Posted inଜାତୀୟ

କଶ୍ମୀର ପଣ୍ଡିତ ଅସୁରକ୍ଷିତ, ଉପରାଜ୍ୟପାଳ ବିଫଳ, ଜବାବ ଦିଅନ୍ତୁ ମୋଦି-ଶାହା, ଓଓ୍ବାଇସିଙ୍କ ଦାବି…

ନୂଆଦିଲ୍ଲୀ, ୧୬।୮ : କଶ୍ମୀର ପଣ୍ଡିତ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଜମ୍ମୁ-କଶ୍ମୀରର ଶୋପିଆନରେ ଆକ୍ରମଣ କରାଯାଇଛି। ସେଓ ବଗିଚାରେ ପ୍ରବେଶ କରି ଆତଙ୍କବାଦୀମାନେ ସୁନୀଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ସୁନୀଲ କୁମାର ଭଟ୍ଟଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ପୁଣି ଥରେ ଜମ୍ମୁ-କଶ୍ମୀରରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାକ ନେଇୁ ଆସାଦୁଦ୍ଦିନ ଓୱାଇସି କେନ୍ଦ୍ର ସରକାର ଏବଂ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଟାର୍ଗେଟ କରିଛନ୍ତି।

ଭାଜପା ସରକାରଙ୍କ ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳ ବିଫଳ ହୋଇଛନ୍ତି। ଏହାର ଜବାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଅନ୍ତୁ ବୋଲି ଓଓ୍ବାଇସି ଦାବି କରିଛନ୍ତି। ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାରଙ୍କ ନୀତି ଯୋଗୁ କଶ୍ମୀର ପଣ୍ଡିତ ପୁଣି ଅସୁରକ୍ଷିତ ହୋଇ ପଡ଼ିଥିବା ସେ କହିଛନ୍ତି। ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଗଲା କାରଣ ଏହା ଦ୍ୱାରା କଶ୍ମୀରୀ ପଣ୍ଡିତମାନଙ୍କୁ ଉପକୃତ କରିବ ଏବଂ ସେମାନେ ଶାନ୍ତିରେ ରହିବେ।

ବହୁ ବର୍ଷର ପରିଶ୍ରମ ପରେ କାଶ୍ମୀରୀ ପଣ୍ଡିତମାନେ ଫେରି ଆସିଥିଲେ, କିନ୍ତୁ ସେମାନେ ଏବେ ଆତଙ୍କିତ ଅବସ୍ଥା ମଧ୍ୟରେ ରହିଛନ୍ତି। ବର୍ତ୍ତମାନ କାଶ୍ମୀରୀ ପଣ୍ଡିତମାନେ ଉପତ୍ୟକା ଛାଡି ଯିବାକୁ ଚେଷ୍ଟା କରୁଛନ୍ତି। ଏହା ମୋଦି ସରକାରଙ୍କ ବିଫଳତାର ଆଉ ଏକ ଉଦାହରଣ। ଏଥିପାଇଁ ଭାଜପା ସରକାର ସମ୍ପୂର୍ଣ୍ଣ ଦାୟୀ। ସରକାର କାଶ୍ମୀରୀ ପଣ୍ଡିତଙ୍କ ଜୀବନ ରକ୍ଷା କରିବାରେ ଅସଫଳ ରହିଥିବା ଏହା ପ୍ରମାଣିତ କରୁଛି।

ଅସଦୁଦ୍ଦିନ ଓୱାଇସି କହିଛନ୍ତି ଯେ ଆପଣମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କଶ୍ମୀରୀ ପଣ୍ଡିତଙ୍କ ସହ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଶୋପିଆନ୍‌ରେ ହୋଇଥିବା ଆକ୍ରମଣକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରି ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଘୋଷଣା କରିଛନ୍ତି।

ନ୍ୟାଶନାଲ କନଫରେନ୍ସ ନେତା ତନଭୀର ସାଦିକ କହିଛନ୍ତି ଯେ ଆତଙ୍କବାଦୀଙ୍କ ଯୋଗୁଁ ସମସ୍ତ ସମ୍ପ୍ରଦାୟର ଲୋକେ ଭୟ କରୁଛନ୍ତି। ତେଣୁ ସେମାନେ ଜୀବନ ଭୟରେ କଶ୍ମୀରୀ ପଣ୍ଡିତଙ୍କୁ ସାହାଯ୍ୟ କରପାରୁ ନାହାନ୍ତି। କାଶ୍ମୀର ପଣ୍ଡିତମାନେ ଜମ୍ମୁ-କଶ୍ମୀରରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ଏବଂ ଏହା ଏକ ବଡ଼ ଚିନ୍ତାର ବିଷୟ।

ଗଣମାଧ୍ୟମର ଖବର ଅନୁଯାୟୀ ଆତଙ୍କବାଦୀମାନେ ସେଓ ବଗିଚାରେ ପ୍ରବେଶ କରି ସୁନୀଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇଙ୍କ ନାମ ପଚାରିଥିଲେ ଏବଂ ସେମାନେ ହିନ୍ଦୁ ବୋଲି ଜାଣିବା ପରେ ଗୁଳି ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାସ୍ୟ ଅଭିନେତାରୁ ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼, ୧୬।୩ : ଭାଗଓ୍ବନ୍ତ ମାନ୍‌ ହାସ୍ୟ ଅଭିନେତାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ଶେଷ କରିଛନ୍ତି। ବୁଧବାର ସେ ପଞ୍ଜାବର ୧୭ ତମ...

‘ଫୋର୍‌-ଏମ୍‌’: ମମତାଙ୍କୁ ଆଣି ଦେଲା ବିଜୟ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ପୁଣି ଥରେ ଶାସନ ଡୋର ହାତେଇବାକୁ ଯାଉଛି। ଶାସକ ତୃଣମୂଳ ୨୧୧ ଆସନରେ ଆଗେଇଥିବାବେଳେ...

ଭାଜପା ହାତରୁ ଖସିପାରେ ମଣିପୁର

ଇମ୍ଫାଲ,୧୯ା୬ଭାଜପା ହାତରୁ ଖସିଯାଇପାରେ ମଣିପୁର। ଏହି ଉତ୍ତର-ପୂର୍ବ ରାଜ୍ୟରେ ଭାଜପା ନେତୃତ୍ୱାଧୀନ କ୍ଷମତାସୀନ ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ରାଜନୈତିକ ସଙ୍କଟ ଘନେଇବାରେ...

ନିର୍ବାଚନରେ ଅଧିକ ଖର୍ଚ୍ଚ: ସନ୍ନି ଦେଓଲ୍‌ଙ୍କ ସମସ୍ୟା ବଢ଼ିଲା

ଗୁରଦାସପୁର,୭।୭: ପଞ୍ଜାବ ଗୁରଦାସପୁର ଲୋକ ସଭା ଆସନର ଭାଜପା ଏମ୍‌ପି ସନ୍ନି ଦେଓଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ନିର୍ବାଚନରେ ସେ ଅଧିକ ଖର୍ଚ୍ଚ କରିଥିବା ଅଭିଯୋଗ...

ଭାଜପା-ଜେଡିୟୁ ମଧ୍ୟରେ ଫାଟ: ଭବିଷ୍ୟତରେ ଏନଡିଏ ମନ୍ତ୍ରିମଣ୍ଡଳରେ ଜେଡିୟୁ ସାମିଲ ହେବନି

ପାଟନା, ୨।୬:କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜେଡିୟୁ ଦାବି କରୁଥିବା ଆବଶ୍ୟକ ସଂଖ୍ୟକ ମନ୍ତ୍ରୀ ନ ଦେବା ପରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି।...

ଦକ୍ଷିଣ,ପଶ୍ଚିମ ରାଜ୍ୟରେ ବନ୍ୟା ବିଭୀଷିକା

ଥିରୁଭାନନ୍ଥପୁରମ୍‌ /ଅହମ୍ମଦାବାଦ,୧୧ା୮(ପି.ଟି.): ଭାରତର ଦକ୍ଷିଣ ଓ ପଶ୍ଚିମ ରାଜ୍ୟଗୁଡ଼ିକରେ ବନ୍ୟା ବିଭୀଷିକା ଉଗ୍ରରୂପ ଧାରଣ କରିଛି। କର୍ନାଟକ ଓ କେରଳ ପରିସ୍ଥିତି ପ୍ରବଳ ବର୍ଷା ଯୋଗୁ...

ଆଇପିଏସ୍‌ ଅଫିସର ବସନ୍ତ ରଥଙ୍କ ଇସ୍ତଫା

ଶ୍ରୀନଗର ,୨୭।୬: ନିର୍ବାଚନୀ ରାଜନୀତିରେ ଯୋଗଦେବା ଲାଗି ଓଡ଼ିଶା ଜନ୍ମିତ ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ବସନ୍ତ କୁମାର ରଥ ଇସ୍ତଫା ଦେଇଛନ୍ତି। ସେ ତାଙ୍କ...

ବିମୁଦ୍ରୀକରଣକୁ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୮।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବିମୁଦ୍ରୀକରଣକୁ ୩ ବର୍ଷ ପୂରଣ ହୋଇଥିବା ବେଳେ...

Advertisement
Archives

Model This Week