Posted inଫୁରସତ

କେକ୍‌ କୌତୁକ

ବହୁଦିନ ତଳର କଥା। ଜଣେ ବନ୍ଧୁଙ୍କ ଘରକୁ କିଛି କାମ ପାଇଁ ଯାଇଥିଲି। ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ବନ୍ଧୁ ପତ୍ନୀ ସଦ୍ୟ ରୋଷେଇ ଘରେ ପ୍ରସ୍ତୁତ ହୋଇଥିବା ସୁଦୃଶ୍ୟ କେକ୍‌ ଖଣ୍ଡେ ଆଣି ପରଷି ଦେଲେ। ସୌଜନ୍ୟ ଦୃଷ୍ଟିରୁ କେକ୍‌ ଅତି ସୁସ୍ବାଦୁ ହୋଇଛି ବୋଲି କହିଲି। ଏପରି କି ଏତେ ସ୍ବାଦିଷ୍ଟ କେକ୍‌ ବେଶ୍‌ କିଛି ଦିନ ହେଲା ଖାଇ ନ ଥିଲି, ଯାହା ଖାଇଥିଲି ଆଈ ମାଆ ହାତ ତିଆରି ପୋଡ଼ପିଠାରେ ବୋଲି କୃତଜ୍ଞତାରେ ଗଦଗଦେଇ ଯାଇ ବନ୍ଧୁପତ୍ନୀଙ୍କୁ କହିଲି। ମୋର ଏତାଦୃଶ ପ୍ରଶଂସା ଶୁଣି ବନ୍ଧୁ ପତ୍ନୀ ଏତେମାତ୍ରାରେ ଉତ୍ସାହିତ ହୋଇଗଲେ ଯେ ରୋଷେଇ ଘର ଭିତରକୁ ଯାଇ ଗୋଟେ ବଡ଼ ପ୍ଲେଟରେ କେକ୍‌ର ବଡ଼ ଖଣ୍ଡେ ଅଂଶ ଆଣି ମୋ’ ସାମ୍ନାରେ ଥୋଇଦେଲେ। ମୋ’ ଦେଖାଦେଖି ବନ୍ଧୁ ଜଣକ ପଛକୁ କେମିତି ପଡ଼ନ୍ତେ? ପତ୍ନୀଙ୍କୁ ପ୍ରଶଂସା କରି କହିଲେ ତାଙ୍କ ଘରଣୀ ବହୁତ ଇନୋଭେଟିଭ, କ୍ରିଏଟିଭ, ଜୁବିଲାଣ୍ଟ ଓ ଏନର୍ଜେଟିକ୍‌। ପ୍ରତିଦିନ କିଛି ନା କିଛି ନୂଆ ଖାଇବା ଚିଜ ତିଆରି କରି ଖୁଆଇବାରେ ତାଙ୍କର ଥାଏ ବିଶେଷ ଆଗ୍ରହ ।

ପ୍ରଥମ କେକ୍‌ ଖଣ୍ଡକ ମୁଁ କେଉଁଭଳି ଖାଇଛି ତାକୁ କେବଳ ମୁଁ ହିଁ ଜାଣେ । ଏବେ ଆଉ ଗୋଟେ ବଡ଼ କେକ୍‌ ଖଣ୍ଡକୁ ଦେଖି ମୋ ଅବସ୍ଥା ଅସମ୍ଭାଳ । ନା ଖାଇ ହେଉଛି ନା କହି ହେଉଛି । ଭୋକ ନାହିଁ, ଏବେ ଖାଇକି ଆସିଛି, ମୋ ପେଟ ଭଲ ନାହିଁ, ଅଧିକ ଖାଇ କାହିଁ ବଢିଆ ଟେଷ୍ଟକୁ ଚିଟା କରିବି ଭଳି ଅନେକ ବାହାନା କିଛି କାମ ଦେଲାନି ଆମ ସ୍ନେହୀ ବନ୍ଧପତ୍ନୀଙ୍କୁ। ଅଗତ୍ୟା ବହୁ କଷ୍ଟରେ ବାକି ଖଣ୍ଡକ ଉଦରସ୍ଥ କଲା ପରେ ଆଉ ମୁହୂର୍ତ୍ତେ ରହି ଚା, ସର୍ବତ କି କଫିର ଅପ୍ରତ୍ୟାଶିତ ଅତ୍ୟାଚାର ସହିବାକୁ ମନ ନ ଥିଲା। ଫେରିବାକୁ ଉଠିଲା ବେଳେ ହସି ହସି ବନ୍ଧୁ ପତ୍ନୀଙ୍କୁ ତଥାପି କହି ଆସିଲି, ଆଜି ପେଟ ଭଲ ନାହିଁ ନଚେତ ଆହୁରି ଅଧିକ ଖାଇଥାନ୍ତି। ପ୍ରତ୍ୟୁତ୍ତରରେ ତାଙ୍କ ଲାଜ ଲାଜ ମୁର୍କି ହସ ମୋର ପେଟଦୁଃଖକୁ କିଛି ମାତ୍ରାରେ ହାଲ୍କା କଲା ଅବଶ୍ୟ ।
ଗେଟ ଯାଏ ବନ୍ଧୁଜଣଙ୍କ ମୋତେ ବାଟେଇ ଆସିଲାବେଳେ ହଠାତ ମୋ’ ହାତକୁ ଧରି ପକେଇ ଅନୁଚ୍ଚ ଗଳାରେ କହିପକେଇଲେ, ସାଙ୍ଗ ମୁଁ ଜାଣିଛି ତୁ କେତେ କଷ୍ଟରେ ସେ କେକ୍‌ ଖାଇଥିବୁ। ମୋ ଅବସ୍ଥା ତୋ ଠାରୁ ଆହୁରି ସାଙ୍ଘାତିକରେ। ସକାଳୁ ପତ୍ନୀଙ୍କ କେକ୍‌ ତିଆରି ଦେଖିଲା ପରେ ପେଟ ଖରାପର ବାହାନା କରି ଦୁଇଥର ଲେମ୍ବୁ ପାଣି ପିଇ ସାରିଲିଣି । ତୋତେ ମୋ’ ରାଣ ଏ କଥା ଆଉ କେଉଁ ସାଙ୍ଗଙ୍କୁ କହିବୁନି। ତୁ ତ ବିବାହିତ, ଆଶା ମୋ କଥାକୁ ହୃଦୟଙ୍ଗମ କରୁଥିବୁ। ପତ୍ନୀଙ୍କ ସମସ୍ତ କାର୍ଯ୍ୟକୁ ପ୍ରଶଂସା ନ କଲେ ସେ ହାଣ୍ଡି ଭଳି ମୁହଁ କରିବେ। ନ କହିଲେ ବଦହଜମୀରେ ନିଜ ପେଟ ହାଣ୍ଡିଠୁ ଅଧିକ ଫୁଲୁଛି। କହିଲେ ମରୁଛି ନ କହିଲେ ମରୁଛି। ଏ ବିଚରା ପତିର ଦୁଇପଟୁ ଲସ୍‌ । ସୁଖୀ ଦାମ୍ପତ୍ୟ ପାଇଁ ସବୁ ଜାଣି ସୁଦ୍ଧା ହସି ହସି ସହି ଆସୁଛି । ମୁଁ ଜାଣେ ତୁ ଆଜି କିଭଳି ସେ କେକ୍‌ ଖାଇଥିବୁ । କେକ୍‌ ଖାଇଲା ବେଳେ ତୋ ହସ ହସ ମୁହଁ ପଛର କରୁଣ ଅବସ୍ଥା ମୁଁ ବେଶ୍‌ ବୁଝି ପାରୁଥିଲି। ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଦାମ୍ପତ୍ୟ ଖୁସିରେ ଥାଉ’ ନ୍ୟାୟରେ ମୁଁ ସବୁଦିନ ଏହି ହସ ପଛର କରୁଣ ଅବସ୍ଥା ଦେଇ ଗତି କରୁଛି।

ତାଙ୍କ କଥା ଶୁଣି ମୁଁ କହିଲି ମନ ଦୁଃଖ କରେନା। କେବଳ ଆମେ ଦୁହେଁ ନୁହଁ ବିବାହିତ ସମସ୍ତ ଦମ୍ପତି ଅଳ୍ପବହୁତେ ସମଦୁଃଖୀ। ସୁଖୀ ଦାମ୍ପତ୍ୟ ପାଇଁ ଜଣେ ପତିକୁ କି କି ତ୍ୟାଗ କରିବାକୁ ପଡ଼େ ସେ କଥା ମୁଁ ଜାଣେ। ନିଜ ପୌରୁଷକୁ ପାହାଡ଼ ପ୍ରମାଣେ ଦୃଢ଼ କରିବାକୁ ଯାଇ ପତ୍ନୀ କିମ୍ବା ବାହାରେ ଯେତେ ଦର୍ଶନ କଥା କହିଲେ ବି ନିଜ ଭିତରେ ନିଜେ କିପରି ମୂଷା ଭଳି ଖଟୁଥାଉ ତାହା କେବଳ ଜଣେ ବିଚରାପତି ହିଁ ବୁଝିପାରିବ।

-ବନମାଳୀ ଭବନ, ଖାନ୍‌ନଗର, କଟକ
ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri