ବିକିରଣ ନିରୋଧୀ ଔଷଧ ମହଜୁଦ ରଖ

କିଭ୍‌, ୧୮ା୪: ୟୁକ୍ରେନ୍‌ ଯୁଦ୍ଧର ବିନାଶକାରୀ ଅନ୍ତ ଘଟାଇବାକୁ ରୁଷିଆ ନ୍ୟୁକ୍ଲିୟର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ସାରା ବିଶ୍ୱକୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ବିପୁଳ ମାତ୍ରାରେ ଆଣ୍ଟାଇ-ରେଡିଏଶନ ବା ବିକିରଣ ନିରୋଧୀ ଔଷଧ ରଖିବା ସହ ଏୟାର ରେଡ୍‌ ଆକ୍ରମଣରୁ ବର୍ତ୍ତିବା ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ପଡ଼ିବ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ୟୁକ୍ରେନ୍‌ର ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଜେଲେନ୍‌ସ୍କି ଡିକ୍ଟେଟର ତଥା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଣବିକ ଆକ୍ରମଣ ବାବଦରେ ସତର୍କ କରାଇବା ସହ ଅପେକ୍ଷା ନ କରି ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି। ରୁଷିଆର ଅସ୍ତିତ୍ୱ ଉପରେ ବିପଦ ଆସିଲେ ଆଣବିକ ଅସ୍ତ୍ର ବ୍ୟବହାର କରାଯିବ ବୋଲି କିଛି ଦିନ ପୂର୍ବରୁ କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ୍‌ ଚେତାବନୀ ଦେଇଥିବାବେଳେ ଜେଲେନ୍‌ସ୍କି ଏହି ବାର୍ତ୍ତା ଦେଇଛନ୍ତି।
ନେପ୍‌ଚ୍ୟୁନ୍‌ ମିଶାଇଲ ମାଡ଼ରେ ରୁଷିଆର ମସ୍କୋଭା ଯୁଦ୍ଧଜାହାଜ ବୁଡ଼ିଯିବା ପରେ ପୁଟିନ୍‌ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। କିଭ୍‌ରୁ ରୁଷୀୟ ସୈନ୍ୟ ପ୍ରତ୍ୟାହାର ସତ୍ତ୍ୱେ ମସ୍କୋ ପୁଣି ଏହି ସହରକୁ ଟାର୍ଗେଟ କରିଛି। ଏଥିସହ ଖକିର୍ଭ, ଲଭିଭ୍‌ ଉପରେ ମଧ୍ୟ ରୁଷିଆ ମିଶାଇଲ ମାଡ଼ କରିଛି। ପୂର୍ବ ୟୁକ୍ରେନ୍‌ର ବନ୍ଦରସହର ମାରିଉପୋଲରେ ମସ୍କୋ ଧ୍ୱଂସଲୀଳା ଚଳାଇବା ସହ ଏହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିଥିବା ରୁଷିଆ ଦାବି କରିଛି। ଏଠାରେ ୟୁକ୍ରେନ୍‌ ସୈନ୍ୟଙ୍କୁ ଆତ୍ମସମର୍ପଣ ପାଇଁ ରୁଷିଆ ଦେଇଥିବା ସମୟ ସୀମା ଶେଷ ହୋଇଯାଇଛି। ସ୍ଥାନୀୟ ସମୟ ସକାଳ ୬ଟା ସୁଦ୍ଧା ମାରିଉପୋଲରେ ଥିବା ୟୁକ୍ରେନ୍‌ ସୈନ୍ୟ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ସେମାନଙ୍କୁ ଛାଡ଼ି ଦିଆଯିବ ବୋଲି ଶନିବାର ରୁଷିଆ କହିଥିଲା। ହେଲେ ୟୁକ୍ରେନ୍‌ ସୈନ୍ୟ ଅସ୍ତ୍ର ଛାଡ଼ିବାକୁ ମନାକରିଛନ୍ତି। ମାରିଉପୋଲରେ ୟୁକ୍ରେନ୍‌ ସୁରକ୍ଷାକର୍ମୀଙ୍କୁ ହତ୍ୟା କରାଗଲେ ରୁଷିଆ ସହ ଶାନ୍ତି ଆଲୋଚନା ବନ୍ଦ ହେବ ବୋଲି ଜେଲେନ୍‌ସ୍କି କହିଛନ୍ତି। ଏହି ପ୍ରମୁଖ ବନ୍ଦର ସହରରେ ରୁଷିଆ ଅମାନବୀୟ ଆଚରଣ ଜାରି ରଖିଛି। ମୁକାବିଲା ପାଇଁ ପାଶ୍ଚାତ୍ୟ ଦେଶ ଗୁଡ଼ିକ ତୁରନ୍ତ ଘାତକ ଯୁଦ୍ଧାସ୍ତ୍ର ଯୋଗାନ୍ତୁ ବୋଲି ଜେଲେନ୍‌ସ୍କି କହିଛନ୍ତି। ତେବେ ୟୁକ୍ରେନ୍‌କୁ ଆମେରିକା ଘାତକ ଅସ୍ତ୍ର ଯୋଗାଇଲେ ପରିଣାମ ଭୟଙ୍କର ହେବ ବୋଲି ରୁଷିଆ ଚେତାବନୀ ଦେଇଛି।

୨୦ ହଜାର ରୁଷୀୟ ସୈନ୍ୟ ନିହତ

ଫେବୃୟାରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏ ଯାଏ ରୁଷିଆର ପ୍ରାୟ ୨୦,୩୦୦ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି। ଏଥିସହ ରୁଷିଆର ୧୬୫ ଯୁଦ୍ଧ ବିମାନ, ୧୪୬ ହେଲିକପ୍ଟର, ୭୭୩ ଟ୍ୟାଙ୍କ, ୪ ମିଶାଇଲ ଲଞ୍ଚର ସିଷ୍ଟମ ସହ ଅନ୍ୟ ଯୁଦ୍ଧାସ୍ତ୍ର ନଷ୍ଟ ହୋଇଛି। ସେହିପରି ୟୁକ୍ରେନ୍‌ର ପ୍ରାୟ ୩,୦୦୦ ସୈନ୍ୟ ଯୁଦ୍ଧରେ ନିହତ ହୋଇଥିବା ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ତେବେ ରୁଷିଆ ତାହାର ୧,୩୫୧ ସୈନ୍ୟଙ୍କୁ ହରାଇଥିବା ଗତ ମାର୍ଚ୍ଚ ୨୫ରେ ସ୍ବୀକାର କରିଛି। ଯୁଦ୍ଧରେ ୟୁକ୍ରେନ୍‌ର ୨୩,୩୬୭ ସୈନ୍ୟ ମୃତାହତ ହୋଇଥିବା ମସ୍କୋ ଦାବି କରିଛି। ୟୁକ୍ରେନ୍‌ରେ ରୁଷିଆର ଆଉ ଜଣେ ଜେନେରାଲ ମେଜର ଫ୍ରୋଲୋଭ୍‌ ନିହତ ହୋଇଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ନିହତ ହେବାରେ ସେ ହେଉଛନ୍ତି ୮ମ ରୁଷୀୟ ଜେନେରାଲ।

 


Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ଇରାନ ଯୁଦ୍ଧରେ ଫସିଗଲେ ଟ୍ରମ୍ପ, ହରାଇବେ ପଦ! ଇସ୍ତଫା ଦାବି କଲେ…

ଓ୍ବାଶିଂଟନ୍‌,୮।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ ତାରିଖରେ ଯେତେବେଳେ ଇସ୍ରାଏଲ ସହ ମିଶି ଇରାନ ବିରୁଦ୍ଧରେ ଆକ୍ରମଣ ଆରମ୍ଭ କରିଥିଲେ, ସେତବେଳେ ସେ ଭେନେଜୁଏଲାରେ…

ଯୁଦ୍ଧ ବନ୍ଦ କରିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ବିସ୍ଫୋରକ ବୟାନ: ମୁଁ ଘୋଷଣା କରୁଛି ଯେ, ଆଗାମୀ ଦିନରେ…

ଇସଲାମାବାଦ,୮।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଶେଷରେ ଆମେରିକା ଏବଂ ଇରାନ ଯୁଦ୍ଧବିରତି ଉପରେ ସହମତି ହୋଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା…

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri