ସଲମାନଙ୍କୁ ଜନ୍ମଦିନରେ ଏମିତି ଉପହାର ଦେଲେ କ୍ୟାଟ୍ରିନା

ବଲିଉଡ ଅଭିନେତା ସଲମାନ ଖାନଙ୍କ ପାଇଁ ୫୬ତମ ଜନ୍ମଦିନ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଅନେକ ସେଲିବ୍ରିଟ ପାନଭେଲରେ ସଲମାନଙ୍କ ଜନ୍ମଦିନ ପାର୍ଟିରେ ଅଂଶଗ୍ରହଣ କରିଥିବାବେଳେ ଅନେକ ସୋସିଆଲ ମିଡିଆରେ ଥ୍ରୋବ୍ୟାକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଲ୍ଲୁ ମଧ୍ୟ ତାଙ୍କ ଜନ୍ମଦିନରେ ଅନେକ ଉପହାର ପାଇଥିଲେ। ଭାଇଭଉଣୀ ଏବଂ ମାତାପିତାଙ୍କ ବ୍ୟତୀତ ସଲମାନଙ୍କୁ ତାଙ୍କ ସହ-ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଶିଳ୍ପା ସେଟ୍ଟୀ ଏବଂ ଜ୍ୟାକଲିନ ଫର୍ନାଡିଜ ବହୁ ମହଙ୍ଗା ଉପହାର ଦେଇ ଅଭିନନ୍ଦନ ଜଣାଇଥିଲେ
କ୍ୟାଟ୍ରିନା ସଲ୍ଲୁଙ୍କୁ ପ୍ରାୟ ୩ ଲକ୍ଷ ମୂଲ୍ୟର ଏକ ସୁନା ବ୍ରେସଲେଟ ଦେଇଥିବାବେଳେ ଜ୍ୟାକଲିନ ପ୍ରାୟ ୧୨ ଲକ୍ଷ ମୂଲ୍ୟର ଘଣ୍ଟା ଉପହାର ଦେଇଛନ୍ତି। ଶିଳ୍ପା ୧୬-୧୭ ଲକ୍ଷ ମୂଲ୍ୟର ଏକ ହୀରା ବ୍ରେସଲେଟ ଉପହାର ଦେଇଛନ୍ତି। କେବଳ ଏହି ଅଭିନେତ୍ରୀ ନୁହଁନ୍ତି, ବଲିଉଡ ଅଭିନେତା ଅନିଲ କପୁର ପ୍ରାୟ ୨୯ ଲକ୍ଷ ମୂଲ୍ୟର ଏକ ଚମଡ଼ାଜ୍ୟାକେଟକୁ ଉପହାର ଦେଇଛନ୍ତି। ସଞ୍ଜୟ ଦତ୍ତ ପ୍ରାୟ ୮ ଲକ୍ଷ ଘଣ୍ଟା ଦେଇଛନ୍ତି। ଏଥିସହିତ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଭାଇଙ୍କୁ ପ୍ରାୟ ୧୭ ଲକ୍ଷ ମୂଲ୍ୟର ଏକ ରୋଲକ୍ସ ଘଣ୍ଟା ଉପହାର ଦେଇଛନ୍ତି। ସୋହେଲ ଖାନ ୨୫ ଲକ୍ଷ ଟଙ୍କାର ବିଏମଡବ୍ଲୁ କାର ଏବଂ ଅରବାଜ ଖାନ ୩ କୋଟି ଟଙ୍କାର ଅଡି ଆରଏକ୍ସକ୍ୟୁ ୮ କାର୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ଯୋଗୁ ଚିନ୍ତାରେ ସଞ୍ଜୟ

ମୁମ୍ବାଇ: ସଞ୍ଜୟ ଦତ୍ତ ବର୍ତ୍ତମାନ ତାଙ୍କ ପତ୍ନୀ ମାନ୍ୟତା ଏବଂ ତାଙ୍କର ୨ ଶିଶୁ ଶାହାରାନ ଓ ଇକ୍ରାଙ୍କଠାରୁ ଦୂରରେ ଅଛନ୍ତି। ଭାରତରେ ଲକ୍‌ଡାଉନ୍‌ ହେବା...

ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି ଭାରତୀ, ହେଲେ ଏଥିପାଇଁ ମନଦୁଃଖ

ବମ୍ବେ: ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି କମେଡିକୁଇନ୍‌ ଭାରତୀ ସିଂହ। ହେଲେ ପରିସ୍ଥିତି ଏଭଳି ଯେ ତାଙ୍କୁ ବର୍ଷେ କିମ୍ବା ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ।...

କନିକାଙ୍କ ପରେ ବଲିଉଡ୍‌ର ଆଉ ଜଣେ କରୋନା ପଜିଟିଭ୍‌

ମୁମ୍ବାଇ,୬।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ବଲିଉଡ୍‌...

ନାତୁଣୀ ରାଗିଲେ ଏମିତି ବୁଝାନ୍ତି ଅମିତାଭ ବଚ୍ଚନ

ବଲିଉଡର ଭେଟେରାନ ଅମିତାଭ ବଚ୍ଚନ ଜଣେ ପାରିବାରିକ ଲୋକ ଭାବେ ଜଣାଶୁଣା। ସେ ନିଜ ପରିବାରକୁ ବେଶୀ ଗୁରୁତ୍ୱ ଦିଅନ୍ତି। ସ୍ତ୍ରୀ ଜୟା ବଚ୍ଚନ ଏବଂ...

ଗ୍ରାମୀ ୨୦୨୩: ବେୟୋନ୍ସ ସର୍ବାଧିକ ମନୋନୀତ

ନୂଆଦିଲ୍ଲୀ : ୨୦୨୩ ବର୍ଷ ଲାଗି ଗ୍ରାମୀ ପୁରସ୍କାର ନିମନ୍ତେ ମନୋନୟନ ତାଲିକା ପ୍ରକାଶ ପାଇଛି। ବେୟୋନ୍ସ ସର୍ବାଧିକ ମନୋନୀତ ଗାୟିକା ମାନ୍ୟତା ପାଇଛନ୍ତି। ଏହି...

ପୌରାଣିକ ଧାରାବାହିକ: ବଢ଼ୁଛି ଆଦର

ଘରେ ବସି ମନୋରଞ୍ଜନ କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଟେଲିଭିଜନ୍‌। ଦିନ ଥିଲା, ଖବର ଜାଣିବାକୁ ହେଉ ଅବା ଗୀତ-ନାଟକ ଶୁଣିବାକୁ ରେଡିଓ ଉପରେ...

ବଢିଲା ଜ୍ୟାକଲିନ୍‌ଙ୍କ ଅଡ଼ୁଆ

ନୂଆଦିଲ୍ଲୀ,୩୧।୮:ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା ବଢିବାରେ ଲାଗିଛି। ୨୧୫ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ଡକାଇଛନ୍ତି। ଏହି...

ଶୁଟିଂ ସେଟ୍‌ରେ ଭୋଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ରୁପା ଗାଙ୍ଗୁଲି ଜଣେ ଅଭିନେତ୍ରୀ ବ୍ୟତୀତ ଭଲ ଗାୟିକା। ସେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିଲେ। ସେହି ସମୟରେ ମହାଭାରତର...

Advertisement
Archives

Model This Week