କାୟା ବିସ୍ତାର କରୁଛି ବେଆଇନ ମାଦକଦ୍ରବ୍ୟ କାରବାର

ଜଗତ୍‌ସିଂହପୁର,୨୫।୬(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ସଦର ମହକୁମା ସମେତ ସମଗ୍ର ଜିଲାରେ ମାଦକଦ୍ରବ୍ୟ କାରବାର ଚିନ୍ତାର କାରଣ ପାଲଟିଛି । ଚୋରା ମଦ ଓ ବ୍ରାଉନସୁଗାର ର଼୍ୟାକେଟ୍‌ ଯେଉଁଭଳି ଭାବରେ କାୟା ବିସ୍ତାର କରି ଚାଲିଛି ତାହା ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି । ଜିଲା ଅବକାରୀ ବିଭାଗ, ପୋଲିସ ବିଭିନ୍ନ ସମୟରେ ଯଦିଓ ଚଢାଉ କରି କେତେକାଂଶରେ ସଫଳତା ପାଉଛି କିନ୍ତୁ ତାହା ଏହି କାରବାର ଉପରେ ଅଙ୍କୁଶ ଲଗାଇ ପାରିନାହିଁ। ଏସବୁ ର଼୍ୟାକେଟ୍‌ର ମାଷ୍ଟରମାଇଣ୍ଡଙ୍କୁ କାବୁ କରା ନ ଗଲେ ଆଗାମୀ ଦିନରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଅଭିଯୋଗ ହେଉଛି ।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି ଜିଲା ମୁଖ୍ୟାଳୟ ସମେତ ଜିଲାର ପ୍ରାୟତଃ ଅଞ୍ଚଳରେ ଚୋରା ମଦ କାରବାର ବଢ଼ିଚାଲିଛି। ଗାଁଗୁଡ଼ିକରେ ଅବାଧରେ ଏହା ବିକ୍ରି ହେଉଥିଲେ ସୁଦ୍ଧା ଚଢ଼ାଉ ହେଉନାହିଁ । ଚୋରା ମଦ କାରବାରକାରୀମାନେ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ପେଟି ପେଟି ବିଦେଶୀ ଓ ଦେଶୀ ମଦ କିଣି ଚଢା ଦରରେ ଗାଁଗୁଡିକରେ ବିକ୍ରି କରୁଛନ୍ତି । ଏହାବାଦ୍‌ ପ୍ରଚୁର ପରିମାଣର ନକଲି ମଦ କାରବାର ହେଉଛି। ଏହାକୁ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ମାଲିକ, ଅବକାରୀ ଓ ପୋଲିସ ବିଭାଗର ଅନେକ କର୍ମଚାରୀ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହେଉଛି। ସେହିପରି ଅବକାରୀ ବିଭାଗ ମଧ୍ୟ ଘଣ୍ଟ ଘୋଡାଇ ଚାଲିଛି। ଗାଁ ଗୁଡିକରେ ମଦ ଚୋରା ଚାଲାଣକାରୀମାନେ ସେମାନଙ୍କ କାୟା ବିସ୍ତାର କରିଛନ୍ତି ତେଣୁ ନକଲିକୁ ଅସଲି ମଦ କହି ସହଜରେ ବିକି ମୋଟା ଅଙ୍କର ଅର୍ଥ ରୋଜଗାର କରି ଚାଲିଛନ୍ତି । କିନ୍ତୁ ପୋଲିସ ଓ ଅବକାରୀ ବିଭାଗ ସବୁ ଜାଣି ମାସିକିଆ ଚାନ୍ଦା ନେଇ ଅନେକ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରୁଛି ।
ଜଗତ୍‌ସିଂହପୁର ସହର କଥା ଦେଖିଲେ ଜଣାଯାଏ ଠିପିବନ୍ଦ ଏକ ନିର୍ଦ୍ଦିଷ୍ଟ ମଦ ଦୋକାନ ସମ୍ମୁଖରେ ସନ୍ଧ୍ୟା ହେଲେ ଆସର ଜମୁଛି । ଏହି କାରବାରକୁ ଦେଖି ପାର୍ଶ୍ୱରେ ଏକାଧିକ ଫାଷ୍ଟ ଫୁଡ ଦୋକାନ ଖୋଲି ଯାଇଛି । ମଦ ପାନ ପରେ ଏହି ସ୍ଥାନରେ ଅନେକ ପ୍ଲାଷ୍ଟିକ ଗ୍ଲାସ, ପ୍ଲେଟ୍‌ ଓ ମଦ ବୋତଲ ଫୋପାଡି ଦେଉଛନ୍ତି । ଫଳରେ ମଦ ଦୋକାନ ସମ୍ମୁଖ ରାସ୍ତା ଓ ଏହା ପାର୍ଶ୍ୱ କେନାଲରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏବେ ବର୍ଷା ଦିନ ଆସିଯାଇଥିବାରୁ ପରିବେଶ ଅଧିକ ଖରାପ ହେବାର ଆଶଙ୍କା ରହିଛି । ରାତି ଓ ପ୍ରାତଃ ସମୟରେ ଉକ୍ତ ମଦ ଦୋକାନରୁ କାର, ଅଟୋ, ଚାରି ଚକିଆ ଯାନ, ବାଇକ୍‌ ଓ ସ୍କୁଟର ଆଦି ଯୋଗେ ବହୁ ପରିମାଣର ମଦ ଜିଲା ଓ ବାହାରକୁ ଚାଲାଣ ହେଉଛି । କେବଳ ମଦ ନୁହେଁ, ବ୍ରାଉନସୁଗାର କାରବାର ମଧ୍ୟ ଚିନ୍ତାଜନକ ହେଲାଣି । ଯେହେତୁ ଏହାର ପରିବହନ ଚିନ୍ତା ନାହିଁ, ଅର୍ଥାତ୍‌ ପକେଟ୍‌ରେ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ନେଇହେବ ତେଣୁ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀମାନଙ୍କୁ ଚକମା ଦେଖାଇବାରେ ଅସାଧୁ ବ୍ୟକ୍ତିମାନେ ସମର୍ଥ ହେଉଛନ୍ତି। ବଡ କଥା ହେଲା ବ୍ରାଉନସୁଗାର କାରବାରରେ ମୂଳଧନର ୩/୪ ଗୁଣା ଲାଭ ହେଉଥିବାରୁ ଏଥିପ୍ରତି ଅନେକ ଅସାଧୁ ଲୋକଙ୍କ ଆକର୍ଷଣ ବଢୁଛି । ଏହାଛଡ଼ା ବ୍ରାଉନସୁଗାର ସେବନ କଲେ ଏହା ଛାଡିବା କଷ୍ଟକର ତେଣୁ ଚୋରା ଚାଲାଣକାରୀମାନେ ପ୍ରଥମେ ବିଶେଷକରି ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ତା’ପରେ ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଏହି ନିଶା ସେବନରେ ଅଭ୍ୟସ୍ତ ହୋଇଗଲା ପରେ ଅନେକ ଛାଡିପାରୁ ନ ଥିବାରୁ ଅର୍ଥାଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ତା ପରେ ବ୍ରାଉନସୁଗାର ର଼୍ୟାକେଟ୍‌ରେ ଛନ୍ଦି ହୋଇ ପଡୁଛନ୍ତି ଏବଂ ଏହି କାରବାର କରିବାକୁ ବାଧ୍ୟ ହେଉଛନ୍ତି। ଏଥିରେ ଅନେକ ଶିକ୍ଷିତ ଓ ଅବସ୍ଥାପନ୍ନ ପରିବାରର ପିଲା ସାମିଲ ହେଉଥିବାର ନଜିର ରହିଛି। ଅନେକ ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀମାନେ ଚଢାଉ କରି କେତେକାଂଶରେ ସଫଳ ହେଉଥିଲେ ସୁଦ୍ଧା ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। କୁହାଯାଉଛି ଏହାର ଚେର କେବଳ ଜଗତ୍‌ସିଂହପୁର ନୁହେଁ ବାଲେଶ୍ୱର, ଖୋର୍ଦ୍ଧା, କଟକ, ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ପର୍ଯ୍ୟନ୍ତ ଲମ୍ବିଛି । ଏ ସମ୍ପର୍କରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା କହିଛନ୍ତି, ପ୍ରତି ମାସରେ ଚଢାଉ ଅବ୍ୟାହତ ରହିଛି। ଅନେକ ସମୟରେ ସଫଳତା ମିଳୁଥିବା ବେଳେ କେତେକ ସମୟରେ ଅଭିଯୁକ୍ତମାନେ ଖସି ଯାଉଛନ୍ତି। ଚୋରା ମଦ କାରବାର ରୋକିବା ପାଇଁ ମଧ୍ୟ ଅଭିଯାନ ଚାଲିଥିବା ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri