ବିକିରଣ ନିରୋଧୀ ଔଷଧ ମହଜୁଦ ରଖ

କିଭ୍‌, ୧୮ା୪: ୟୁକ୍ରେନ୍‌ ଯୁଦ୍ଧର ବିନାଶକାରୀ ଅନ୍ତ ଘଟାଇବାକୁ ରୁଷିଆ ନ୍ୟୁକ୍ଲିୟର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ସାରା ବିଶ୍ୱକୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ବିପୁଳ ମାତ୍ରାରେ ଆଣ୍ଟାଇ-ରେଡିଏଶନ ବା ବିକିରଣ ନିରୋଧୀ ଔଷଧ ରଖିବା ସହ ଏୟାର ରେଡ୍‌ ଆକ୍ରମଣରୁ ବର୍ତ୍ତିବା ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ପଡ଼ିବ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ୟୁକ୍ରେନ୍‌ର ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଜେଲେନ୍‌ସ୍କି ଡିକ୍ଟେଟର ତଥା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଣବିକ ଆକ୍ରମଣ ବାବଦରେ ସତର୍କ କରାଇବା ସହ ଅପେକ୍ଷା ନ କରି ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି। ରୁଷିଆର ଅସ୍ତିତ୍ୱ ଉପରେ ବିପଦ ଆସିଲେ ଆଣବିକ ଅସ୍ତ୍ର ବ୍ୟବହାର କରାଯିବ ବୋଲି କିଛି ଦିନ ପୂର୍ବରୁ କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ ଚେତାବନୀ ଦେଇଥିବାବେଳେ ଜେଲେନ୍‌ସ୍କି ଏହି ବାର୍ତ୍ତା ଦେଇଛନ୍ତି।
ନେପ୍‌ଚ୍ୟୁନ୍‌ ମିଶାଇଲ ମାଡ଼ରେ ରୁଷିଆର ମସ୍କୋଭା ଯୁଦ୍ଧଜାହାଜ ବୁଡ଼ିଯିବା ପରେ ପୁଟିନ୍‌ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। କିଭ୍‌ରୁ ରୁଷୀୟ ସୈନ୍ୟ ପ୍ରତ୍ୟାହାର ସତ୍ତ୍ୱେ ମସ୍କୋ ପୁଣି ଏହି ସହରକୁ ଟାର୍ଗେଟ କରିଛି। ଏଥିସହ ଖକିର୍ଭ, ଲଭିଭ୍‌ ଉପରେ ମଧ୍ୟ ରୁଷିଆ ମିଶାଇଲ ମାଡ଼ କରିଛି। ପୂର୍ବ ୟୁକ୍ରେନ୍‌ର ବନ୍ଦରସହର ମାରିଉପୋଲରେ ମସ୍କୋ ଧ୍ୱଂସଲୀଳା ଚଳାଇବା ସହ ଏହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିଥିବା ରୁଷିଆ ଦାବି କରିଛି। ଏଠାରେ ୟୁକ୍ରେନ୍‌ ସୈନ୍ୟଙ୍କୁ ଆତ୍ମସମର୍ପଣ ପାଇଁ ରୁଷିଆ ଦେଇଥିବା ସମୟ ସୀମା ଶେଷ ହୋଇଯାଇଛି। ସ୍ଥାନୀୟ ସମୟ ସକାଳ ୬ଟା ସୁଦ୍ଧା ମାରିଉପୋଲରେ ଥିବା ୟୁକ୍ରେନ୍‌ ସୈନ୍ୟ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ସେମାନଙ୍କୁ ଛାଡ଼ି ଦିଆଯିବ ବୋଲି ଶନିବାର ରୁଷିଆ କହିଥିଲା। ହେଲେ ୟୁକ୍ରେନ୍‌ ସୈନ୍ୟ ଅସ୍ତ୍ର ଛାଡ଼ିବାକୁ ମନାକରିଛନ୍ତି। ମାରିଉପୋଲରେ ୟୁକ୍ରେନ୍‌ ସୁରକ୍ଷାକର୍ମୀଙ୍କୁ ହତ୍ୟା କରାଗଲେ ରୁଷିଆ ସହ ଶାନ୍ତି ଆଲୋଚନା ବନ୍ଦ ହେବ ବୋଲି ଜେଲେନ୍‌ସ୍କି କହିଛନ୍ତି। ଏହି ପ୍ରମୁଖ ବନ୍ଦର ସହରରେ ରୁଷିଆ ଅମାନବୀୟ ଆଚରଣ ଜାରି ରଖିଛି। ମୁକାବିଲା ପାଇଁ ପାଶ୍ଚାତ୍ୟ ଦେଶ ଗୁଡ଼ିକ ତୁରନ୍ତ ଘାତକ ଯୁଦ୍ଧାସ୍ତ୍ର ଯୋଗାନ୍ତୁ ବୋଲି ଜେଲେନ୍‌ସ୍କି କହିଛନ୍ତି। ତେବେ ୟୁକ୍ରେନ୍‌କୁ ଆମେରିକା ଘାତକ ଅସ୍ତ୍ର ଯୋଗାଇଲେ ପରିଣାମ ଭୟଙ୍କର ହେବ ବୋଲି ରୁଷିଆ ଚେତାବନୀ ଦେଇଛି।

୨୦ ହଜାର ରୁଷୀୟ ସୈନ୍ୟ ନିହତ

ଫେବୃୟାରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏ ଯାଏ ରୁଷିଆର ପ୍ରାୟ ୨୦,୩୦୦ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି। ଏଥିସହ ରୁଷିଆର ୧୬୫ ଯୁଦ୍ଧ ବିମାନ, ୧୪୬ ହେଲିକପ୍ଟର, ୭୭୩ ଟ୍ୟାଙ୍କ, ୪ ମିଶାଇଲ ଲଞ୍ଚର ସିଷ୍ଟମ ସହ ଅନ୍ୟ ଯୁଦ୍ଧାସ୍ତ୍ର ନଷ୍ଟ ହୋଇଛି। ସେହିପରି ୟୁକ୍ରେନ୍‌ର ପ୍ରାୟ ୩,୦୦୦ ସୈନ୍ୟ ଯୁଦ୍ଧରେ ନିହତ ହୋଇଥିବା ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ତେବେ ରୁଷିଆ ତାହାର ୧,୩୫୧ ସୈନ୍ୟଙ୍କୁ ହରାଇଥିବା ଗତ ମାର୍ଚ୍ଚ ୨୫ରେ ସ୍ବୀକାର କରିଛି। ଯୁଦ୍ଧରେ ୟୁକ୍ରେନ୍‌ର ୨୩,୩୬୭ ସୈନ୍ୟ ମୃତାହତ ହୋଇଥିବା ମସ୍କୋ ଦାବି କରିଛି। ୟୁକ୍ରେନ୍‌ରେ ରୁଷିଆର ଆଉ ଜଣେ ଜେନେରାଲ ମେଜର ଫ୍ରୋଲୋଭ୍‌ ନିହତ ହୋଇଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ନିହତ ହେବାରେ ସେ ହେଉଛନ୍ତି ୮ମ ରୁଷୀୟ ଜେନେରାଲ।

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri