ବିବାହ ପୂର୍ବରୁ ଜିମ୍‌ ବାହାରେ ସ୍ପଟ୍‌ ହେଲେ କାଟ୍ରିନା, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ଆଉ ଅଳ୍ପ ଦିନ ବାକି ଅଛି। ଉଭୟ ନିଜ ବିବାହ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ କାଟ୍ରିନାଙ୍କୁ ବିବାହ ପୂର୍ବରୁ ଅର୍ଥାତ୍‌ ଶନିବାର ସକାଳେ ଜିମ୍‌ ସେଣ୍ଟର ଆଗରେ ଦେଖିବାକୁ ମିଳିଛି।

ସେ ଏକ ଧଳା ରଙ୍ଗର ବ୍ୟାନିୟନ ପିନ୍ଧିଥିବା ବେଳେ କଳା ଜଗିଙ୍ଗ ପିନ୍ଧିଥିଲେ। ଫଟୋଗ୍ରାଫରଙ୍କୁ ଦେଖି କାଟ୍ରିନା ହାତ ହଲାଉଥିବାର ଦେଖିବାକୁ ମିଳିଛି। କାଟ୍ରିନାଙ୍କ ଭାଇ ଏବଂ ଭଉଣୀ ମଧ୍ୟ ତାଙ୍କ ସହିତ ଜିମ୍‌ରେ ଥିଲେ। କାଟ୍ରିନା ଜିମ୍‌ ଛାଡ଼ି କାର୍‌ରେ ବସିଥିଲେ।

ଏହି ଭିଡିଓକୁ ଭାଇରାଲ ଭୟାନି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ୟୁଜରମାନେ ଭିଡିଓରେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି। ଏଥିସହିତ ସେମାନେ କ୍ୟାଟ୍‌ ଏବଂ ଭିକିଙ୍କୁ ଅଭିନନ୍ଦନ ବି ଜଣାଇଛନ୍ତି।

ଆସନ୍ତା ୯ ତାରିଖରେ ଭିକି-କାଟ୍ରିନାଙ୍କ ବିବାହ ରାଜସ୍ଥାନରେ ଅନୁଷ୍ଠିତ ହେବ। ଏଥିପାଇଁ ଏଠାରେ ଜୋର୍‌ସୋର ପ୍ରସ୍ତୁତି ଚାଲିଛି। ବିବାହରେ ଯୋଗ ଦେବାକୁ ଥିବା ଅତିଥିମାନେ କରୋନା ଟିକା ନେଇଥିବା ବାଧ୍ୟତାମୂଳକ। ପ୍ରଶାସନ ମଧ୍ୟ ଏହି ବିବାହକୁ ନେଇ ବେଶ୍‌ ସଜାଗ ରହିଛି।

ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୫ ହଜାରରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ଅନେକ ୟୁଜର ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

ଯୌତୁକ ପାଇଁ ନିର୍ଯ୍ୟାତନା ପରେ  ସ୍ତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ: ସ୍ବାମୀ ଗଲେ ଜେଲ 

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ ଗ୍ରାମର ବର୍ଷା ସିଂ(୨୦)ଙ୍କୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri