କସିପଦା ପଞ୍ଚାୟତ ହାଇସ୍କୁଲ ଶିକ୍ଷକ ଶୂନ

ରୂପସା, ୧୭।୭(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅଧୀନ କସିପଦା ପଞ୍ଚାୟତ ହାଇସ୍କୁଲ ଏବେ ଦୁର୍ଦ୍ଦିନରେ ଗତି କରୁଛି। ଚଳିତ ଶିକ୍ଷାବର୍ଷରେ ଅଷ୍ଟମରୁ ଦଶମ ଶ୍ରେଣୀରେ ୨୨୮ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ କୌଣସି ଶିକ୍ଷକ ନ ଥିବା ଘଟଣା ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଇଛି। କେବଳ ୨ଜଣ ପିଅନରେ ବିଦ୍ୟାଳୟ ଚାଲୁଥିବାରୁ ପିଲାଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଏହି ବିଦ୍ୟାଳୟ ୫-ଟି ଯୋଜନାରେ ସାମିଲ ହୋଇ କେବଳ ଉପରେ ଚକ୍‌ଚକ୍‌ ସ୍କୁଲ ଗୃହ ଦେଖାଯାଉଥିବା ବେଳେ ପାଠପଢ଼ା ଠପ୍‌ ହୋଇଥିବାରୁ ଭିତରେ ଫମ୍ପା ସଦୃଶ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ସ୍କୁଲ ରାଜ୍ୟର ପ୍ରଥମ ଶିକ୍ଷକ ଶୂନ ସ୍କୁଲ ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।
ଏହି ବିଦ୍ୟାଳୟ ୧୯୮୦ରେ ସ୍ଥାପିତ ହୋଇ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୬୧୦ ସ୍କିମ୍‌ରେ ଅନ୍ତର୍ଭୁକ୍ତ ହୋଇଥିଲା। ପ୍ରତିବର୍ଷ ଦଶମ ଶ୍ରେଣୀରେ ଛାତ୍ରୀଛାତ୍ର ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ରେକର୍ଡ଼ ରହିଛି। ୨୦୧୭ରୁ ୨୦୨୩ ଜୁନ୍‌ ମଧ୍ୟରେ କାର୍ଯ୍ୟରତ ୨ଜଣ ବିଜ୍ଞାନ ଶିକ୍ଷକ, ୩ ଜଣ କଳା ଶିକ୍ଷକ, ଜଣେ ସଂସ୍କୃତ ଶିକ୍ଷକ, ଜଣେ ହିନ୍ଦୀ ଶିକ୍ଷକ ଓ ଜଣେ କ୍ରୀଡ଼ା ଶିକ୍ଷକ ଅବସର ଗ୍ରହଣ କରିସାରିଛନ୍ତି। ଗତ ଜୁନ୍‌ ୩୦ ତାରିଖରେ ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା ଅବସର ଗ୍ରହଣ କରିଥିଲେ। ୭ବର୍ଷ ମଧ୍ୟରେ ଶିକ୍ଷା ବିଭାଗ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ନ ଦେବା ଅତ୍ୟନ୍ତ ପରିତାପର ବିଷୟ। ବିଦ୍ୟାଳୟ ୨୦୨୨-୨୩ ବର୍ଷରେ ୫-ଟି ଯୋଜନାର ତୃତୀୟ ପର୍ଯ୍ୟାୟରେ ସାମିଲ ହୋଇ ସଦର ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛି। ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ ଓ ପୂର୍ବତନ ପ୍ରଧାନଶିକ୍ଷକ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ, ଜିଲାପାଳ, ଜିଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସମସ୍ୟା ନେଇ ବାରମ୍ବାର ଅବଗତ କରିଥିଲେ ହେଁ ଏଯାବତ୍‌ କୌଣସି ସୁଫଳ ମିଳିନାହଁି। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗତ ଜୁନ୍‌ରେ ଲିଖିତ ଅଭିଯୋଗ କରାଯାଇଥିଲା। ଜିଲାପାଳ ଏହି ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ବିଦ୍ୟାଳୟର ୩ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ କାମଚଳା ପାଇଁ ଉକ୍ତ ବିଦ୍ୟାଳୟରେ କ୍ଲାସ ନେବାକୁ ଜିଲା ଶିକ୍ଷାଧିକାରୀ ପତ୍ର ମାଧ୍ୟମରେ ଆଦେଶ ଦେଇଥିଲେ। ୨ଜଣ ଶିକ୍ଷକ ଉକ୍ତ ଆଦେଶକୁ ବେଖାତିର୍‌ କରିଥିବା ବେଳେ ଜଣେ ଶିକ୍ଷକ ସପ୍ତାହରେ ୩ଦିନ ଓ ଜଣେ ଶିକ୍ଷୟିତ୍ରୀ ସପ୍ତାହରେ ୬ଦିନ କ୍ଲାସ ନେଉଛନ୍ତି। ସ୍ଥାୟୀ ଶିକ୍ଷକ ନିଯୁକ୍ତି ହେଉ ନ ଥିବାରୁ ନିୟମିତ ପ୍ରତ୍ୟେକ ବିଷୟରେ ପାଠପଢ଼ା ହେଉ ନ ଥିବାରୁ ଅଭିଭାବକ ଓ ଛାତ୍ରୀଛାତ୍ର ମହଲରେ ଅସନ୍ତୋଷ ଦେଖାଦେଇଛି। ଏପରିକି ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ନ ହେଲେ ମଧ୍ୟାହ୍ନଭୋଜନ ପରିଚାଳନା, ପିଲାଙ୍କୁ ସାଇକେଲ ବିତରଣ, ପୋଷାକ ବଣ୍ଟନ, ଫର୍ମ ପୂରଣ, ଅଫିସ୍‌ ପରିଚାଳନା ଆଦିରେ ବ୍ୟାଘାତ ସୃଷ୍ଟି ହେବା ସୁନିଶ୍ଚିତ। ତୁରନ୍ତ ସମସ୍ତ ବିଭାଗର ଶିକ୍ଷକ ନିଯୁକ୍ତି କରା ନ ଗଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଓ ଅଭିଭାବକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri