କେବିସି ଲଟେରୀ ନାଁରେ ଠକେଇ : ୭ ଗିରଫ

ଦେବଗଡ଼ ୫।୧୨:( ଡି. ଏନ. ଏ.): ଲୋକଙ୍କୁ ଲୋଭ ଦେଖାଇ ଅନଲାଇନରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଦେବଗଡ଼ ପୋଲିସ। ଅନ୍‌ଲାଇନ ଲୁଟ୍‌ ଘଟଣାର ଛାନ୍‌ଭିନ୍‌ କରି ୭ ଜଣଙ୍କୁ ଗିରଫ କରିବା ନେଇ ଦେବଗଡ଼ ଆଦର୍ଶ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ ପି ପ୍ରମୋଦ କୁମାର ରଥ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବିହାରର କିଛି ଲୋକ ଝାରସୁଗୁଡାରେ ରହି ଏଭଳି ସାମ୍ରାଜ୍ୟ ଚଳାଉଥିଲେ। ମାତ୍ର ଘଟଣାର କିଙ୍ଗପିନ ଏବେ ବି ଧରା ପଡ଼ିନାହିଁ । ମୁଖ୍ୟ ଅଭିଯୁକ୍ତ ବିହାରରେ ଥିବା ଏସ ପି ଶ୍ରୀ ରଥ ସୂଚନା ଦେବା ସହ ତାଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଝାରସୁଗୁଡାର ହୋଇଥିବା ବେଳେ ଅନ୍ୟ ୪ ଜଣ ସୁନ୍ଦରଗଡ଼ ଜିଲାର ଥିବା ଜଣାପଡିଛି । ଅଭିଯୁକ୍ତଙ୍କଠାରୁ ନଗଦ ଏକ ଲକ୍ଷ ଚାଳିଶ ହଜାର ଟଙ୍କା ସହ ୧୮ଟି ଏଟିଏମ, ୭ ମୋବାଇଲ , ୧୩ଟି ପାସ୍‌ବୁକ ଏବଂ ୧୦ଟି ଚେକ୍‌ ବହି ଜବତ କରାଯାଇଛି । କେବିସି ଲଟେରୀ ଜିତିଥିବା କହି ଦେବଗଡ଼ ରାଇତାଳ ଗ୍ରାମର ବିସ୍ମୟ ବେହେରା( ୧୯) ଙ୍କ ଠାରୁ ଗତ କିଛି ଦିନ ତଳେ ବିଭିନ୍ନ ସମୟରେ ୨.୫ ଲକ୍ଷ ଟଙ୍କା ନେଇଥିଲେ। ପରେ ବିସ୍ମୟ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଦେବଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ଦେବଗଡ଼ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଝାରସୁଗୁଡା ଚୌକିପଡାର ଲଖନ ସାହୁ (୨୩) , ତାଲିଭଟା ର ପବନ ପ୍ରସାଦ (୨୦), ରୋଶନ ଶା (୨୩) , ସୁନ୍ଦରଗଡ ଜିଲା ନବଙ୍ଗପୁରର ଉଦୟ ସାହୁ (୨୫), ଲେମିଲମାର କିଶୋର ଓରାମ (୨୭) , ଲେମିଲମାର ବିକାଶ ଓରାମ (୨୨) ଏବଂ ନବଙ୍ଗପୁରର ରାଜୀବ ରଞ୍ଜନ ଗୁପ୍ତା (୨୯) । ଘଟଣାର କିଙ୍ଗପିନ ସହ ଲଖନ ଅଭିଯୋଗକାରୀ ବ୍ୟକ୍ତିଙ୍କ ଟଙ୍କା ଅନ୍ୟ ଗିରଫ ବ୍ୟକ୍ତିଙ୍କ ଆକାଉଣ୍ଟରେ ଆଣିଥିଲା। ସେମାନଙ୍କୁ ଅଳ୍ପ କିଛି ଟଙ୍କା ଦେଇ ନିଜେ ମାଲେମାଲ ହେଉଥିଲେ। ଖବରଦାତା ସମ୍ମିଳନୀରେ ଡି ଆଇ ବି ଡ଼ିଏସପି ପ୍ରଦୀପ କୁମାର କେରକେଟା , ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର ନାଏକ , ଇନିସପେକ୍ଟର ସରୋଜ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri