କେବିସି ଲଟେରୀ ନାଁରେ ଠକେଇ : ୭ ଗିରଫ

ଦେବଗଡ଼ ୫।୧୨:( ଡି. ଏନ. ଏ.): ଲୋକଙ୍କୁ ଲୋଭ ଦେଖାଇ ଅନଲାଇନରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଦେବଗଡ଼ ପୋଲିସ। ଅନ୍‌ଲାଇନ ଲୁଟ୍‌ ଘଟଣାର ଛାନ୍‌ଭିନ୍‌ କରି ୭ ଜଣଙ୍କୁ ଗିରଫ କରିବା ନେଇ ଦେବଗଡ଼ ଆଦର୍ଶ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ ପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବିହାରର କିଛି ଲୋକ ଝାରସୁଗୁଡାରେ ରହି ଏଭଳି ସାମ୍ରାଜ୍ୟ ଚଳାଉଥିଲେ। ମାତ୍ର ଘଟଣାର କିଙ୍ଗପିନ ଏବେ ବି ଧରା ପଡ଼ିନାହିଁ । ମୁଖ୍ୟ ଅଭିଯୁକ୍ତ ବିହାରରେ ଥିବା ଏସ ପି ଶ୍ରୀ ରଥ ସୂଚନା ଦେବା ସହ ତାଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଝାରସୁଗୁଡାର ହୋଇଥିବା ବେଳେ ଅନ୍ୟ ୪ ଜଣ ସୁନ୍ଦରଗଡ଼ ଜିଲାର ଥିବା ଜଣାପଡିଛି । ଅଭିଯୁକ୍ତଙ୍କଠାରୁ ନଗଦ ଏକ ଲକ୍ଷ ଚାଳିଶ ହଜାର ଟଙ୍କା ସହ ୧୮ଟି ଏଟିଏମ, ୭ ମୋବାଇଲ , ୧୩ଟି ପାସ୍‌ବୁକ ଏବଂ ୧୦ଟି ଚେକ୍‌ ବହି ଜବତ କରାଯାଇଛି । କେବିସି ଲଟେରୀ ଜିତିଥିବା କହି ଦେବଗଡ଼ ରାଇତାଳ ଗ୍ରାମର ବିସ୍ମୟ ବେହେରା( ୧୯) ଙ୍କ ଠାରୁ ଗତ କିଛି ଦିନ ତଳେ ବିଭିନ୍ନ ସମୟରେ ୨.୫ ଲକ୍ଷ ଟଙ୍କା ନେଇଥିଲେ। ପରେ ବିସ୍ମୟ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଦେବଗଡ଼ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଝାରସୁଗୁଡା ଚୌକିପଡାର ଲଖନ ସାହୁ (୨୩) , ତାଲିଭଟା ର ପବନ ପ୍ରସାଦ (୨୦), ରୋଶନ ଶା (୨୩) , ସୁନ୍ଦରଗଡ ଜିଲା ନବଙ୍ଗପୁରର ଉଦୟ ସାହୁ (୨୫), ଲେମିଲମାର କିଶୋର ଓରାମ (୨୭) , ଲେମିଲମାର ବିକାଶ ଓରାମ (୨୨) ଏବଂ ନବଙ୍ଗପୁରର ରାଜୀବ ରଞ୍ଜନ ଗୁପ୍ତା (୨୯) । ଘଟଣାର କିଙ୍ଗପିନ ସହ ଲଖନ ଅଭିଯୋଗକାରୀ ବ୍ୟକ୍ତିଙ୍କ ଟଙ୍କା ଅନ୍ୟ ଗିରଫ ବ୍ୟକ୍ତିଙ୍କ ଆକାଉଣ୍ଟରେ ଆଣିଥିଲା। ସେମାନଙ୍କୁ ଅଳ୍ପ କିଛି ଟଙ୍କା ଦେଇ ନିଜେ ମାଲେମାଲ ହେଉଥିଲେ। ଖବରଦାତା ସମ୍ମିଳନୀରେ ଡି ଆଇ ବି ଡ଼ିଏସପି ପ୍ରଦୀପ କୁମାର କେରକେଟା , ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର ନାଏକ , ଇନିସପେକ୍ଟର ସରୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri