ଏଠାରେ ୭ ସନ୍ତାନ ଜନ୍ମ ଦେଲେ ମହିଳାଙ୍କୁ ମିଳେ ସ୍ବର୍ଣ୍ଣ ପଦକ: ସାରା ଜୀବନ ରହିବା, ଖାଇବା ମାଗଣା

ବିଶ୍ୱରେ ଜନସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତାରେ। ଜନସଂଖ୍ୟା ବୃଦ୍ଧି ଯୋଗୁ ଅନେକ ପ୍ରକାରର ସମସ୍ୟା ଦେଖିଦେଉଛି। ଗ୍ଲୋବାଏ ଓ୍ବାର୍ମି, ପ୍ରଦୂଷଣ ହାର ବୃଦ୍ଧି ଆଦି ଏଥିରେ ଅନ୍ତର୍ଭୁକ୍ତ। ଅନେକ ଦେଶ ବିଶେଷକରି ଚାଇନା ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଅନେକ ନିୟମ କରିଛି। ଏଠାରେ ଗୋଟିଏରୁ ଅଧିକ ସନ୍ତାନ ଜନ୍ମ ହେଲେ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଛି। ମାତ୍ର ଏବେ ଏହି ନିୟମକୁ ହଟାଇ ଦିଆଯାଇଛି। ତଥାପି ସନ୍ତାନ ଜନ୍ମ ଉପରେ ନିୟନ୍ତ୍ରଣ କରିବାକୁ ଲୋକଙ୍କୁ ନିବେଦନ କରାଯାଉଛି। ମାତ୍ର ଏମିତି ଏକ ଦେଶ ରହିଛି ଯେଉଁଠାରେ ୭ରୁ ଉର୍ଦ୍ଧ୍ୱ ପିଲା ଜନ୍ମ କଲେ ଉକ୍ତ ମହିଳାଙ୍କୁ ସ୍ବର୍ଣ୍ଣ ପଦକ ଉପହାର ରୂପେ ଦିଆଯାଉଛି। ଏଥିସହ ଅନେକ ପ୍ରକାର ସୁବିଧା ମଧ୍ୟ ଦିଆଯାଉଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।
ଏହି ଦେଶ ହେଉଛି କାଜାକିସ୍ତାନ। ଏହି ଦେଶରେ ୭ରୁ ଅଧିକ ପିଲା ଜନ୍ମ କଲେ ମହିଳାଙ୍କୁ ସ୍ବର୍ଣ୍ଣ ପଦକ ଦିଆଯାଏ। ସେହିପରି ୬ଟି ଶିଶୁ ଜନ୍ମ ହେଲେ ରୁପା ପଦକ ମିଳିଥାଏ। ଏହା ସାଙ୍ଗକୁ ସାରା ଜୀବନ ସରକାରୀ ଭତ୍ତା ମିଳିବ। ମହିଳା ଏବଂ ତାଙ୍କ ପରିବାରକୁ ମାଗଣା ରାଶନ ଏବଂ ଘର ଖର୍ଚ୍ଚ ଦିଆଯାଏ। କାଜାକିସ୍ତାନ ସରକାର ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଏଠାରେ ୪ ପିଲାଙ୍କ ମା’ଙ୍କୁ ‘ହିରୋ ମଦର’ ବୋଲି କୁହାଯାଏ।
ଯେଉଁ ଘରେ ୬/୭ଜଣ ସନ୍ତାନ ରହିଛନ୍ତି, ସେମାନଙ୍କୁ ସାରା ଜୀବନ ଭତ୍ତା ଦିଆଯାଏ। ମାତ୍ର ୪ ସନ୍ତାନ ଥିବା ପରିବାରକୁ ୨୧ ବର୍ଷ ପର୍ଯ୍ୟନ୍ତ ଭତ୍ତା ମିଳିଥାଏ। କାଜାକିସ୍ତାନରେ ସନ୍ତାନ ଜନ୍ମହେଲେ ପୁରସ୍କାର ଦେବାର ପ୍ରଥା ୧୯୪୪ ମସିହାରୁ ଆରମ୍ଭ ହୋଇଛି।
ଏହି ଦେଶରେ ଜନ ସଂଖ୍ୟା ବହୁତ କମ୍‌। ତେଣୁ ଏଠାରେ ଜନସଂଖ୍ୟା ବୃଦ୍ଧି ପାଇଁ ଅଧିକ ଶିଶୁ ଜନ୍ମ କରିବାକୁ ସରକାରୀ ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri