Odisha Elections 2024

କ୍ୟାଟ୍ରିନାଙ୍କ ନୂଆ ଅବତାର

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ନୂଆବର୍ଷରେ ନୂଆ ଅବତାରରେ ଦେଖିବାକୁ ମିଳିବ। ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଘୋଷଣା ହେବା ପରଠାରୁ ଦର୍ଶକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ ୧୨ ଜାନୁୟାରୀ ୨୦୨୪ରେ ଏହି ଫିଲ୍ମ୍‌ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ବୁଧବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି।

ଟ୍ରେଲର ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ପ୍ରଥମ ଥର ପାଇଁ କ୍ୟାଟ୍ରିନା କୈଫ୍‌ ଏବଂ ବିଜୟ ସେତୁପାଠୀ ଏକ ଭୟଙ୍କର ଅବତାରରେ ନଜର ଆସିଛନ୍ତି। ଫିଲ୍ମଟି ସମ୍ପୂର୍ଣ୍ଣ ସସ୍‌ପେନ୍ସରେ ପରିପୂର୍ଣ୍ଣ। ଟ୍ରେଲରରେ ବିଜୟ ଏବଂ କ୍ୟାଟ୍ରିନା ‘ଖ୍ରୀଷ୍ଟମାସ’ର କିଛି ଘଣ୍ଟା ପୂର୍ବରୁ ପରସ୍ପରକୁ ଭେଟନ୍ତି। ଉଭୟ ପରସ୍ପର ପାଇଁ ଅଜଣା ଅଟନ୍ତି।

ଟ୍ରେଲରରେ ବିଜୟ-କ୍ୟାଟ୍ରିନା ରୋମାଣ୍ଟିକ କଥାବାର୍ତ୍ତା ହେଉଛନ୍ତି। ତା’ପରେ ହଠାତ୍‌ କିଛି ସିନ୍‌ ଦେଖାଯାଏ ଯାହା ଆପଣଙ୍କୁ ଭୟଭୀତ କରିବ। ସସ୍‌ପେନ୍ସ ସହିତ ଏହା ଅନେକ ରୋମାଞ୍ଚ ମଧ୍ୟ ସୃଷ୍ଟି କରେ। ଫିଲ୍ମର ଟ୍ରେଲର ବର୍ତ୍ତମାନ ଦର୍ଶକଙ୍କ ମଧ୍ୟରେ ଆହୁରି ଉତ୍ସାହ ସୃଷ୍ଟି କରିଛି। ‘ମେରୀ ଖ୍ରୀଷ୍ଟମାସ’ ହେଉଛି ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏକ ଆଗାମୀ ଭାରତୀୟ ଥ୍ରୀଲର ଫିଲ୍ମ।

ତାମିଲ ଏବଂ ହିନ୍ଦୀରେ ଏକକାଳୀନ ଶୁଟିଂ ହୋଇଥିବା ଏହି ଫିଲ୍ମରେ କ୍ୟାଟ୍ରିନା ଏବଂ ବିଜୟ ମୁଖ୍ୟ ଭୂମିକାରେ ଅଛନ୍ତି। ରିଲିଜ ତାରିଖକୁ ଅନେକ ଥର ବଦଳାଇବା ପରେ, ବର୍ତ୍ତମାନ ‘ମେରୀ ଖ୍ରୀଷ୍ଟମାସ’ ୧୨ ଜାନୁୟାରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ସରେ ‘ହାବାସପୁରୀ ୱେଭିଙ୍ଗ୍‌’ର ପୋଷ୍ଟର ଉନ୍ମୋଚିତ

ଭୁବନେଶ୍ୱର,୨୮।୫(ଅନୁରାଧା ମହାରଣା):ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ତଥା ଲେଖକ ଓଡ଼ିଶାର ବିଶ୍ୱନାଥ ରଥ କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ କୋଟପାଡ଼ ହସ୍ତତନ୍ତର...

ମୁନାଓ୍ବର ଫାରୁକିଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା

ମୁମ୍ବାଇ: ରିଏଲିଟି ଶୋ ‘ବିଗବସ୍‌-୧୭’ର ବିଜେତା ମୁନାଓ୍ବର ଫାରୁକି ଦ୍ୱିତୀୟ ଥର ପାଇଁ ବିବାହ କରିଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୧୦ରୁ ୧୨...

ରିଲିଜ ପୂର୍ବରୁ ୨୦୦ କୋଟି ଆୟ କଲା ଥାଲାପତି ବିଜୟଙ୍କ ଫିଲ୍ମ

ଚେନ୍ନାଇ: ଥାଲାପାତି ବିଜୟଙ୍କ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ ଅଲ ଟାଇମ’ ରିଲିଜ ହେବାକୁ ତିନି ମାସରୁ ଅଧିକ ସମୟ ବାକି ଅଛି, କିନ୍ତୁ ଏହା...

ଲୋକପ୍ରିୟ ଅଭିନେତାଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୨୭।୫: ଆମେରିକୀୟ ଅଭିନେତା ଜନି ଓ୍ବାକ୍ଟରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ଓ୍ବାକ୍ଟର ଅନେକ ଚଳଚ୍ଚିତ୍ର ଏବଂ...

କାନ୍ସରେ ଭାରତର ଐତିହାସିକ ଶୋ’: ପାୟଲ କାପାଡିଆଙ୍କୁ ଗ୍ରାଣ୍ଡପ୍ରିକ୍ସ ପୁରସ୍କାର

ନୂଆଦିଲ୍ଲୀ,୨୭।୫: ୭୭ତମ କାନ୍ସ ଫିଲ୍ମ ସମାରୋହରେ ଭାରତର ପ୍ରଦର୍ଶନ ଅଭୂତପୂର୍ବ ରହିଛି, ଯେଉଁଥିରେ ୨ ଜଣ ଚଳଚ୍ଚିତ୍ର ନିର୍ମାତା, ଜଣେ ଅଭିନେତ୍ରୀ ଏବଂ ଜଣେ ସିନେମାଟୋଗ୍ରାଫର...

ମହୀଶୂର ଫିଲ୍ମ ନିର୍ମାତାଙ୍କୁ କାନ୍ସ ଲା ସିନେଫ୍‌ ପ୍ରଥମ ପୁରସ୍କାର

କାନ୍ସ,୨୫ା୫(ପି.ଟି.): ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଭାରତକୁ ବଡ଼ ସଫଳତା ମିଳିଛି। ମହୀଶୂରର ଫିଲ୍ମ ନିର୍ମାତା ଚିଦାନନ୍ଦ ଏସ୍‌ ନାଏକଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍‌ଫ୍ଲାଓ୍ବାର୍ସ ଓ୍ବେୟାର ଦି...

ଦୀର୍ଘ ୬ ବର୍ଷର ବିରତି ପରେ ଫେରୁଛନ୍ତି ପ୍ରୀତି, ଅଧିକ ଆୟ ପାଇଁ ଜଏନ କରିଥିଲେ ଆଇପିଏଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ବର୍ତ୍ତମାନ ଲାହୋର ୧୯୪୭ ପାଇଁ ସୁଟିଂ କରୁଛନ୍ତି, ଯାହା ସୁପରହିଟ ଭୈୟାଜୀ ହିଟ ହେବାର ଛଅ ବର୍ଷ ମଧ୍ୟରେ...

ଅଭିନେତ୍ରୀ ଲୈଲା ଖାନଙ୍କ ପିତାଙ୍କୁ ଫାଶି ଦଣ୍ଡ, ୧୩ ବର୍ଷ ପରେ ଆସିଲା ହତ୍ୟା ମାମଲାର ରାୟ

ମୁମ୍ବାଇ,୨୪।୫: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ସୂଚନାଯୋଗ୍ୟ, ୧୩ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri