Posted inଫୁରସତ

କାଜାଖସ୍ତାନ

ସେଣ୍ଟ୍ରାଲ ଏସିଆର ଧନୀ ଦେଶଗୁଡ଼ିକ ମଧ୍ୟରେ କାଜାଖସ୍ତାନ ଅନ୍ୟତମ। ଏହା ପୃଥିବୀର ନବମ ବୃହତ୍ତମ ଦେଶ। ନୁର-ସୁଲତାନ ଏହାର ରାଜଧାନୀ ହୋଇଥିବା ବେଳେ ଆଲ୍‌ମାଟି ହେଉଛି ଏହାର ସବୁଠୁ ବଡ଼ ସହର। କାଜାଖ୍‌ ଏବଂ ରଷିଆନ୍‌ ଏହାର ସରକାରୀ ଭାଷା। ତେବେ ଜାଣନ୍ତୁ ଆଉ କିଛି ଅଧିକ ତଥ୍ୟ ଏହି ଦେଶ ସମ୍ପର୍କରେ…

କାଜାଖସ୍ତାନ ହେଉଛି ଏପରି ଏକ ଦେଶ, ଯାହାର ସୀମାକୁ ଲାଗି କୌଣସି ଜଳଭାଗ ନାହିଁ। ଅର୍ଥାତ୍‌ ଏହାକୁ ଚାରିପଟୁ ଚାଇନା, ରୁଷିଆ, ତୁର୍କୀମେନ୍‌ସ୍ତାନ, ଉଜ୍‌ବେକିସ୍ତାନ ଆଦି ଦେଶ ଘେରି ରହିଛି।
ରୁଷିଆ ଏବଂ କାଜାଖସ୍ତାନ ମଧ୍ୟରେ ଥିବା ସୀମା ହେଉଛି ପୃଥିବୀର ସବୁଠାରୁ ବଡ଼ ସୀମା, ଯାହାର ଲମ୍ବ ରହିଛି ୭,୫୧୨ କିଲୋମିଟର।
ପୃଥିବୀର ସବୁଠୁ ବଡ଼ ଚିମିନି ‘ଏକିବାସ୍ତୁଚ୍‌ ଗ୍ରେସ୍‌-୨’ ମଧ୍ୟ ଏଠାରେ ରହିଛି, ଯାହାର ଉଚ୍ଚତା ହେଉଛି ୪୨୦ ମିଟର।
୨୦୦୯ ମସିହାରେ ୟୁରାନିୟମ୍‌ ଉତ୍ପାଦନରେ ସମଗ୍ର ବିଶ୍ୱରେ କାଜାଖସ୍ତାନ ଥିଲା ପ୍ରଥମ ଦେଶ, ଯାହାର ପରିମାଣ ଥିଲା ୧୪ ହଜାର ୨୦ ଟନ୍‌। ପରେ ୨୦୧୧ ମସିହାରେ ଦେଶର ଶତକଡ଼ା ପ୍ରାୟ ୩୫ ଭାଗ ଏଠାରେ ଉତ୍ପାଦିତ ହୋଇଥିଲା। ଏବେ ୟୁରାନିୟମ୍‌ ସଂରକ୍ଷିତ କରିବାରେ ଏହା ପୃଥିବୀର ଦ୍ୱିତୀୟ ବୃହତ୍ତମ ଦେଶ ଭାବେ ପରିଚିତ।
ଖାଲି ସେତିକି ନୁହେଁ ପାରଦ, ଜିଙ୍କ୍‌, କ୍ରୋମିୟମ୍‌ ଉତ୍ପାଦନରେ ମଧ୍ୟ ଏହା ପୃଥିବୀରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହାଛଡ଼ା କୋଇଲା, ଲୁହା, କପର୍‌, ମାଙ୍ଗାନିଜ୍‌, ସୁନା, ପେଟ୍ରୋଲିୟମ୍‌, ନାଚୁରାଲ ଗ୍ୟାସ ଆଦି ଏଠାରେ ବହୁ ପରିମାଣରେ ଉତ୍ପାଦନ ହୁଏ।
ପ୍ରଥମ ଆର୍ଟିଫିସିଆଲ ସାଟେଲାଇଟ୍‌ ସ୍ପୁଟନିକ୍‌-୧ ଏବଂ ପ୍ରଥମ ବ୍ୟକ୍ତି ୟୁରି ଗାଗାରିନ୍‌, କାଜାଖସ୍ତାନର ବେକନର୍‌ କସ୍‌ମୋଡ୍ରୋମ୍‌ ସହରରୁ ମହାକାଶକୁ ଯାଇଥିଲେ।
ପୃଥିବୀର ବଡ଼ ହ୍ରଦମାନଙ୍କ ମଧ୍ୟରେ କାଜାଖସ୍ତାନରେ ଥିବା ‘ବଲ୍‌ଖାସ୍‌’ ହେଉଛି ଅନ୍ୟତମ, ଯାହାର ଅଧା ଜଳ ମଧୁର ଏବଂ ଅଧା ଜଳ ଲୁଣି।
ମାଣ୍ଡେଲିଭ୍‌ ପିରିୟଡିକ୍‌ ଟେବୁଲରେ ଥିବା ୧୧୮ଟି ଏଲିମେଣ୍ଟ ମଧ୍ୟରୁ ପ୍ରାୟ ୯୯ଟି ଏଲିମେଣ୍ଟ ଏଠାରୁ ହିଁ ଆବିଷ୍କାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri