Posted inଫୁରସତ

କାଜାଖସ୍ତାନ

ସେଣ୍ଟ୍ରାଲ ଏସିଆର ଧନୀ ଦେଶଗୁଡ଼ିକ ମଧ୍ୟରେ କାଜାଖସ୍ତାନ ଅନ୍ୟତମ। ଏହା ପୃଥିବୀର ନବମ ବୃହତ୍ତମ ଦେଶ। ନୁର-ସୁଲତାନ ଏହାର ରାଜଧାନୀ ହୋଇଥିବା ବେଳେ ଆଲ୍‌ମାଟି ହେଉଛି ଏହାର ସବୁଠୁ ବଡ଼ ସହର। କାଜାଖ୍‌ ଏବଂ ରଷିଆନ୍‌ ଏହାର ସରକାରୀ ଭାଷା। ତେବେ ଜାଣନ୍ତୁ ଆଉ କିଛି ଅଧିକ ତଥ୍ୟ ଏହି ଦେଶ ସମ୍ପର୍କରେ…

କାଜାଖସ୍ତାନ ହେଉଛି ଏପରି ଏକ ଦେଶ, ଯାହାର ସୀମାକୁ ଲାଗି କୌଣସି ଜଳଭାଗ ନାହିଁ। ଅର୍ଥାତ୍‌ ଏହାକୁ ଚାରିପଟୁ ଚାଇନା, ରୁଷିଆ, ତୁର୍କୀମେନ୍‌ସ୍ତାନ, ଉଜ୍‌ବେକିସ୍ତାନ ଆଦି ଦେଶ ଘେରି ରହିଛି।
ରୁଷିଆ ଏବଂ କାଜାଖସ୍ତାନ ମଧ୍ୟରେ ଥିବା ସୀମା ହେଉଛି ପୃଥିବୀର ସବୁଠାରୁ ବଡ଼ ସୀମା, ଯାହାର ଲମ୍ବ ରହିଛି ୭,୫୧୨ କିଲୋମିଟର।
ପୃଥିବୀର ସବୁଠୁ ବଡ଼ ଚିମିନି ‘ଏକିବାସ୍ତୁଚ୍‌ ଗ୍ରେସ୍‌-୨’ ମଧ୍ୟ ଏଠାରେ ରହିଛି, ଯାହାର ଉଚ୍ଚତା ହେଉଛି ୪୨୦ ମିଟର।
୨୦୦୯ ମସିହାରେ ୟୁରାନିୟମ୍‌ ଉତ୍ପାଦନରେ ସମଗ୍ର ବିଶ୍ୱରେ କାଜାଖସ୍ତାନ ଥିଲା ପ୍ରଥମ ଦେଶ, ଯାହାର ପରିମାଣ ଥିଲା ୧୪ ହଜାର ୨୦ ଟନ୍‌। ପରେ ୨୦୧୧ ମସିହାରେ ଦେଶର ଶତକଡ଼ା ପ୍ରାୟ ୩୫ ଭାଗ ଏଠାରେ ଉତ୍ପାଦିତ ହୋଇଥିଲା। ଏବେ ୟୁରାନିୟମ୍‌ ସଂରକ୍ଷିତ କରିବାରେ ଏହା ପୃଥିବୀର ଦ୍ୱିତୀୟ ବୃହତ୍ତମ ଦେଶ ଭାବେ ପରିଚିତ।
ଖାଲି ସେତିକି ନୁହେଁ ପାରଦ, ଜିଙ୍କ୍‌, କ୍ରୋମିୟମ୍‌ ଉତ୍ପାଦନରେ ମଧ୍ୟ ଏହା ପୃଥିବୀରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହାଛଡ଼ା କୋଇଲା, ଲୁହା, କପର୍‌, ମାଙ୍ଗାନିଜ୍‌, ସୁନା, ପେଟ୍ରୋଲିୟମ୍‌, ନାଚୁରାଲ ଗ୍ୟାସ ଆଦି ଏଠାରେ ବହୁ ପରିମାଣରେ ଉତ୍ପାଦନ ହୁଏ।
ପ୍ରଥମ ଆର୍ଟିଫିସିଆଲ ସାଟେଲାଇଟ୍‌ ସ୍ପୁଟନିକ୍‌-୧ ଏବଂ ପ୍ରଥମ ବ୍ୟକ୍ତି ୟୁରି ଗାଗାରିନ୍‌, କାଜାଖସ୍ତାନର ବେକନର୍‌ କସ୍‌ମୋଡ୍ରୋମ୍‌ ସହରରୁ ମହାକାଶକୁ ଯାଇଥିଲେ।
ପୃଥିବୀର ବଡ଼ ହ୍ରଦମାନଙ୍କ ମଧ୍ୟରେ କାଜାଖସ୍ତାନରେ ଥିବା ‘ବଲ୍‌ଖାସ୍‌’ ହେଉଛି ଅନ୍ୟତମ, ଯାହାର ଅଧା ଜଳ ମଧୁର ଏବଂ ଅଧା ଜଳ ଲୁଣି।
ମାଣ୍ଡେଲିଭ୍‌ ପିରିୟଡିକ୍‌ ଟେବୁଲରେ ଥିବା ୧୧୮ଟି ଏଲିମେଣ୍ଟ ମଧ୍ୟରୁ ପ୍ରାୟ ୯୯ଟି ଏଲିମେଣ୍ଟ ଏଠାରୁ ହିଁ ଆବିଷ୍କାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri