‘କେବିସି’ର ଟିଆର୍‌ପି କମିବାରୁ ଅମିତାଭଙ୍କୁ କ୍ଷମା ମାଗିଥିଲେ ଶାହାରୁଖ୍‌: ଜାଣନ୍ତୁ କାହିଁକି

ଛୋଟ ପରଦାର ଲୋକପ୍ରିୟ ଶୋ’ ‘କୌନ୍‌ ବନେଗା କରୋଡପତି’(କେବିସି) ସିଜିନ୍‌ ୧୨ ଗତ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା ଏହି ଶୋ’ ଏଥର ନୂଆ ରୂପରେ ଦର୍ଶକଙ୍କ ସମ୍ମୁଖକୁ ଆସିଛି। ଶୋ’ରେ ଅନେକ ଛୋଟ ପରିବର୍ତ୍ତନ କରାଯାଇଛି। ଏହି ଶୋ’ ଟିଆର୍‌ପିରେ ପ୍ରତିବର୍ଷ ବହୁତ ଭଲ ପ୍ରମାଣିତ ହୋଇଛି। କେବଳ ଶୋ’ର ତୃତୀୟ ସିଜିନ୍‌ରେ ଶାହାରୁଖ୍‌ ଖାନ୍‌ ହୋଷ୍ଟ ଦାୟିତ୍ୱରେ ରହିଥିବା ବେଳେ ଏହାର ଟିଆର୍‌ପି ବହୁତ କମ୍‌ ଥିଲା।
କୌଣସି କାରଣ ପାଇଁ ବିଗ୍‌ ବି ଶୋ’ର ତୃତୀୟ ସିଜିନ୍‌ରେ ହୋଷ୍ଟ କରିବାକୁ ମନା କରିଦେଇଥିଲେ। ତେଣୁ ଶୋ’ ନିର୍ମାତାମାନେ ତାଙ୍କ ସ୍ଥାନରେ ଶାହାରୁଖଙ୍କୁ ନେଇଥିଲେ। ହେଲେ ଶାହାରୁଖ୍‌ ଶୋ’କୁ ହାଲକା ଭାବେ ନେଲେ। ବିଗ୍‌ ବିଙ୍କ ଗମ୍ଭୀର ସ୍ବର, ତାଙ୍କର ଷ୍ଟାଇଲ ଦ୍ୱାରା ପରିଚିତ ହୋଇସାରିଥିବା ଶୋ’ ଶାହାରୁଖ୍‌ ସେତେଟା ଗ୍ରହଣ କଲା ନାହିଁ। ଫଳରେ ଶୋ’ର ଟିଆର୍‌ପି କମିବାକୁ ଲାଗିଲା। ତେଣୁ ଏହାର ପରବର୍ତ୍ତି ସିଜିନ୍‌ଗୁଡିକରେ ବିଗ୍‌ ବିଙ୍କୁ ହୋଷ୍ଟ ଦାୟିତ୍ୱରେ ନିଆଗଲା। ଅମିତାଭ ହୋଷ୍ଟ ଦାୟିତ୍ୱରେ ଥିବା ବେଳେ ଶାହାରୁଖ୍‌ ଯେତେବେଳେ ନିଜର ଫିଲ୍ମ ‘ରା ଓ୍ବାନ୍‌’ର ପ୍ରମୋଶନ ପାଇଁ ଅତିଥି ସାଜି ଶୋ’କୁ ଆସିଥିଲେ, ସେତେବେଳେ ସେ ବିଗ୍‌ ବିଙ୍କୁ କ୍ଷମା ମାଗିଥିଲେ। ସେ କହିଥିଲେ, ମୁଁ ଅମିତାଭଙ୍କ ସ୍ଥାନ ନେବାକୁ ଚେଷ୍ଟାକରି ମୁଁ ଭୁଲ କରିଛି। ଏହି ଏପିସୋଡ୍‌ ବହୁତ ଲୋକପ୍ରିୟ ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫିଲ୍ମରୁ ଅବିକା ଆଉଟ୍ ମହିମା ଇନ୍‌

ମୁମ୍ବାଇ: ଟେଳିଭିଜନ ଧାରାବାହିକ ବାଳିକା ବଧୂ ଫେମ୍ ଅବିକା ଗୋର୍‌ଙ୍କ ଭାଗ୍ୟରେ ସତେ ଯେମିତି ତାଲା ପଡିଛି । ନିକଟରେ ଶୁଣିବାକୁ ମିଳିଥିଲା କି ସେ...

ବିବାହ ପରେ ବିବାଦରେ ନୟନତାରା

ବିବାହ ପରେ ବିବାଦ ଘେରରେ ସାଉଥ୍‌ ଅଗିନେତ୍ରୀ ନୟନତାରା। ପୋଲିସ ତାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛି। ଖବରନୁଯାୟୀ, ନୟନତାରା ବିବାହ ପରେ ସ୍ବାମୀ...

ଲିଜାଙ୍କ ପସନ୍ଦ ପଜିଟିଭ୍‌ ଭୂମିକା

ଲିଜା ପଣ୍ଡା ଓରଫ ଲିଜା ଓଡ଼ିଆ ଯାତ୍ରା ଜଗତରେ ବେଶ୍‌ ଜଣାଶୁଣା। ଚଳିତ ବର୍ଷ ଅପେରା ସୂର୍ଯ୍ୟମନ୍ଦିରରେ ସେ ନିଜ ଅଭିନୟର ଯାଦୁ ବିତରଣ କରି...

ଅକ୍ଷୟଙ୍କ ପରେ କଟ୍ରିନାଙ୍କୁ କରୋନା, ବାର୍ତ୍ତା ଲେଖି କହିଲେ…

ବମ୍ବେ: କରୋନା କବଳରେ ବଲିଉଡ୍‌। ଗୋଟିଏ ପରେ ଗୋଟିଏ କଳାକାର ଏବେ କୋଭିଡ୍‌ରେ ସଂକ୍ରମିତ ହେଉଛନ୍ତି। ଖିଲାଡି କିଙ୍ଗ ଅକ୍ଷୟ କୁମାରଙ୍କ ପରେ ଏବେ ଅଭିନେତ୍ରୀ...

ମଲାଇକାଙ୍କ ପୋଷାକର ମଜା ଉଡାଇଲେ ପୁଅ ଅରହାନ୍‌

ବମ୍ବେ: ଅଭିନେତ୍ରୀ ମଲାଇକା ଅରୋରା ଫ୍ୟାଶନ୍‌ ସାଙ୍ଗକୁ ନିଜର ବୋଲ୍ଡନେସ୍‌କୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ହେଲେ ତାଙ୍କ ପୁଅଙ୍କୁ ମା’ଙ୍କ ଷ୍ଟାଇଲ୍‌ ଆଦୌ ପସନ୍ଦ ନୁହେଁ।...

ପ୍ରେମିକ ଫହାଦ ଅହମ୍ମଦଙ୍କ ହାତ ଧରିଲେ ସ୍ବରା

ବମ୍ବେ: ବିବାହ ବନ୍ଧନରେ ଅଭିନେତ୍ରୀ ସ୍ବରା ଭାସ୍କର। ରାଜନୈତିକ କାର୍ଯ୍ୟକର୍ତ୍ତା ଫହାଦ ଅହମ୍ମଦଙ୍କୁ ସେ କୋର୍ଟରେ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ସ୍ବରା ଏନେଇ ଫଟୋ...

ଅଲଗା ହେଲେ ଦିଶା-ଟାଇଗର!

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନିଙ୍କ ସମ୍ପର୍କକୁ କିଏ ବା ନ ଜଣେ। ଦୁହିଁଙ୍କ ମଧ୍ୟରେ ପେମ ସମ୍ପର୍କ ଥିବା ନେଇ...

ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା...

Advertisement
Archives

Model This Week