Posted inଜାତୀୟ

ତୃତୀୟ ସାମ୍ମୁଖ୍ୟ ସପକ୍ଷରେ ରହିଥିବା କେସିଆର କଂଗ୍ରେସର ହାତ ଧରିବାକୁ ପ୍ରସ୍ତୁତ, ହେଲେ ଦଳ ରଖିଲା ଏମିତି ମତ

ନୂଆଦିଲ୍ଲୀ, ୨୬।୪:୨୦୨୪ ଲୋକ ସଭା ନିର୍ବାଚନରେ ବିରୋଧୀ ଏକାଠି ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନୀତୀଶ ବିରୋଧୀ ଦଳ ନେତାଙ୍କ ସହ ଭେଟ କରି ସମସ୍ତଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି । ଆଗାମୀ ନିର୍ବାଚନରେ ବିରୋଧୀ ଦଳ ଏକାଠି ହୋଇ ଏନ୍‌ଡିଏ ବିପକ୍ଷରେ ମେଣ୍ଟକରି ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଅଣ୍ଟା ଭିଡ଼ିଲେଣିି। ଅନ୍ୟପଟେ କିଛି ଦଳ ତୃତୀୟ ସାମ୍ମୁଖ୍ୟ ନେଇ ଚିନ୍ତା କରୁଛନ୍ତି। ଏପରି ଏକ ଦଳ ହେଉଛି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ପାର୍ଟି ଭାରତ ରାଷ୍ଟ୍ର ସମିତି(ବିଆର୍‌ଏସ୍‌)। ଆଗାମୀ ନିର୍ବାଚନ ପାଇଁ ଚନ୍ଦ୍ରଶେଖର କଂଗ୍ରେସରେ ବିରୋଧୀ ଦଳ ଏକାଠି କରିବା ସପକ୍ଷରେ ଥିଲେ। ମାତ୍ର ସେ ଏବେ ନିଜର ଆଭିମୁଖ୍ୟ ବଦଳାଇ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ଇଣ୍ଡିଆନ ଏକ୍ସପ୍ରେସକୁ ବିଆର୍‌ଏସ୍‌ର ଜଣେ ନେତା କହିଛନ୍ତି, କେନ୍ଦ୍ର ବିରୋଧୀ ଦଳ ନେତାଙ୍କ ସ୍ବର ଚାପିବାକୁ ଆଗଭର ହୋଇ ଉଠିଛି। ଏପରି ହେଲେ ପାକିସ୍ତାନ ଭଳି ହୋଇଯିବ। ପାକିସ୍ତାନରେ ଯେତେବେଳେ ଇମ୍ରାନ ସରକାର କ୍ଷମତାରେ ଥିଲେ ବିରୋଧୀ ଦଳ ନେତାଙ୍କୁ ଦେଶ ଛାଡ଼ିବାକୁ ପଡ଼ିଥିଲା। ତେଣୁ ବିରୋଧୀଙ୍କୁ ଏକଜୁଟ ହେବାକୁ ପଡ଼ିବ। ଏବେ ୨୦୧୯ ଭଳି ସ୍ଥିତି ନାହିଁ। ଆମ ମଧ୍ୟରେ ଥିବା ମତଭେଦକୁ ଶେଷ କରିବାକୁ ପଡ଼ିବ। ଦେଶକୁ ବଞ୍ଚାଇବାକୁ ହେଲେ ଭାଜପାକୁ ହରାଇବା ହିଁ ବିରୋଧୀଙ୍କ ପ୍ରାଥମିକତା ହେବା ଉଚିତ।

କଂଗ୍ରେସ ସମସ୍ତ ଆଞ୍ଚଳିକ ଦଳ ସହ ବିରୋଧୀ ମେଣ୍ଟ ନେଇ ଆଲୋଚନା କରୁ। କଂଗ୍ରେସ ଯେଉଁଠାରେ ମଜଭୁତ ରହିଛି ସେଠାରେ ଦଳକୁ ଟିକେଟ ମିଳୁ, ହେଲେ ଆଞ୍ଚଳିକ ଦଳ ଯେଉଁ ଯେଉଁ ଆସନରେ ମଜଭୁତ ରହିଛି ସେଠାରେ କଂଗ୍ରେସ ଆଞ୍ଚଳିକ ଦଳକୁ ସୁଯୋଗ ଦେବା ଆବଶ୍ୟକ । ଏହିପ୍ରକାର ହେଲେ ବିରୋଧୀ ମେଣ୍ଟ ମଜଭୁତ ହେବ ଏବଂ ଭାଜପା ସହ ମୁକାବିଲା କରି ହେବ ବୋଲି ବିଆର୍‌ଏସ୍‌ର ଜଣେ ବରିଷ୍ଠ ନେତା କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୧୯ ଭଳି ୨୦୨୪ରେ ମୋଦି ବନାମ ରାହୁଲ ଗାନ୍ଧୀ ମୁକାବିଲା ନ ହେଉ। ଏପରି ନେଗେଟିଭ ଦ୍ୱାରା ବିରୋଧୀଙ୍କୁ କ୍ଷତି ସହିବାକୁ ପଡିଛି। ତେବେ ଏପରି ସ୍ଥିତିରେ ନୀତୀଶ କୁମାର କିମ୍ବା ମମତା ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା କରାଯାଉ। ସେମାନଙ୍କ ନିକଟରେ ସରକାର ଚଳାଇବାର ଅଭିଜ୍ଞତା ରହିଛି। ରାହୁଲ ବର୍ତ୍ତମାନ ସୁଦ୍ଧା ମଧ୍ୟ କଂଗ୍ରେସର ଅଫିସିଆଲ ଚେହେରା ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ସାଧୁ ବେଶରେ ଅଭିନୟ ପଡ଼ିଲା ମହଙ୍ଗା, ପପୁ ଯାଦବଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୧।୮: ମୌସୁମୀ ଅଧିବେଶନ ୨୦୨୬ ସମୟରେ ସଂସଦରେ ରାମ ମନ୍ଦିର ଦାନ ଚୋରିକୁ ନେଇ ନାଟକ କରି ସାଂସଦ ପପୁ ଯାଦବ ଆଇନଗତ ଜାଲରେ ଫସିଯାଇଛନ୍ତି। କାରଣ…

‘ମୁଁ ଲଜ୍ଜିତ, ନିଜ ମୁହଁକୁ ଆଇନାରେ ଦେଖିପାରୁନି’ ପିଏମ ମୋଦିଙ୍କୁ ଅପଶବ୍ଦ କହିଥିବା ଯୁବତୀ ମାଗିଲେ କ୍ଷମା

ନୂଆଦିଲ୍ଲୀ,୧।୮: ଦିଲ୍ଲୀର ଜନ୍ତର-ମନ୍ତରରେ CJP ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଯୁବତୀଜଣକ ସୋସିଆଲ ମିଡିଆରେ ଭିଡିଓ ଜାରି କରି…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ହଠାତ ସ୍ଥଗିତ ରହିଲା ଟାଟା ଇନଷ୍ଟିଚ୍ୟୁଟରେ ଥିବା ସମାବର୍ତ୍ତନ ଉତ୍ସବ; ମୁଖ୍ୟ ବିଚାରପତି ଥିଲେ ମୁଖ୍ୟ ଅତିଥି, ଜାଣନ୍ତୁ ଏହାର କାରଣ

ମୁମ୍ବାଇ,୧।୮: ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ବା ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌ (TISS) ଅଗଷ୍ଟ ୨ରେ ହେବାକୁ ଥିବା ୮୬ତମ ସମାବର୍ତ୍ତନ ଉତ୍ସବକୁ…

ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ; ରାଷ୍ଟ୍ରପତି ଦେଲେ ଅନୁମୋଦନ

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ସାର୍ବଜନୀନ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri