ଏଲ୍‌ପିଜି ନିଆଁରେ କାଜାଖସ୍ତାନ

ନୂର୍‌ ସୁଲତାନ, ୭ା୧:୧୯୯୧ରେ ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା କାଜାଖସ୍ତାନ ବିଶ୍ୱର ନବମ ବୃହତ୍ତମ ଦେଶ। ଏହାର ଉତ୍ତରରେ ରୁଷିଆ ଓ ପୂର୍ବରେ ରହିଛି ଚାଇନା ସୀମା। ଭରପୂର ତୈଳ ଉତ୍ସ ରଣନୈତିକ ଓ ଆର୍ଥିକ କ୍ଷେତ୍ରରେ କେନ୍ଦ୍ରୀୟ ଏସିଆରେ କାଜାଖସ୍ତାନର ଗୁରୁତ୍ୱ ବଢ଼ାଇଥିବାବେଳେ ରନ୍ଧନ ଗ୍ୟାସ୍‌ ମୂଲ୍ୟକୁ ନେଇ ଦେଶରେ ଦେଖାଦେଇଛି ବଡ଼ ଧରଣର ବିଭ୍ରାଟ। ଏଲ୍‌ପିଜି ଦର ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନକାରୀ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି। ସ୍ବାଧୀନତା ପରେ କାଜାଖସ୍ତାନରେ ଏଭଳି ସ୍ଥିତି କେବେ ସୃଷ୍ଟି ହୋଇ ନ ଥିଲା। ରବିବାରଠାରୁ ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। ରାଷ୍ଟ୍ରପତିଙ୍କ ବାସଭବନ ସମେତ ବହୁ ସରକାରୀ ଅଫିସ୍‌ରେ ପଶି ନିଆଁ ଲଗାଇ ଦେଇଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ପୋଲିସ ଫାୟାରିଂ କରିଛି। ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୧୨ରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଲ୍‌ମାଟି ସହରରେ ହିଂସା ଉଗ୍ରରୂପ ନେଇଛି। ପ୍ରଧାନମନ୍ତ୍ରୀ ଅସ୍‌କାର ମାମିନ୍‌ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି କାସ୍ୟମ ଜୋମାର୍ଟ ତୋକାୟେବ୍‌ ତାହାକୁ ଗ୍ରହଣ କରିଛନ୍ତି। ଅଲିଖାନ୍‌ ସ୍ମାଇଲୋଭ୍‌ଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କରିବା ସହ ରାଷ୍ଟ୍ରପତି ଦେଶରେ ୨ ସପ୍ତାହ ପାଇଁ ଜରୁରିକାଳୀନ ସ୍ଥିତି ଲାଗୁ କରିଛନ୍ତି।

ହିଂସାକାଣ୍ଡର କାରଣ

କାଜାଖସ୍ତାନରେ ଏଲ୍‌ପିଜିକୁ କାର୍‌ ଇନ୍ଧନ ଭାବେ ବ୍ୟବହାର କରାଯାଏ। ସରକାର ଏହାର ମୂଲ୍ୟ ଦୁଇ ଗୁଣା କରିଦେବା ପରେ ଗତ ୨ ତାରିଖରେ ଝାନାଓଜେନ୍‌ର ମାଙ୍ଗ୍ୟସ୍ତାଉ ଅଏଲ ହବ୍‌ରେ ଶତାଧିକ ସଂଖ୍ୟାରେ ଲୋକ ବିକ୍ଷୋଭକୁ ଓହ୍ଲାଇଥିଲେ। କ୍ରମେ ଏହି ଆନ୍ଦୋଳନ କାଜାଖସ୍ତାନର ଅନ୍ୟାନ୍ୟ ସହରକୁ ବ୍ୟାପିଥିଲା। ଇନ୍ଧନ ଦର କମାଇବାକୁ ଗତ ମଙ୍ଗଳବାର ସରକାର ଘୋଷଣା କରିଥିଲେ। ହେଲେ ବୁଧବାର ରାଷ୍ଟ୍ରପତି ତୋକାଏଭ୍‌ ହଠାତ୍‌ ସରକାର ଭଙ୍ଗ କରିଥିଲେ। ଏହାପରେ ବିକ୍ଷୋଭ ହିଂସାର ରୂପ ନେଇଛି। ବିକ୍ଷୋଭକାରୀ ରାଷ୍ଟ୍ରପତି ଏବଂ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ‘ବୃଦ୍ଧ ବ୍ୟକ୍ତି ବିଦା ହେବା ଜରୁରୀ’ ନାରା ଦେଉଛନ୍ତି। ହିଂସା ନିୟନ୍ତ୍ରଣ ବାହାରକୁ ଯିବାରୁ ରାଷ୍ଟ୍ରପତି ତୋକାୟେବ୍‌ ସାମରିକ ମେଣ୍ଟ କଲେକ୍ଟିଭ୍‌ ସିକ୍ୟୁରିଟି ଟ୍ରିଟି ଅର୍ଗାନାଇଜେଶନ (ସିଏସ୍‌ଟିଓ)କୁ ସାହାଯ୍ୟ ମାଗିଛନ୍ତି। ସିଏସ୍‌ଟିଓରେ ରୁଷିଆ, ଆର୍ମେନିଆ, ବେଲାରୁଷ୍‌, କାଜାଖସ୍ତାନ, କିର୍ଗିଜ୍‌ସ୍ତାନ ଏବଂ ତାଜିକିସ୍ତାନ ରହିଛନ୍ତି। ହିଂସା ଭିଆଉଥିବା ଲୋକଙ୍କୁ ଅନ୍ୟ ଦେଶରୁ ଆର୍ଥିକ ସହାୟତା ମିଳୁଥିବା ତୋକାୟେବ୍‌ ଅଭିଯୋଗ କରିଛନ୍ତି। ଏପରି କି ସେମାନଙ୍କୁ ସେ ଆତଙ୍କବାଦୀ ଆଖ୍ୟା ମଧ୍ୟ ଦେଇଛନ୍ତି। ସାରା ଦେଶରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ବ୍ୟାଙ୍କଗୁଡ଼ିକରେ ମଧ୍ୟ କାମ ବନ୍ଦ ରହିଛି। କାଜାଖସ୍ତାନରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ରୁଷିଆକୁ ଇୟୁର ଚେତାବନୀ

ରୁଷିଆ କାଜାଖସ୍ତାନର ଏକ ପ୍ରମୁଖ ରଣନୈତିକ ସହଯୋଗୀ। କାଜାଖସ୍ତାନ ରାଷ୍ଟ୍ରପତିଙ୍କ ଅନୁରୋଧକ୍ରମେ ରୁଷିଆ ହିଂସା ନିୟନ୍ତ୍ରଣ ପାଇଁ ସେଠାକୁ ସୈନ୍ୟ ପ୍ରେରଣ କରିଛି। ହିଂସାର ସୁଯୋଗ ନେଇ ରୁଷିଆ କାଜାଖସ୍ତାନର ସ୍ବାଧୀନତା ଏବଂ ସାର୍ବଭୌମତ୍ୱ ଉପରେ ଆଞ୍ଚ ନ ଆଣିବାକୁ ୟୁରୋପୀୟ ସଂଘ(ଇୟୁ) ଚେତାବନୀ ଦେଇଛି। ମସ୍କୋ ଦୀର୍ଘଦିନ ଧରି କାଜାଖସ୍ତାନରେ ସୈନ୍ୟ ମୁତୟନ କରିପାରେ ବୋଲି ଇୟୁ ଆଶଙ୍କା କରିଛି। ସେଠାରେ ଶାନ୍ତି ବଜାୟ ରହିବା ନିହାତି ଜରୁରୀ। ଆବଶ୍ୟକ ପଡ଼ିଲେ କାଜାଖସ୍ତାନକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଇୟୁର ଜଣେ ମୁଖପାତ୍ର କହିଛନ୍ତି। ତେବେ କାଜାଖସ୍ତାନ ନିଜ ସମସ୍ୟା ନିଜେ ସମାଧାନ କରିପାରିବ। ଏଥିପାଇଁ ବାହ୍ୟ ହସ୍ତକ୍ଷେପ ଅନାବଶ୍ୟକ ବୋଲି ରୁଷିଆ କହିଛି।

ବିଶ୍ୱ ତୈଳ ଭଣ୍ଡାରର ୩ ପ୍ରତିଶତ କାଜାଖସ୍ତାନରେ ରହିଛି। ଏଠାରେ କୋଇଲା, ପ୍ରାକୃତିକ ଗ୍ୟାସ୍‌, ୟୁରାନିୟମ, ମୂଲ୍ୟବାନ୍‌ ଧାତୁ ସମେତ ବିପୁଳ ପରିମାଣର ଖଣିଜ ସମ୍ପଦ ଗଚ୍ଛିତ ରହିଛି।
କାଜାଖସ୍ତାନ ଫାର୍ମ କାଜାତୋମ୍‌ପ୍ରୋମ୍‌ ବିଶ୍ୱର ବୃହତ୍ତମ ୟୁରାନିୟମ ଉତ୍ପାଦକ। ହିଂସାଯୋଗୁ ୟୁରାନିୟମ ଦରଦାମ୍‌ରେ ବୃଦ୍ଧି ଘଟିବାର ଆଶଙ୍କା ରହିଛି।
ସରକାର ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଲୋକଙ୍କୁ ଦମନ କରାଯିବା ସେଠାରେ ସାଧାରଣ ଘଟଣା। ତେଣୁ ଏବେ ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ ହେଁ କେହି ଆନ୍ଦୋଳନର ନେତୃତ୍ୱ ନେଇନାହାନ୍ତି।
ପୋଲିସ ପ୍ରାୟ ୨ ହଜାର ଲୋକଙ୍କୁ ଗିରଫ କରିଛି।
୨୦୧୯ରେ ପୂର୍ବତନ ରାଷ୍ଟ୍ରପତି ନୂରସୁଲ୍‌ତାନ ନଜରବୟେବ୍‌ (୮୧) ତାଙ୍କ ସହଯୋଗୀ ତୋକାୟେବ୍‌ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ନଜରବୟେବ୍‌ ଜାତୀୟ ସିକ୍ୟୁରିଟି କାଉନସିଲ୍‌ ଅଧ୍ୟକ୍ଷ ପଦବୀ ନିଜ ହାତରେ ରଖିଥିବାବେଳେ ଗତ ବୁଧବାର ତୋକାୟେବ୍‌ ଏହି ଦାୟିତ୍ୱ ନିଜ ହାତକୁ ନେଇଥିବା ଘୋଷଣା କରିଥିଲେ।
ନଜରବୟେବ ଏପରି ଭାବେ ତୋକାୟେବ୍‌ଙ୍କୁ ବଡ଼ ପଦବୀ ହସ୍ତାନ୍ତର କରିବା ଲୋକଙ୍କ ମନରେ କ୍ରୋଧ ଜାଗ୍ରତ କରିଛି, ଯାହା ବିକ୍ଷୋଭକୁ ଆହୁରି ତୀବ୍ର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri