Posted inଫୁରସତ

ସ୍ବାଧୀନତା… ଜନ୍ମଗତ ଅଧିକାର

ନାକୁଆଟା ନାକରା ପିଲା ନୁହଁ, ମାତ୍ର ତା’ ନାକ ଅଗରେ ରାଗ l ସିଏ ଯାହା ବୁଝିଥିବ ସେଇଆ l ତା’ କଥା ଉପରେ କିଏ କଥା କହିଲେ, ତା’ର ମଥା ବିନ୍ଧେ l ମନ୍ଦଗୁଣ ବାଛିଲେ… ମୁଣ୍ଡକୁ ପିତ୍ତ ଚଢ଼େ l ସେ ଗୁରୁ, ଗୁରୁଜନ ହୁଅନ୍ତୁ କି ଆଉ କେହି, ତା’ ଇଚ୍ଛା ବିରୁଦ୍ଧରେ ଗଲେ କି କୋଉ କାମରେ ଅଟକେଇଲେ.. ପାଚିଲା ନାଲି ଲଙ୍କା ପ୍ରାୟେ ତା ଗାଲ ଲାଲ ଦେଖାଯାଏ l ଯେବେଠୁ ଜଣେ ମାନ୍ୟଗଣ୍ୟ ନେତୃସ୍ଥାନୀୟ ବ୍ୟକ୍ତିଙ୍କଠୁ ଶୁଣିଲାଣି.. ସ୍ବାଧୀନତା ଆମର ଜନ୍ମଗତ ଅଧିକାର, ସେବେଠୁ ଏମିତି ସଦ୍‌ଗୁଣ ପଶିଯାଇଛି ତା’ ଅନ୍ତର ଭିତରେ ଆଉ ବଦଳିଯାଇଛି ବ୍ୟବହାର। ବୁଝିଛି ଯେ ତାକୁ ଏଇ ଅଧିକାରରୁ କେହି ବେଦଖଲ କରିପାରିବେନି l ସ୍ବାଧୀନ ଭାବେ ଆପଣା ଇଚ୍ଛା ମୁତାବକ ଚଳିବା ହିଁ ଅସଲ ମଣିଷପଣିଆ। ତା’ କର୍ମ କି ଚିନ୍ତାକୁ କେହି ଯଦି ବେଠିକ୍‌ କି ବେନିୟମ ବୋଲି କହିଲେ, ତେବେ ଘର ହେଉ କି ବାହାର, ଜାଣ ଅକାଳରେ ପ୍ରଳୟକୁ ଆମନ୍ତ୍ରଣ କଲେ! ସ୍ବାଧୀନତା ତା’ର ଜନ୍ମଗତ ଅଧିକାର.. ଏଇ କଥାକୁ ସାବ୍ୟସ୍ତ କରିବାକୁ ଯାଇ ତା’ ନାଁରେ ଗଦା ଗଦା ମାର୍‌ପିଟି ମାମଲା ଥାନାରେ ତାଲିକାଭୁକ୍ତ ହୋଇସାରିଛି l ଅନେକବାର ଫାଇନ୍‌ ଭରି କେତେ କେସ୍‌ ଫାଇନାଲ କରେଇଛି l ତଥାପି ସ୍ବାଧୀନତା ତା’ ଜନ୍ମଗତ ଅଧିକାର ନୀତିକୁ ଜାବୁଡ଼ି ଧରିଛି l ତା ପାଇଁ ଖାଦ୍ୟ-ଅଖାଦ୍ୟ, ସୁକର୍ମ-କୁକର୍ମ, ଭାଷା-ଅଭାଷା ସବୁ ସମାନ l ଯେହେତୁ ସେ ସ୍ବାଧୀନ, ମନଚାହୁଁଛି ତ ଖାଇଯିବ! ସେଥିରେ ପୁଣି ଆମିଷ-ନିରାମିଷ.. ତିଥି ବାର ବିଚାର କ’ଣ ଦର୍କାର? ଯାହା ମନକୁ ଆସୁଛି ସ୍ବାଧୀନ ଭାବରେ କହିବା! ସେଥିପାଇଁ ଶୀଳ-ଅଶ୍ଳୀଳ, ଗୁରୁଜନ -ଲଘୁଜନ ଭାବିବା କି ଆବଶ୍ୟକ? ସୁକାର୍ଯ୍ୟ-କୁକାର୍ଯ୍ୟ ଏମିତି ବିଚାରକରି ଚଳିଲେ ନିଜ ଇଚ୍ଛା ଆଉ ମନକୁ ବାଡ଼ବତା ଦେଇ ବାନ୍ଧିଲେ କି ସ୍ବାଧୀନତା? ସେ ଭଲ ଭାବରେ ବୁଝିଛି ଯେ, ମନ ଚାହୁଁଥିବା ଇନ୍ଦ୍ରିୟଭୋଗ ଇଚ୍ଛାକୁ ଚରିତାର୍ଥ କରିବା ସ୍ବାଧୀନତା ! ସେଥିରୁ ନିବୃତ୍ତ ହେବା.. ପରାଧୀନତା! ସେ କଥା କହିବାରେ ଓସ୍ତାଦ୍‌ l ଏମିତି ତର୍କକରି ବୁଝେଇବ ଯେ, ଆଛା ଆଛା ବିଜ୍ଞଜନଙ୍କ କଛା ଖୋଲିଦେବ.. ପାଟି ବନ୍ଦ ହୋଇଯିବ! ଅନୀତିଆ କଥା ଯେତେ, ସେସବୁ ନୀତିଗତ ବୋଲି ଧାରଣା ଜାତ ହେବ l କିନ୍ତୁ କିଛି ଅବୁଝା ପଣ୍ଡିତ, ନାହାକଙ୍କ ପରି ଗଣନାକରି କୁହନ୍ତି, ନାକୁଆର ନର୍କଗତି ଅଲ୍‌ବତ ହେବ!
ଏ ସଂସାରରେ ନାକୁଆ ଏକା ନୁହଁ, ବରଂ ତା’ ସମଗୁଣୀ ପୁଅ ଝିଅ ଅନେକ ଅଛନ୍ତି l ଯେଉଁମାନେ ନିତ୍ୟ ନୂତନ କର୍ମକରି ଓ କରେଇ କୁଆଡ଼େ ହାଇଲାଇଟ୍‌ ହୁଅନ୍ତି, ରିଲ୍‌ କରି-ଭାଇରାଲ ହେବାକୁ ଭଲପାଆନ୍ତି l ହଉ ସେ କଥା ଛାଡ଼, ଆଗକୁ ପଢ଼ନ୍ତୁ!

ଏଇ କେଇବର୍ଷ ହେଲା ଗୋଟେ ସ୍ବାଧୀନ ଚିନ୍ତାଧାରୀୟ ପର୍ବ ଆମ ଦେଶରେ ଖୁବ୍‌ ଆସ୍ଥା ଜମେଇ ଯୁବଗୋଷ୍ଠୀଙ୍କୁ ମତୁଆଲା କରିଛି। ଭାରି ଭଲ କଥା l ଏଇ ପରବ ଦିନେ କି ଓଳିଏ ନୁହଁ, ପୂରା ହପ୍ତାଏ ଯାଏଁ ଉଛୁଳା ପ୍ରେମର ଛନ୍ନଛନିଆଁ ମନରେ ପାଳନ ହେଉଛି l ଏମିତିକା ମଉକାକୁ ନାକୁଆ ଭଳିଆ ଟୋକା କି ଛାଡ଼େ? ନା, ଜମା ନୁହେଁ l ତେଣୁ ଏଇ ଇମ୍ପୋର୍ଟେଡ୍‌ ପର୍ବ ଆରମ୍ଭରୁ ସାତଦିନ ଯାଏଁ..ତା’ର ଅଧ ଡଜ୍ଜନରୁ ଅଧିକ ଗର୍ଲଫ୍ରେଣ୍ଡ୍ସଙ୍କୁ ସମବିଚାରରେ ସମସ୍ତଙ୍କୁ ସମୟାନୁସାରେ ସମୟଦିଏ। ପ୍ରପୋଜ୍‌ କରିବା ଆଗରୁ ଚକୋଲେଟ୍‌ ଦେଇ ପରେ ରୋଜ୍‌, କିସ୍‌, ଟେଡି ଦେଇ ହଗ୍‌-ହଗା କରେଇ, ଫେବୃଆରୀ ଚଉଦରେ ଫାଇନାଲ ମ୍ୟାଚ୍‌ ଖେଳିବାକୁ ସବୁଠୁ ମନପସନ୍ଦିଆ ସୁନ୍ଦରୀ ତରୁଣୀ -ପ୍ରେମିକା ଶିରୋମଣି ନୀତୁରାଣୀକୁ ସାଙ୍ଗରେ ଧରି ସହରଠୁ ଦୂର ଗୋଟେ ପାହାଡ଼ିଆ ଝରଣା ଜଙ୍ଗଲ ଥିବା ଜାଗାକୁ ଚାଲିଗଲା l ଏଇ ବିଦେଶୀ ପର୍ବର ବିଧି ଅନୁସାରେ ରୋମାନ୍ସ -ଏନ୍‌ଜୟ କରିବା ଆଗରୁ ଭଲକି ବିଦେଶୀ ପାନୀୟ ତଥା ଚିକେନ୍‌ ପକଡ଼ାଦିରେ କ୍ଷୁଧା ନିବାରଣାନ୍ତେ, ଅନ୍ତର୍ମନ ତୃପ୍ତିସାଧନ ପାଇଁ ଉଭୟେ ପାହାଡ଼ ଶିଖରକୁ ଉଠି, ଝରଣାକୁ କରି ପିଠି କିଛି ସେଲ୍ଫି ନେବା ଓ ରିଲ୍‌ ବନେଇବା ନିହାତି ଜରୁରୀ ମନେକଲେ l ତା ଆଗରୁ ନାକୁଆ ନିଜକୁ ପ୍ରେମିକରାଜା ସଜେଇବାକୁ ଭାବି, ତା ଗାଡୁଆ ଆଖି ହାଡୁଆ ଦେହରୁ ଶାର୍ଟ କାଢି.. ମୁକୁଟପ୍ରାୟେ ମୁଣ୍ଡରେ ଦେଲା ଭିଡ଼ି l ଖାଡ଼ିଆ ବଡି ଦେଖେଇ କହିଲା.. ନୀତୁ! ଜାଣିଛ… ଏଇଟା ବୃସଲି ଚେହେରା.. ଷ୍ଟାମିନା ଭର୍ତ୍ତି l ନୀତୁ କହିଲା.. ହଁ ପରା, ତମ ଟଳମଳ ପାଦ ଆଉ ପଞ୍ଜରା ହାଡ଼ ହିଁ ତା’ର ପ୍ରମାଣ! ହଉ ଏଥର ସେଲ୍ଫି ପାଇଁ ପୋଜ୍‌ ଦେବାକୁ କହି ଉଭୟେ ଅଣ୍ଟାକୁ ଆଣ୍ଟକରି ଗୋଟାଏ ହାତରେ ଧରି, ମୁଖ ବିକୃତିକରି ଠିକ୍‌ ମୋବାଇଲରେ କ୍ଲିକ୍‌ କରୁକରୁ ଏଇ ସ୍ବାଧୀନଚେତା ନୀତୁ ଓ ନାକୁଆଙ୍କୁ ଭାଲେଣ୍ଟାଇନିଆ ଦିଅଁ ତୁରନ୍ତ ଫଳ ଦେଇଦେଲେ l ପାହାଡ଼ ଉପରୁ ତଳେଥିବା ଆବଡ଼ା ଖାବଡ଼ା ପଥରରେ ଭଲକି ପିଚା ଛେଚେଇ, ଦୀର୍ଘଦିନ ଉଭୟକୁ ସମଫଳ ଦେଇ ସମାନ ମେଡିକାଲରେ ସମାନ କୋଠରିରେ ବିଶ୍ରାମ ଓ କଥୋପକଥନ ସହ ଭାବର ଆଦାନ-ପ୍ରଦାନର ଅପୂର୍ବ ସୁଯୋଗ ଦେଲେ l

ଏସବୁ ଭାଲେଣ୍ଟାଇନିଆ ଦିଅଁଙ୍କ ପ୍ରତି ଥିବା ପ୍ରବଳ ଭକ୍ତି ଯୋଗୁ ସିନା ସମ୍ଭବହେଲା!
ସନ୍ନ୍ୟାସୀଙ୍କ ସମାଧି-ଧ୍ୟାନଭଗ୍ନ ହେଲାପରି ନାକୁଆର ଦି’ ଦିନ ପରେ ପ୍ରେମରାଜ୍ୟରୁ ଅବତରଣ ହେଲା। ଚେତା ଫେରିଲା। ଆଖିଖୋଲି ଦେଖିଲା.. ପିଲାରୁ ମଣିଷ କରିବାକୁ କାଖରେ ତୋଳିଧରୁଥିବା ବାପା-ମାଆ ପାଖରେ ଠିଆ l ତାଙ୍କ ପଛରେ ତା ପିଲାବେଳର ସାଙ୍ଗ ବିବେକ.. ତାକୁ ଚାହିଁଛି l ତା’ର ସ୍ବାଧୀନ ଦେହ ହାତଗୋଡ଼ ଧଳା କପଡ଼ାରେ ବନ୍ଧନ, ସେ ଡାକ୍ତରଙ୍କ ଅଧୀନ। ଚେତା ଫେରିବା ଦେଖି ବାପା-ମା’ଙ୍କ ଖୁସି କହିଲେ ନ ସରେ। ଏହି ସମୟରେ ବିବେକ ତାଙ୍କୁ ନିତ୍ୟକର୍ମ ସାରିବାକୁ ଜୋର୍‌ କରେଇ ପଠେଇଦେଲା l ନାକୁଆକୁ କହିଲା.. କିରେ! ତୋ ଜନ୍ମଗତ ସ୍ବାଧୀନତା ଏବେ କୁଆଡ଼େଗଲା ? ତୁ କ’ଣ ଏବେ ସ୍ବାଧୀନଭାବରେ ବୁଲିବାକୁ ଯାଇପାରିବୁ ନା ମନଇଚ୍ଛା ଖାଇପିଇ ଏନ୍‌ଜୟ କରିପାରିବୁ? ତୁ ସ୍ବାଧୀନବୋଲି ନିଜକୁ ଘୋଷଣାକରି, ତୋ ମନ ଇନ୍ଦ୍ରିୟ -ପଶୁ ପ୍ରବୃତ୍ତିର ଦାସହୋଇ ଏମିତିକା ପରାଧୀନ ହୋଇଗଲୁ ଯେ, ଏବେ ତୁ ତୋ ସେଇ ସ୍ବାଧୀନତା.. ମେଡିକାଲ ଖଟିଆରେ ଶୋଇ ପାଳନ କରୁଥା! ନାକୁଆ ଆଖିରେ ଲୁହ ଦେଖି ବିବେକ କହିଲା.. ତୁ ଯଦି ବିବେକ ଅନୁସାରେ କାମ କରିଥାନ୍ତୁ। ସାଧୁ, ଗୁରୁ, ଗୁରୁଜନଙ୍କ ଅଧୀନରେ ରହିଥାନ୍ତୁ, ଆଜି ଏଇ ଅବସ୍ଥା ହୋଇ ନ ଥାନ୍ତା! ତୁ ଖାଦ୍ୟ ଖାଇନୁ, ତାହା ତୋତେ ଖାଇଛି l ନିଶା ତୋ ଜୀବନ ଶୋଷିନେଉଛି। ତୁ ଉପଭୋଗ କରିନୁ, ବରଂ ଉପଭୋଗିତ ହୋଇଛୁ l ହଉ ଛାଡ଼, ତତେ ମୁଁ କିଏ ଏମିତି କହି ତୋ ସ୍ବାଧୀନ ମନକୁ ଆଘାତଦେବାକୁ? ହଉ, ମୁଁ ଆସୁଛି l ବିବେକ ଯାଉଯାଉ, ତା ହାତକୁ ବଡ଼କଷ୍ଟରେ ଟାଣି ଅଟକେଇ କାନ୍ଦୁକାନ୍ଦୁ ନାକୁଆ ଦେଖିଲା ଆରପଟେ ନୀତୁ ତାକୁ ଚାହିଁଛି l ନାକୁଆ ତାକୁ କହୁଥିଲା… ତୁ ଚିନ୍ତାକରନା ନୀତୁ l ଆମେ ଅତିଶୀଘ୍ର ଭଲ ହୋଇଯିବା l ଆରବର୍ଷ ଆଉ ବାଲାନ୍ସ ଫେଲ୍‌ ନ କରି ଫୁଲ୍‌ ରୋମାନ୍ସ କରିବା l ବିବେକ ଦୁହିଙ୍କ ମୁହଁକୁ ଖାଲି ବଲ ବଲ ହୋଇ ଚାହିଁଥିଲା!
-ମଙ୍ଗରାଜପୁର, ପୁରୀ
ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri