Posted inଖେଳ

ରୁଡ୍‌, ମେଡଭେଡେଭଙ୍କ ସହଜ ବିଜୟ

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ତୃତୀୟ ଦିନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସହଜ ବିଜୟ ହାସଲ କରିଛନ୍ତି କାସ୍ପର ରୁଡ୍‌ ଓ ଡାନିଲ ମେଡଭେଡେଭ୍‌। ଦିନର ଅର୍ଦ୍ଧାଧିକ ମ୍ୟାଚ୍‌ ବର୍ଷା କାରଣରୁ ସସ୍‌ପେଣ୍ଡ ହୋଇଥିବା ବେଳେ ଦୁଇ ସିଡେଡ୍‌ ଖେଳାଳି ସହଜ ବିଜୟ ହାସଲ କରିଛନ୍ତି। ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ନରଓ୍ବେର କାସ୍ପର ରୁଡ୍‌ ୬-୩, ୬-୪ ଓ ୬-୩ ସେଟ୍‌ରେ ବ୍ରାଜିଲ୍‌ର ଫେଲିପ୍‌ ଆଲ୍ଭ୍ସଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ସର୍ଭରେ ୮୦ ପ୍ରତିଶତ ଓ ଦ୍ୱିତୀୟ ସର୍ଭରେ ୮୮ ପ୍ରତିଶତ ପଏଣ୍ଟ ହାସଲ କରିଥିଲେ ରୁଡ୍‌। ଅନ୍ୟ ଏକ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା ରୁଷିଆର ଡାନିଲ ମେଡଭେଡେଭ ୬-୩, ୬-୪, ୫-୭ ଓ ୬-୩ ସେଟ୍‌ରେ ଜର୍ମାନୀର ଡୋମିନିକ୍‌ କୋପଫରଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ଏକ ମ୍ୟାଚ୍‌ରେ ୨୮ ନମ୍ବର ଖେଳାଳି ଥୋମାସ୍‌ ମାର୍ଟିନ୍‌ ଏଚେଭେରୀ ୩-୬, ୬-୨, ୬-୧, ୬-୪ ସେଟ୍‌ରେ ଫ୍ରାନ୍ସର ଆର୍ଥର କାଜାକ୍ସଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୩ ସେଟରେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ଥୋମାସ୍‌ ମାର୍ଟିନ୍‌ ଏଚେଭେରୀ। ଇଟାଲୀର ଫାବିଓ ଫଗନିନି ଏକ ମ୍ୟାଚରେ ଫ୍ରାନ୍ସର ଅଣ ସିଡେଡ ଖେଳାଳି ବୋଟିକ୍‌ ଭାନ୍‌ ଡେ ଜାଣ୍ଡସ୍କଲ୍ପଙ୍କୁ ୬-୧, ୬-୧, ୭-୫ରେ ପରାସ୍ତ କରିଥିଲେ।
ମହିଳା ବିଭାଗରେ ମଧ୍ୟ ଏକାଧିକ ମ୍ୟାଚ୍‌ ସସ୍‌ପେଣ୍ଡ ହୋଇଥିଲା। ତେବେ ଆରିନା ସାବାଲେଙ୍କା, ଏଲେନା ରିବାକିନା, କ୍ୱିନଓ୍ବେନ ଝେଙ୍ଗ ଓ ବର୍ନାର୍ଡା ପେରାଙ୍କ ପରି ଖେଳାଳି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ବିଶ୍ୱ ମାନ୍ୟତାର ଦୁଇ ନମ୍ବର ସ୍ଥାନରେ ରହିଥିବା ବେଲାରୁଷର ସାବାଲେଙ୍କା ୬-୧, ୬-୨ ସେଟରେ ଏରିକା ଆଣ୍ଡ୍ରିଭାଙ୍କୁ ପରାସ୍ତ କରିଥିଲେ। ୪ନମ୍ବର ସ୍ଥାନରେ ଥିବା ଏଲେନା ରିବାକିନା ମଧ୍ୟ ଏକ ସହଜ ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କାଜାଖସ୍ତାନର ରିବାକିନା ୬-୨, ୬-୩ ସେଟରେ ବେଲଜିୟମର ଗ୍ରିଟ ମିନ୍ନେନ୍‌ଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱ ମାନ୍ୟତାର ୭ ନମ୍ବର ସ୍ଥାନରେ ଥିବା ଚାଇନାର କ୍ୱିନଓ୍ବେନ୍‌ ଝେଙ୍ଗ ସ୍ଥାନୀୟ ଖେଳାଳି ଆଲିଜ୍‌ କର୍ନେଟଙ୍କୁ ୬-୨, ୬-୧ରେ ପରାସ୍ତ କରିଥିଲେ। ମହିଳା ସିଙ୍ଗଲ୍ସରେ ମଧ୍ୟ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ବିଶ୍ୱ ମାନ୍ୟତାର ୧୩ ତମ ସ୍ଥାନରେ ଥିବା ବ୍ରାଜିଲର ବିଟ୍ରିଜ୍‌ ହଦଦ ମାଇଆ ଇଟାଲୀର ଏଲିସାବେଟା କୋସିଆରେଟୋଙ୍କ ନିକଟରୁ ୩-୬, ୬-୪ ଓ ୬-୧ ସେଟରେ ପରାଜିତ ହୋଇଥିଲେ। ଗତ ବର୍ଷର ସେମି ଫାଇନାଲିଷ୍ଟ ରହିଥିବା ବିଟ୍ରିଜ ପ୍ରଥମ ସେଟ୍‌ ଜିତିଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ରାଉଣ୍ଡରେ ହାରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ

ରିଷିଡା, ୨୨/୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

କୂଅରେ ପଡ଼ି ଚାଲିଗଲା ଜୀବନ

ବୁଗୁଡା,୨୨ା୬(କାଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ନଗୁଡୁ ଗ୍ରାମରେ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ…

କୋଚିଂ ସେଣ୍ଟରରେ ୧୫ ଛାତ୍ର ଜୀବନ୍ତ ଦଗ୍ଧ ଘଟଣା: ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୨୨।୬: ଲକ୍ଷ୍ନୌର ଆଲିଗଞ୍ଜ ଅଞ୍ଚଳରେ ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

ଲକ୍ଷ୍ମୀପୁର ଗାଁରେ ପହଞ୍ଚିଲେ ସାଂସଦ, ବିଧାୟକ; ବର୍ଷା ସତ୍ତ୍ୱେ ଆନନ୍ଦ ବଜାରରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ, ୨୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଲକ୍ଷ୍ମୀପୁର ଗ୍ରାମଠାରେ ଆସନ୍ତା ୧୯ରୁ ଆରମ୍ଭ…

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

ଲଭ୍, ସେକ୍ସ ଓ ଧୋକା: ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର, ୨୨।୬: ପ୍ରେମ ସମ୍ପର୍କର ଆଳରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଠକି…

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri