କଟି ନନାଙ୍କ ଭୋଜନାଳୟ

ଭୋଗରାଇ,୧୯।୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ରହିଛି ଭୋଜନାଳୟ। ଅନ୍ୟ ହୋଟେଲ ଭଳି ଏହି ଭୋଜନାଳୟରେ ନାହିଁ ଚାକଚକ୍ୟ। ରହିଛି କେବଳ ଆଜବେଷ୍ଟସ ଛପର ଲମ୍ବା ଘର। ଏହାରି ଭିତରେ ପରିଷ୍କାର, ପରିଚ୍ଛନ୍ନତା ଓ ଭିନ୍ନ ସ୍ବାଦର ଖାଦ୍ୟ ଗ୍ରାହକଙ୍କ ଲାଗି ଆକର୍ଷଣ ହୋଇଛି। ଭୋଜନାଳୟର ମାଲିକ କଟିନନାଙ୍କ ହାତ ରନ୍ଧା ଖାଦ୍ୟ ଖାଇବା ଲାଗି ଦୈନିକ ଗ୍ରାହକଙ୍କ ଭିଡ଼ ଲାଗୁଛି।
ନନାଙ୍କ ପୂରା ନାମ ମାନସ କୁମାର ଦାଶ (୩୫)। ତାଙ୍କୁ ଶ୍ରଦ୍ଧାରେ ଲୋକେ ଡାକନ୍ତି କଟି ନନା। ଘର ଦେହୁର୍ଦ୍ଦା ଗ୍ରାମରେ। ପିଲା ବେଳେ ଭଲ ପାଠପଢ଼ି ଆଗକୁ ବଢ଼ିବାର ସ୍ବପ୍ନ ଥିଲା। ହେଲେ ଆର୍ଥିକ ଅନାଟନ ଯୋଗୁ ମାଟ୍ରିକ ପରଠାରୁ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ମା’ବାପା କରିଥିବା ଭୋଜନାଳୟରେ ସେ ନିଜକୁ ନିୟୋଜିତ କରି ପରିବାର ପ୍ରତିପୋଷଣ ପାଇଁ ଅଣ୍ଟା ଭିଡ଼ିଥିଲେ। ସମସ୍ତେ ମିଳିମିଶି ରୋଜଗାର କରିବାରୁ ପରିବାର ଆର୍ଥିକ ସ୍ବଚ୍ଛଳ ହୋଇ ଆସୁଥିବା ବେଳେ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ପରିବାର ଉପରେ ସତେଯେପରି ଚଡ଼କ ପଡ଼ିଥିଲା। କିଛିଦିନ ପରେ ଭାଇଙ୍କ ସହିତ ବିବାଦ ହେବାରୁ ସେ ତାଙ୍କ ପରିବାର ସହ ଅଲଗା ରହି ପରିବାର ପ୍ରତିପୋଷଣ ପାଇଁ ରାହା ଖୋଜିଲେ। ବାପା କରିଥିବା ଭୋଜନାଳୟ ଭଳି ଅନ୍ୟ ଏକ ଭୋଜନାଳୟ କରି ସ୍ବାବଲମ୍ବୀ ହେବାକୁ ମନ ବଳାଇଲେ। ରୋଷେଇ କାର୍ଯ୍ୟରେ ୨୫ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଲୋକଙ୍କଠାରୁ ଧାରଉଧାର କରି ଏକ ଭୋଜନାଳୟ କଲେ। ଏହି ଭୋଜନାଳୟ ପାଇଁ ସ୍ତ୍ରୀ ସୁଲୋଚନା ତାଙ୍କୁ ସହଯୋଗ କରିବା ପାଇଁ ସାହସ ଦେଇଥିଲେ। ମନରେ ଦୃଢ଼ ଆତ୍ମବିଶ୍ୱାସ ରଖି ମା’ବାପା ଶିଖାଇଥିବା ରୋଷେଇ କାର୍ଯ୍ୟକୁ ଭିନ୍ନ ସ୍ବାଦର କରିବା ନିମନ୍ତେ ଏବେ ସେ ଉଦ୍ୟମ କରିଆସୁଛନ୍ତି। ସାମାଜିକ ପ୍ରତିବନ୍ଧକକୁ ଖାତିର ନ କରି ନିଜ ସ୍ତ୍ରୀଙ୍କ ସହିତ ରୋଜଗାରକ୍ଷମ ହୋଇ ସ୍ବାବଲମ୍ବୀ ହେବା ତାଙ୍କ ସଫଳତାକୁ ବାଟ ଫିଟାଇଛି। ପ୍ରତ୍ୟେକ ମିଲ୍‌ ୫୦ଟଙ୍କାରେ ବିକ୍ରି ହେଉଛି। ଭାତ, ଡାଲି, ମାଛଝୋଳ ଓ ଖଟା ସହିତ ୫ ପ୍ରକାର ତରକାରୀ ଖାଉଟିଙ୍କୁ ତୃପ୍ତି ଦେଉଛି। ଦୈନିକ ହାରାହାରି ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର ହେଉଥିବା ସେ କହିଛନ୍ତି। ମହାମାରୀ କରୋନା କାଳରେ ତାଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସୁଛି। ଆଗକୁ ବିବାହ, ଉତ୍ସବ ହେଲେ ଭଲ ରୋଜଗାର ହେବାକୁ ସେ ଆଶା ରଖିଛନ୍ତି। ଭୋଜନାଳୟରେ ପରିଷ୍କାର, ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଉଥିବା ଓ ରନ୍ଧା ଖାଦ୍ୟ ଭିନ୍ନ ସ୍ବାଦର ହେଉଥିବାରୁ ଗ୍ରାହକମାନେ ପସନ୍ଦ କରୁଛନ୍ତି। ସେ କୁହନ୍ତି ଜୀବନ ଜିଇବାର ସଂଘର୍ଷ ମଧ୍ୟରେ ବଞ୍ଚତ୍ବାର ଭିନ୍ନ ଆନନ୍ଦ ରହିଛି। ଏଥିପାଇଁ ସେ ଝିଅପୁଅଙ୍କୁ ପାଠ ପଢ଼ାଇବା ସହିତ ପରିବାର, ଆତ୍ମୀୟସ୍ବଜନଙ୍କ ପାଖରେ  ଛିଡ଼ା ହେବାକୁ ଅଣ୍ଟା ସଳଖୁଛନ୍ତି। କୌଣସି ଦୀନଦୁଃଖୀ ବା ଭୋକିଲା ଲୋକଙ୍କୁ ସେ ବିନା ମୂଲ୍ୟରେ ଖାଇବାକୁ ଦେଇଥାନ୍ତି। କର୍ମଦକ୍ଷତା ଓ ମହତପଣିଆ ଯୋଗୁ କଟିନନା ଅନ୍ୟ ପାଇଁ ଉଦାହରଣ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri