କଶ୍ମୀର ଚିନ୍ତା

ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ନେତ୍ରୀ ମେହବୁବା ମୁଫ୍‌ତି ୧୪ ମାସ ଅଟକ ରହିବା ପରେ ୧୪ ଅକ୍ଟୋବରରେ ମୁକ୍ତିଲାଭ କରିଥିଲେ। ଏହା ପରଠାରୁ ଜମ୍ମୁ ଓ କଶ୍ମୀରରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃସ୍ଥାପନ କରିବା ସକାଶେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି), ପିଡିପି, ଆଓ୍ବାମି ନ୍ୟାଶନାଲ କନ୍‌ଫରେନ୍ସ, ଜମ୍ମୁ ଓ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ ଏବଂ ସିପିିଏମ୍‌ ଆଦି ରାଜନୈତିକ ଦଳ ଭୋଟ ରାଜନୀତିକୁ ପଛରେ ପକାଇ ଏକତ୍ର ହୋଇଛନ୍ତି। ୫ ଅଗଷ୍ଟ ୨୦୧୯ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ ଓ କଶ୍ମୀରବାସୀଙ୍କ ମାନବ ଅଧିକାର ଘୋର ଉଲ୍ଲଂଘନ ହୋଇଚାଲିଛି। ସେଠାକାର ନେତାମାନେ ଧରିନେଲେଣି ଯେ ସବୁ ଦଳ ଏକାଠି ହୋଇ କେନ୍ଦ୍ର ବିରୋଧରେ ସ୍ବର ନ ଉଠାଇଲେ ସେମାନେ ସ୍ବାଧୀନତା ହରାଇ ବସିବେ। ବିଶେଷଜ୍ଞମାନେ ଏହାକୁ ନିର୍ବାଚନୀ ମେଣ୍ଟ ଲାଗି ଏକତ୍ରୀକରଣ ନୁହେଁ, ବରଂ କଶ୍ମୀର ମାନ୍ୟତା ପାଇଁ ଏଭଳି ପଦକ୍ଷେପ ଜରୁରୀ ବୋଲି କହୁଛନ୍ତି। ଏପରିସ୍ଥଳେ କଶ୍ମୀରରେ ନୂଆ ଏକ ଆରମ୍ଭ ପାଇଁ ହୋଇଥିବା ପ୍ରୟାସକୁ କେନ୍ଦ୍ର ସରକାର ଭଲ ଭାବେ ବୁଝିବା ଉଚିତ। ନିଜ ଝୁଙ୍କରେ ରହି ଦୀର୍ଘଦିନ କଶ୍ମୀରବାସୀଙ୍କୁ ଚାପି ରଖିଲେ ଭବିଷ୍ୟତରେ ଭିନ୍ନ ଚିତ୍ର ସୃଷ୍ଟି ହୋଇପାରେ। ଏହା କହିଲା ବେଳେ ଏନ୍‌ସି ନେତା ଫାରୁକ୍‌ ଅବଦୁଲ୍ଲାଙ୍କ ମନ୍ତବ୍ୟକୁ ମଧ୍ୟ ଆଲୋଚନା ପରିସରକୁ ଅଣାଯିବା ଦରକାର। ଗତ ମାସ ଶେଷ ଆଡ଼କୁ ଏକ ସାକ୍ଷାତ୍‌କାର ଦେବା ବେଳେ ଫାରୁକ୍‌ କହିଥିଲେ ଯେ, କଶ୍ମୀରବାସୀ ଭାରତୀୟ ଭାବେ ଅନୁଭବ କରିବା ଅପେକ୍ଷା ଚାଇନା ଶାସନରେ ରହିବାକୁ ପସନ୍ଦ କରୁଛନ୍ତି। ଗଣତନ୍ତ୍ର ପରିବର୍ତ୍ତେ ଏକଚ୍ଛତ୍ରବାଦ ଶାସନକୁ କାହିଁକି ଫାରୁକ୍‌ ପସନ୍ଦ କରିବା କଥା କହିଛନ୍ତି, ତାହା ବିଶେଷ ବିତର୍କର ବିଷୟ ହୋଇ ନ ପାରେ। କଶ୍ମୀରକୁ ଯେଉଁଭଳି ଭାବେ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଲକ୍‌ଡାଉନ୍‌ କରି ରଖାଯାଇଛି, ସେଥିରେ ସେଠାରେ ସାଧାରଣ ନାଗରିକ ଭାରତ ସରକାର ଉପରେ ବ୍ୟତିବ୍ୟସ୍ତ ହେବା ସ୍ବାଭାବିକ। ଏହା ବୁଝିବା କଷ୍ଟକର ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୪ ମାର୍ଚ୍ଚ ମଧ୍ୟରାତ୍ରରୁ କରାଯାଇଥିବା ଲକ୍‌ଡାଉନ୍‌ ଦ୍ୱାରା ଦେଶବ୍ୟାପୀ ଯେଉଁ ସମସ୍ୟା ଉପୁଜିଥିଲା, ତାହାର ସମାପ୍ତି ଏବେ ମଧ୍ୟ ଘଟିନାହିଁ। ସେହି ଅଳ୍ପ କେତେକ ମାସର ବନ୍ଦୀ ହୋଇ ରହିଥିବାରୁ ଆମେ ସମସ୍ତେ ବିବ୍ରତ ଓ ଗରିବ ହୋଇଯାଇଛେ। ସେହିଭଳି ସ୍ଥିତି କଶ୍ମୀରରେ ଉପୁଜିଛି। ସେଠାରେ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଦାରିଦ୍ର୍ୟ ମଧ୍ୟ ବଢ଼ିଛି। କେବଳ ସେତିକି ନୁହେଁ, ଦୀର୍ଘଦିନ ଧରି ଟେଲିଫୋନ୍‌ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଥିବାରୁ ସେଠାରେ ଜନସାଧାରଣ ବିନା କୌଣସି ରୋଜଗାର ଯୋଗୁ ଭୋକ ଉପାସରେ ପଡ଼ି ରହିଛନ୍ତି। ସେମାନଙ୍କ ମନରେ ଭାରତ ପ୍ରତି କ୍ରୋଧ ସୃଷ୍ଟି ହେବା ସ୍ବାଭାବିକ। କଶ୍ମୀରରେ ଉପୁଜିଥିବା ସମସ୍ୟା ବୁଝିବା ନିମନ୍ତେ ଭାରତର ଅନ୍ୟ ପ୍ରାନ୍ତର ଜନସାଧାରଣ ଚେଷ୍ଟା କିମ୍ବା ଇଚ୍ଛା ପ୍ରକାଶ କରୁନାହାନ୍ତି। ସେଥିପାଇଁ ସ୍ଥାନୀୟ ରାଜନେତାମାନେ ଜନମତ ସହିତ ଏକଜୁଟ ହୋଇ ରହିବାର ଉଦ୍ୟମରେ ଲୋକଙ୍କ କଥା କହୁଛନ୍ତି। ଫାରୁକ୍‌ଙ୍କ ମତ ବ୍ୟକ୍ତିଗତ ଭାବେ ଦେଖିବା ପରିବର୍ତ୍ତେ ତାହାକୁ ଭାରତୀୟମାନେ ଗମ୍ଭୀରତାର ସହିତ ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri