ଗିଡ଼ିପାବାଲି, ଡାଙ୍ଗେଶିରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି, ଆହୁରି ୧୧ ଜଣଙ୍କ ପତ୍ତା ଏବେ ବି ମିଳୁନି

ଭଞ୍ଜନଗର,୧ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲିରେ ଘଟିଥିବା ଭୂସ୍ଖଳନ ଘଟଣାରେ ରବିବାର ଆଉ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ଗିଡ଼ିପାବାଲି ଓ ନିକଟସ୍ଥ ଡାଙ୍ଗେଶି ଗ୍ରାମରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ତେବେ ଏବେ ବି ୧୧ ଜଣ ନିଖୋଜ ଥିବାରୁ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିବାରେ ଲାଗିଛି।

ଉଦ୍ଧାର କାର୍ଯ୍ୟରେ ବିଳମ୍ବ ସାଙ୍ଗକୁ ଲଗାଣ ବର୍ଷା ବାଧକ ସାଜିଛି। ଅନ୍ୟପଟେ ଆଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ଅଭାବ ମଧ୍ୟ ଉଦ୍ଧାର କାର୍ଯ୍ୟକୁ ମନ୍ଥର କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଆଜି ଗିଡିପାବାଲିରୁ ୨ ଟି ମୃତଦେହ ଉଦ୍ଧାର ସମ୍ପର୍କରେ ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀ ରବିବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ ସହ ରେଳବାଇର ଏକ ଟିମ୍‌ ନିୟୋଜିତ ଅଛନ୍ତି। ଏହି ଅପରେଶନରେ ଏସ୍‌ଓଜି ଯବାନଙ୍କ ଭୂମିକା ବେଶ୍‌ ଅଧିକ।

ଘଟଣାସ୍ଥଳକୁ ବଡ଼ କ୍ରେନ ନେବା ସମ୍ଭବ ହେଉ ନ ଥିବାରୁ ବଡ଼ ବଡ଼ ପଥର ଖଣ୍ଡଗୁଡ଼ିକୁ ନିୟନ୍ତ୍ରିତ ବିସ୍ଫୋରଣ (କଣ୍ଟ୍ରୋଲ୍ଡ ବ୍ଲାଷ୍ଟ) ମାଧ୍ୟମରେ ହଟାଇବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ଉଦ୍ଧାର କାର୍ଯ୍ୟ ଆହୁରି ତ୍ୱରାନ୍ବିତ ହୋଇପାରିବ ବୋଲି ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ରବିବାର ରାତିରେ ଚେନ୍ନାଇରୁ ଅତ୍ୟାଧୁନିକ ଯନ୍ତ୍ରପାତି ଆସିବାର ସୂଚନା ମିଳିଛି।

ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର ଘଟଣାସ୍ଥଳ ନିକଟରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରି ଉଦ୍ଧାର କାର୍ଯ୍ୟକୁ କିପରି ତ୍ୱରାନ୍ବିତ କରାଯାଇପାରିବ, ସେନେଇ କଥା ହୋଇଛନ୍ତି। ବିଗତ ଚାରିଦିନ ଧରି ବିଧାୟକ ନିଜ ଖର୍ଚ୍ଚରେ ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରୁଛନ୍ତି। ରବିବାର ଏକ ସମୀକ୍ଷା ବୈଠକରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନୱିତ କରିବା ସହ ବିପନ୍ନଙ୍କ ନିକଟରେ ତୁରନ୍ତ ସରକାରୀ ସହାୟତା ପହଞ୍ଚାଇବାକୁ ବିଭିନ୍ନ ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।

ରବିବାର ରାତିରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଭଞ୍ଜନଗରରେ ପହଞ୍ଚିଛନ୍ତି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଅଞ୍ଚଳର ସ୍ବାସ୍ଥ୍ୟସେବା ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ସୋମବାର ଭଞ୍ଜନଗରଠାରେ ଉପଖଣ୍ଡର ବିଭିନ୍ନ ଅଧିକାରୀଙ୍କ ସହ ସ୍ବାସ୍ଥ୍ୟସେବା ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ରବିବାର ସକାଳେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଭଞ୍ଜନଗର ଗସ୍ତରେ ଆସି ବିଧାୟକଙ୍କ ସହ ପୁନରୁଦ୍ଧାର କାର୍ଯ୍ୟ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ସେ ଗିଡ଼ିପାବାଲି ଯାଇ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ସନ୍ଧ୍ୟାରେ ସେ ଫେରିଥିଲେ। ତାଙ୍କ ସହ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ର ଓ ମାନସ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ବାରମ୍ବାର ବନ୍ୟା ଓ ବାତ୍ୟା ଗଞ୍ଜାମ ଜିଲାବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଗତ ୨୮ ତାରିଖ ରାତିରେ ଆସିଥିବା ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁ ଗିଡ଼ିପାବାଲି ଗ୍ରାମର ବ୍ୟାପକ କ୍ଷୟକ୍ଷତି ହେବା ସହ ଗାଁର ଅନେକ ଅଂଶ ମାଟିରେ ମିଶିଯାଇଛି। ଗିଡ଼ିପାବାଲି ନିକଟସ୍ଥ ଡାଙ୍ଗେଶି ଗ୍ରାମ ମଧ୍ୟ ଭୂସ୍ଖଳନରେ ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ଡାଙ୍ଗେଶିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗିଡ଼ିପାବାଲିରେ ୧୩ ଜଣ ନିଖୋଜ ଥିଲେ। ସେମାନଙ୍କ ମଧ୍ୟରୁ ରବିବାର ଦୁଇଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ଉଭୟ ଗ୍ରାମରେ ମୋଟ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି। ନିଖୋଜ ଥିବା ଅନ୍ୟ ୧୧ ଜଣଙ୍କ ସନ୍ଧାନ ଜାରି ରହିଛି।

ଏଭଳି ବିପର୍ଯ୍ୟୟରେ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିବା ସହ ବିପନ୍ନଙ୍କୁ ତୁରନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନିର୍ମାଣ ଦାବିରେ ତେଜିଲା ଆନ୍ଦୋଳନ

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ଖୋଲଡି ଗାଁ ରାସ୍ତା ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବନ୍ୟା ପାଣିରେ ସମ୍ପୂର୍ଣ ଧୋଇ ଯାଇଛି।…

ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣଙ୍କ ସ୍ମୃତିସଭା

ପାଟଣା,୧ା୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କଣ୍ଟିଆପଡ଼ା ପଞ୍ଚଚାୟତ ଭଗପଶି ଗ୍ରାମ ବାସଭବନରେ ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକଙ୍କ ଏକାଦଶ ଅବସରରେ ରବିବାର…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର, ପ୍ରଭାବିତଙ୍କୁ ୫୦ କେଜି ଚାଉଳ,ନଗଦ…

ଭୁବନେଶ୍ୱର,୧।୧୧: ରାଜ୍ୟରେ ସାମ୍ପ୍ରତିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ଭାଙ୍ଗିଯାଇଥିବା ଘର,…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଯିବ ପାଣି: ନଦୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ସତର୍କ ସୂଚନା ଜାରି କରି…

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ମଙ୍ଗଳବାରଠାରୁ ପ୍ରବଳ ପବନ ଓ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗି ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଇତିହାସ ରଚିଲେ ଇଶାନ କିଷନ

ନୂଆଦିଲ୍ଲୀ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ ଶସ୍ତାରେ ଆଉଟ୍ ହେବା ପରେ ବିସ୍ଫୋରକ…

ଭଉଣୀ ଘରେ ଛାଡ଼ି ଦେବାକୁ କହି ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର, ୨ ଅଭିଯୁକ୍ତଙ୍କୁ ଗିରଫ କରି…

ମାର୍ଶାଘାଇ,୧ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମାନସିକ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ…

ଦଶପଲ୍ଲାରେ ଚାଞ୍ଚଲ୍ୟ: ୩ ଦିନ ଧରି ନିଖୋଜ ବିରଞ୍ଚିଙ୍କ ମୃତଦେହ ମାଟି ତଳୁ ଉଦ୍ଧାର, ଘଟଣାସ୍ଥଳରେ…

ନୟାଗଡ଼,୧।୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ଟାକରା ପଞ୍ଚାୟତ ଅସନିବେରେଣା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତ ୩ ଦିନ ଧରି ନିଖୋଜ…

ବନ୍ୟା କ୍ଷତ ଶୁଖିନି, ପୁଣି ବାତ୍ୟା ଆଶଙ୍କା, ଅଞ୍ଚଳବାସୀଙ୍କୁ ସତର୍କ କରି ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପାଣି ଘରୁ ନ ଶୁଖୁଣୁ ପୁଣି ୨, ୩ ଓ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?