୍ଟ କରିଦିଏ। ରକ୍ତଚାପ ବୃଦ୍ଧି ପାଇଲେ ହୃଦ୍‌ରୋଗର ଆଶଙ୍କା ବଢ଼ିଯାଏ।
ଲୁଣ ଖାଇବା ଦ୍ୱାରା ଉଚ୍ଚରକ୍ତଚାପ ରୋଗ ମଧ୍ୟ ହୋଇଥାଏ। ଅପର ପକ୍ଷରେ ଉଚ୍ଚରକ୍ତଚାପ ହେଲେ, ବେଶି ଲୁଣ ଖାଇଲେ ରକ୍ତଚାପ ଆହୁରି ବଢ଼ିଯାଏ ଏବଂ ହୃଦ୍‌ଘାତ ହୋଇଥାଏ।
ରୋଗ ଓ ରକ୍ତରେ ଅତ୍ୟଧିକ ଚର୍ବି ବା କୋଲେଷ୍ଟେରଲ୍‌ ହୃଦ୍‌ରୋଗର ଆଶଙ୍କା ବଢ଼ାଇ ଦେଇଥାଏ। ବିଶେଷକରି ଯେଉଁ ପରିବାରରେ ଉଚ୍ଚରକ୍ତଚାପ, ମଧୁମେହ ଓ ଅଚାନକ ହୃଦ୍‌ରୋଗଜନିତ ମୃତ୍ୟୁ (ସର୍ଡନ କାର୍ଡିଆକ୍‌ ଆରେଷ୍ଟ)ର ଇତିହାସ ଥାଏ ସେମାନେ ସତର୍କ ରହିବା ଆବଶ୍ୟକ।
କିପରି ନିୟନ୍ତ୍ରଣ କରିବେ
ଶୈଳୀରେ ପରିବର୍ତ୍ତନ କରି ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଫଳ ସହିତ ତଟକା ପନିପରିବାଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଏହା ସହ ଲୁଣ ଏବଂ ତେଲ ପରିମାଣ କମାଇବା ଭଲ।
ନିୟମିତ ଓଟ୍‌ ଖାଆନ୍ତୁ। ଏହା ଏକ ତନ୍ତୁଯୁକ୍ତ (ହାଇ ଫାଇବର ଫୁଡ୍‌) ଖାଦ୍ୟ। ଏହା ଶରୀରକୁ ସୁସ୍ଥ ରଖିବା ସହ ହୃଦ୍‌ରୋଗ ଓ ମଧୁମେହ ରୋଗରୁ ରକ୍ଷା କରିଥାଏ। ଏଥିରେ ଥିବା ବିଟା ଗ୍ଲୁକୋଜ୍‌ ନାମକ ତନ୍ତୁ, ଅଦରକାରୀ କୋଲେଷ୍ଟେରଲ୍‌କୁ କମାଇ ଦେଇଥାଏ। ଓଟ୍‌ ହେଉଛି ଏକମାତ୍ର ଖାଦ୍ୟ, ଯାହା ରକ୍ତରେ ଥିବା ଭଲ ଓ ଖରାପ କୋଲେଷ୍ଟେରଲ୍‌ ଏଚ୍‌.ଡି.ଏଲ୍‌. ଓ ଏଲ୍‌.ଡି.ଏଲ୍‌.କୁ ନିୟନ୍ତ୍ରଣ ରଖିଥାଏ। ସୋୟାବିନ ମଧ୍ୟ କୋଲେଷ୍ଟେରଲ୍‌ ଓ ଫ୍ରିରାଡିକଲ୍‌କୁ କମାଇ ଦେଇଥାଏ।
ଶରୀରରୁ ଝାଳ ବୋହିବା ଭଳି ବ୍ୟାୟାମ କରନ୍ତୁ। ପ୍ରତିଦିନ ଅତିକମ୍‌ରେ ଅଧଘଣ୍ଟା ଚାଲନ୍ତୁ।
ସେବନ, ମଦ୍ୟପାନ, ବର୍ଗର, ପିଜା ଭଳି ଫାଷ୍ଟଫୁଡ୍‌ଜାତୀୟ ଖାଦ୍ୟ ଖାଇବା ଠିକ୍‌ ନୁହେଁ।
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅତ୍ୟଧିକ ରାଗିବା ଦ୍ୱାରା ବିଭିନ୍ନ ରୋଗ ସହିତ ହୃଦ୍‌ଘାତର ଶିକାର ହେବାକୁ ପଡ଼ିଥାଏ। ତେଣୁ ମନକୁ ଅବସାଦମୁକ୍ତ ଓ ଖୁସିରେ ରଖନ୍ତୁ।
– ପ୍ରଫେସର ଡା. ରମାରମଣ ଷଡ଼ଙ୍ଗୀ
ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ
ଲିଙ୍କ୍‌ରୋଡ୍‌, କଟକ
ମୋ: ୯୪୩୭୦୫୧୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?