କେବିସିର ପ୍ରତି ଏପିସୋଡ ଶୁଟିଂ ପାଇଁ କୋଟି କୋଟି ଟଙ୍କା ନିଅନ୍ତି ଅମିତାଭ

ମୁମ୍ବାଇ: ଟେଲିଭିଜନ ରିୟଲିଟି ସୋ ‘କୌନ ବେନଗା କରୋଡ ପତି’ ବର୍ଷ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ରାଜ କରି ଚାଲିଛି। କେବିସି ହେଉଛି ଦେଶର ଦୀର୍ଘତମ ଚାଲୁଥିବା ରିଆଲିଟି ସୋ ମଧ୍ୟରୁ ଅନ୍ୟତମ। ଏହା ୨୦୦୦ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହାର ପ୍ରଥମ ସିଜନରେ ଦର୍ଶକେ ଏହାକୁ ଖୁବ ପସନ୍ଦ କରିଥିଲେ। ଶୋ’ର ପ୍ରଥମ ସିଜନରେ ପୁରସ୍କାର ରାଶି ୧ କୋଟି ଟଙ୍କା ଥିଲା।
୨୦୦୫ରେ, ପୁରସ୍କାର ରାଶି ଦ୍ୱିଗୁଣିତ ହୋଇ ସିଜନ ୨ରେ ୨କୋଟି ଟଙ୍କା ହୋଇଗଲା ଏବଂ ସିଜନ ୨ପର୍ଯ୍ୟନ୍ତ ସମାନ ରହିଲା। ତେବେ, ୨୦୧୦ରେ, ସିଜନ ୪ ପାଇଁ ପୁରସ୍କାର ରାଶି ପୁଣି ୧ କୋଟି ଟଙ୍କାକୁ ହ୍ରାସ କରାଯାଇଥିଲା। ୨୦୧୩ରେ, ସପ୍ତମ ସିଜନରୁ ପୁରସ୍କାର ରାଶି ୭କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା।
ଯେତେବେଳେ ଏହି ଶୋ ଆରମ୍ଭ ହେଲା, ଅମିତାଭ ବଚ୍ଚନ ଏହାକୁ ହୋଷ୍ଟ କରିବାକୁ ଏପିସୋଡ ପାଇଁ ୨୫ଲକ୍ଷ ଟଙ୍କା ନେଇଥିଲେ। ଯେତେବେଳେ ପ୍ରଥମ ସିଜନ ହିଟ ହୋଇଥିଲା, ଅମିତାଭ ତାଙ୍କ ଫି ୧କୋଟିକୁ ବୃଦ୍ଧି କରିଥିଲେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୬-୭ସିଜନରେ ସେ ୧.୫ରୁ ୨କୋଟି ଟଙ୍କା ଆଦାୟ କରିଥିଲେ। ଅଷ୍ଟମ ସିଜନରେ ତାଙ୍କର ଫି ୨କୋଟି ଥିଲା। ଏହି ଶୋ’ର ଅଷ୍ଟମ ସିଜନରେ ରାନୀ ମୁଖାର୍ଜୀ, ପରିଣୀତି ଚୋପ୍ରା, ପ୍ରିୟଙ୍କା ଚୋପ୍ରା, ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରମାନେ ନଜର ଆସିଥିଲେ।
ନବମ ସିଜନରେ ଅମିତାଭ ବଚ୍ଚନ ୨.୬କୋଟି ନେଇଥିଲେ। ସେହି ସିଜନରେ କ୍ରିକେଟର ଯୁବରାଜ ସିଂ ଏବଂ ଅଭିନେତା ବିଦ୍ୟା ବୋଲେଣ୍ଡର ହଟ ସିଟରେ ଅତିଥି ଭାବରେ ନଜର ଆସିଥିଲେ। ଦଶମ ସିଜନରେ ଅମିତାଭ ବଚ୍ଚନ ଏପିସୋଡ ପାଇଁ ୩କୋଟି ଟଙ୍କା ନେଇିଥିଲେ। ସେହି ବର୍ଷ ସ୍ବତନ୍ତ୍ର ପ୍ରତିଯୋଗୀମାନଙ୍କ ମଧ୍ୟରେ ଆୟୁଷ୍ମାନ ଖୁରାନା ଏବଂ ଆମୀର ଖାଁ ଥିଲେ। ଏକାଦଶ, ଦ୍ୱାଦଶ ଏବଂ ୧୩ତମ ସିଜନରେ ସେ ୩.୫କୋଟି ଟଙ୍କା ଚାର୍ଜ କରିଥିଲେ।
ଶୋ’ର ୧୩ତମ ସିଜନରେ ଅନେକ ସେଲିବ୍ରିଟିଙ୍କୁ ଡକାଯାଇଥିଲା। ଏଥିରେ କ୍ରିକେଟର ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହୱାଗ, ଇରଫାନ ପଠାନ ଏବଂ ହରଭଜନ ସିଂଙ୍କ ସମେତ ଅନେକ ବଲିଉଡ ତାରକା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri