ଏମିତି ରଖନ୍ତୁ ଠାକୁର ଘର, ବୃଦ୍ଧି ପାଇବ ସୁଖ ସମୃଦ୍ଧି…

ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ ଠାକୁରଘରେ ଦେବଦେବୀଙ୍କର ପ୍ରତିମା ସ୍ଥାପନାଠୁ ଆରମ୍ଭ କରି ତାଙ୍କୁ ଆରାଧନା କରିବା ପର୍ଯ୍ୟନ୍ତ ସବୁ ପାଇଁ କିଛି ନା କିଛି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବଦେବୀଙ୍କର ଆଶିଷ ଲାଭ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଯେମିତିକି:

*ଠାକୁର ଘରେ ଦେବଦେବୀଙ୍କ ପ୍ରତିମା ସ୍ଥାପନା କରିବା ପୂର୍ବରୁ ପ୍ରଥମେ ଘରକୁ ଭଲଭାବେ ସଫାକରି ଅନାବଶ୍ୟକ ଜିନିଷକୁ ଘରୁ ବାହାର କରିଦେବା ଆବଶ୍ୟକ। କାରଣ ବେକାର ପଡ଼ିଥିବା ଜିନିଷ ଘରେ ନକାରାତ୍ମକ ଊର୍ଜା ସୃଷ୍ଟି କରିଥାଏ।

*ଦେବଦେବୀଙ୍କର ମୂର୍ତ୍ତି ହେଉ ଅବା ଫଟୋକୁ ଘରର ପୂର୍ବ ଦିଗରେ ଏପରି ସ୍ଥାପନା କରିବେ, ଯେମିତିକି ତାଙ୍କ ମୁଖ ପଶ୍ଚିମ ଦିଗ ଆଡକୁ ଏବଂ ପୂଜା କରିବା ସମୟରେ ବ୍ୟକ୍ତିଙ୍କ ମୁହଁ ପୂର୍ବ ଦିଗ ଆଡକୁ ରହୁଥିବ। ଏହାଦ୍ୱାରା ପୂଜା ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଛି।

* ଠାକୁର ଘରେ କେବେ ବି ଅଧିକ ଉଚ୍ଚତା ବିଶିଷ୍ଟ ଦେବଦେବୀଙ୍କ ମୂର୍ତ୍ତି ରଖିବା ଠିକ୍‌ ନୁହେଁ। ବାସ୍ତୁଶାସ୍ତ୍ର ଅନୁଯାୟୀ ୭ ଇଞ୍ଚ ହେଉ ଅବା ୯ ଆଙ୍ଗୁଠି ଉଚ୍ଚତା ବିଶିଷ୍ଟ ଠାକୁରଙ୍କ ମୂର୍ତ୍ତିକୁ ଘରେ ରଖି ପୂଜା କରିବା ଶୁଭ ହୋଇଥାଏ।

* ସେହିପରି ଠାକୁରଙ୍କ ମୂର୍ତ୍ତି ହେଉ ଅବା ଫଟୋକୁ ସିଧାସଳଖ ଚଟାଣ ଉପରେ ନ ରଖି ନାଲି ରଙ୍ଗର ସଫା କପଡ଼ା ଉପରେ ରଖିବା ଆବଶ୍ୟକ।

* ଠାକୁର ଘରେ ପୂଜା ପାଉଥିବା ଦେବଦେବୀଙ୍କର ମୂର୍ତ୍ତି ହେଉ ଅବା ଫଟୋକୁ ଫୁଲରେ ପୂରା ଭର୍ତ୍ତି କରିଦେବା ଠିକ୍‌ ନୁହେଁ। ସେମାନଙ୍କ ମୁହଁ ଯେପରି ଦେଖାଯାଉଥିବ ସେଥିପ୍ରତି ଧ୍ୟାନଦେବା ଜରୁରୀ।

* ଠାକୁର ଘରର କାନ୍ଥରେ ନାଲି ସିନ୍ଦୁରରେ ଓଁ ଏବଂ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ।

* ଠାକୁର ପୂଜାରେ ତମ୍ବା, ପିତଳ ହେଉ ଅବା ରୁପାର ବାସନକୁସନ ବ୍ୟବହାର କରିବା ଉତ୍ତମ ଫଳ ଦେଇଥାଏ।

* ଘରର ମୁଖ୍ୟ ଦ୍ୱାର ହେଉ ଅବା ଠାକୁର ଘରର ପ୍ରବେଶ ଦ୍ୱାରରେ ସିନ୍ଦୂରରେ ସ୍ବସ୍ତିକ ଚିହ୍ନ କରି ଆମ୍ବ ଡାଳ ବାନ୍ଧିଲେ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହେବା ସହ ପ୍ରଭୁକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା...

ଶନିଙ୍କ ଗୋଚର ପରେ ଖୋଲିବ ୩ ରାଶିର ଭାଗ୍ୟ, ମିଳିପାରେ ଚାକିରି

ଆଜି ମଙ୍ଗଳବାର, ମାଘ ମାସର ଶୁକ୍ଳ ପକ୍ଷର ଦ୍ୱିତୀୟ ଦିନ। ଦ୍ୱିତୀୟ ତିଥି  ସକାଳ ୨ଟା୪୩ ପର୍ଯ୍ୟନ୍ତ ରହିବ। ସିଦ୍ଧି ଯୋଗ ରାତି ୮ଟା୦୧ ପର୍ଯ୍ୟନ୍ତ...

୧୪ ଦିନ ପର୍ଯ୍ୟନ୍ତ ଚିନି ନ ଖାଇଲେ ଶରୀରରେ ଦେଖିବାକୁ ପାଇବେ ଏସବୁ ପରିବର୍ତ୍ତନ

ସ୍ବାସ୍ଥ୍ୟଗତ କାରଣରୁ, ସାଧାରଣତଃ ଚିନିମୁକ୍ତ ଖାଦ୍ୟ ଅନୁସରଣ କରିବାକୁ ପରାମର୍ଶ ଦିଆଯାଏ, ଅର୍ଥାତ୍‌ ଖାଦ୍ୟରୁ ଚିନିକୁ ଦୂରେଇ ରଖିବା ଉଚିତ୍‌। ତଥାପି, ଏହା ପ୍ରାୟତଃ ଅତ୍ୟନ୍ତ...

ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ବିଶ୍ୱ ସ୍ତରରେ ଅନ୍ୟତମ ପ୍ରମୁଖ ସମସ୍ୟା ସାଜିଛି ଜଳବାୟୁ ପରିବର୍ତ୍ତନ। ଏହା ପଛରେ ଅନେକ କାରଣ ଥିଲେ ମଧ୍ୟ ଏବେ ପ୍ଲାଷ୍ଟିକଜନିତ ପ୍ରଦୂଷଣ ଦ୍ୱାରା...

ଜାଣନ୍ତୁ କାହିଁକି ଦେଖାଦିଏ ଗଣ୍ଠିଜନିତ ରୋଗ

ଗଣ୍ଠିଜନିତ ରୋଗ ଯୋଗୁ ଚଳପ୍ରଚଳରେ ଅସୁବିଧା, ଗଣ୍ଠିରେ ଯନ୍ତ୍ରଣା ଓ କାର୍ଯ୍ୟ ନ କରିବା ପରି ଗୁରୁତର ଅବସ୍ଥା ହୋଇଥାଏ। ଯନ୍ତ୍ରଣା ଲାଘବ ପାଇଁ, ଦରଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri