କସିପଦା ପଞ୍ଚାୟତ ହାଇସ୍କୁଲ ଶିକ୍ଷକ ଶୂନ

ରୂପସା, ୧୭।୭(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଅଧୀନ କସିପଦା ପଞ୍ଚାୟତ ହାଇସ୍କୁଲ ଏବେ ଦୁର୍ଦ୍ଦିନରେ ଗତି କରୁଛି। ଚଳିତ ଶିକ୍ଷାବର୍ଷରେ ଅଷ୍ଟମରୁ ଦଶମ ଶ୍ରେଣୀରେ ୨୨୮ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ କୌଣସି ଶିକ୍ଷକ ନ ଥିବା ଘଟଣା ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଇଛି। କେବଳ ୨ଜଣ ପିଅନରେ ବିଦ୍ୟାଳୟ ଚାଲୁଥିବାରୁ ପିଲାଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଏହି ବିଦ୍ୟାଳୟ ୫-ଟି ଯୋଜନାରେ ସାମିଲ ହୋଇ କେବଳ ଉପରେ ଚକ୍‌ଚକ୍‌ ସ୍କୁଲ ଗୃହ ଦେଖାଯାଉଥିବା ବେଳେ ପାଠପଢ଼ା ଠପ୍‌ ହୋଇଥିବାରୁ ଭିତରେ ଫମ୍ପା ସଦୃଶ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ସ୍କୁଲ ରାଜ୍ୟର ପ୍ରଥମ ଶିକ୍ଷକ ଶୂନ ସ୍କୁଲ ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।
ଏହି ବିଦ୍ୟାଳୟ ୧୯୮୦ରେ ସ୍ଥାପିତ ହୋଇ ରାଜ୍ୟ ସରକାରଙ୍କ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୬୧୦ ସ୍କିମ୍‌ରେ ଅନ୍ତର୍ଭୁକ୍ତ ହୋଇଥିଲା। ପ୍ରତିବର୍ଷ ଦଶମ ଶ୍ରେଣୀରେ ଛାତ୍ରୀଛାତ୍ର ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ରେକର୍ଡ଼ ରହିଛି। ୨୦୧୭ରୁ ୨୦୨୩ ଜୁନ୍‌ ମଧ୍ୟରେ କାର୍ଯ୍ୟରତ ୨ଜଣ ବିଜ୍ଞାନ ଶିକ୍ଷକ, ୩ ଜଣ କଳା ଶିକ୍ଷକ, ଜଣେ ସଂସ୍କୃତ ଶିକ୍ଷକ, ଜଣେ ହିନ୍ଦୀ ଶିକ୍ଷକ ଓ ଜଣେ କ୍ରୀଡ଼ା ଶିକ୍ଷକ ଅବସର ଗ୍ରହଣ କରିସାରିଛନ୍ତି। ଗତ ଜୁନ୍‌ ୩୦ ତାରିଖରେ ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା ଅବସର ଗ୍ରହଣ କରିଥିଲେ। ୭ବର୍ଷ ମଧ୍ୟରେ ଶିକ୍ଷା ବିଭାଗ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ନ ଦେବା ଅତ୍ୟନ୍ତ ପରିତାପର ବିଷୟ। ବିଦ୍ୟାଳୟ ୨୦୨୨-୨୩ ବର୍ଷରେ ୫-ଟି ଯୋଜନାର ତୃତୀୟ ପର୍ଯ୍ୟାୟରେ ସାମିଲ ହୋଇ ସଦର ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛି। ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ ଓ ପୂର୍ବତନ ପ୍ରଧାନଶିକ୍ଷକ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ, ଜିଲାପାଳ, ଜିଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସମସ୍ୟା ନେଇ ବାରମ୍ବାର ଅବଗତ କରିଥିଲେ ହେଁ ଏଯାବତ୍‌ କୌଣସି ସୁଫଳ ମିଳିନାହଁି। ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗତ ଜୁନ୍‌ରେ ଲିଖିତ ଅଭିଯୋଗ କରାଯାଇଥିଲା। ଜିଲାପାଳ ଏହି ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ବିଦ୍ୟାଳୟର ୩ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ କାମଚଳା ପାଇଁ ଉକ୍ତ ବିଦ୍ୟାଳୟରେ କ୍ଲାସ ନେବାକୁ ଜିଲା ଶିକ୍ଷାଧିକାରୀ ପତ୍ର ମାଧ୍ୟମରେ ଆଦେଶ ଦେଇଥିଲେ। ୨ଜଣ ଶିକ୍ଷକ ଉକ୍ତ ଆଦେଶକୁ ବେଖାତିର୍‌ କରିଥିବା ବେଳେ ଜଣେ ଶିକ୍ଷକ ସପ୍ତାହରେ ୩ଦିନ ଓ ଜଣେ ଶିକ୍ଷୟିତ୍ରୀ ସପ୍ତାହରେ ୬ଦିନ କ୍ଲାସ ନେଉଛନ୍ତି। ସ୍ଥାୟୀ ଶିକ୍ଷକ ନିଯୁକ୍ତି ହେଉ ନ ଥିବାରୁ ନିୟମିତ ପ୍ରତ୍ୟେକ ବିଷୟରେ ପାଠପଢ଼ା ହେଉ ନ ଥିବାରୁ ଅଭିଭାବକ ଓ ଛାତ୍ରୀଛାତ୍ର ମହଲରେ ଅସନ୍ତୋଷ ଦେଖାଦେଇଛି। ଏପରିକି ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ନ ହେଲେ ମଧ୍ୟାହ୍ନଭୋଜନ ପରିଚାଳନା, ପିଲାଙ୍କୁ ସାଇକେଲ ବିତରଣ, ପୋଷାକ ବଣ୍ଟନ, ଫର୍ମ ପୂରଣ, ଅଫିସ୍‌ ପରିଚାଳନା ଆଦିରେ ବ୍ୟାଘାତ ସୃଷ୍ଟି ହେବା ସୁନିଶ୍ଚିତ। ତୁରନ୍ତ ସମସ୍ତ ବିଭାଗର ଶିକ୍ଷକ ନିଯୁକ୍ତି କରା ନ ଗଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଓ ଅଭିଭାବକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri