Posted inଜାତୀୟ

ସରକାର କଲେ ବଡ଼ ଘୋଷଣା, କରଓ୍ବାଚୌଥରେ ସ୍ବାମୀଙ୍କୁ ମିଳିବ ଛୁଟି!

ନୂଆଦିଲ୍ଲୀ,୨୮।୧୦: କରୱାଚୌଥ ଅବସରରେ ମହିଳାଙ୍କ ସହ ପୁରୁଷଙ୍କୁ ମଧ୍ୟ ମିଳିବ ଛୁଟି । ଏନେଇ ହିମାଚଳ ପ୍ରଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ସୁଖୁ ଏହି ଘୋଷଣା କରିଥିବା ଉଲ୍ଲେଖ ରହିଛି । ଏହା ଫଳରେ ଏହି ପର୍ବକୁ ସ୍ୱାମୀ-ସ୍ତ୍ରୀ ଏକାଠି ପାଳନ କରିବାର ସୁଯୋଗ ପାଇବେ ବୋଲି କୁହାଯାଉଛି।

ସାଧାରଣତଃ କରୱାଚୌଥ ଅବସରରେ ମହିଳା କର୍ମଚାରୀଙ୍କୁ ଛୁଟି ମିଳୁଥିବା ବେଳେ ଏଥର ପୁରୁଷଙ୍କୁ ମଧ୍ୟ ଛୁଟି ଦେବା ନେଇ ଘୋଷଣା କରାଯାଇଥିବା ଖବର ପ୍ରକାଶ ପାଇଛି । ଏହି ନିଷ୍ପତ୍ତି ଦ୍ୱାରା ଉଭୟ ମହିଳା ଓ ପୁରୁଷ କର୍ମଚାରୀ ପରିବାର ସହ ସମୟ ବିତାଇପାରିବେ।ସୂଚନା ଅନୁସାରେ, ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖରେ କରୱା ଚୌଥ ପାଳନ କରାଯିବ । ଏହି ଅବସରରେ ହିମାଚଳ ପ୍ରଦେଶରେ ସାର୍ବଜନୀନ ଛୁଟି ଘୋଷଣା କରାଯାଇଥିବା ଦାବି କରାଯାଇଛି। ଏଥିସହ ସରକାରୀ କାର୍ଯ୍ୟାଳୟ, ସ୍କୁଲ୍‌ ଓ କଲେଜ ବନ୍ଦ ରହିବା ନେଇ ମଧ୍ୟ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ହିମାଚଳ ପ୍ରଦେଶରେ ରକ୍ଷାବନ୍ଧନ ଅବସରରେ ମଧ୍ୟ ପୁରୁଷଙ୍କୁ ଛୁଟି ଦିଆଯାଇଥିବା କୁହାଯାଇଛି। କରୱାଚୌଥରେ ମଧ୍ୟ ଏଭଳି ଘୋଷଣା ହୋଇଥିଲେ, ପର୍ବ ପାଳନ ପାଇଁ ଉଭୟ ମହିଳା ଓ ପୁରୁଷ କର୍ମଚାରୀଙ୍କୁ ସୁବିଧା ମିଳିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ଫେରିବେ ହରଦୀପ ପୁରୀ; ମନ୍ତ୍ରୀ ପଦ ଚାଲିଯିବା ନେଇ ଚାଲିଥିବା କଳ୍ପଜଳ୍ପନାର ଘଟିଲା ଅନ୍ତ

ନୂଆଦିଲ୍ଲୀ,୨୮।୧୦: ଭାରତୀୟ ଜନତା ପାର୍ଟି (BJP) କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ପ୍ରାର୍ଥୀ ଭାବରେ ମନୋନୀତ କରିଛି, ଯାହା ଫଳରେ ସେ ମନ୍ତ୍ରୀ…

ICC ମାନ୍ୟତାରେ ବଡ଼ ପରିବର୍ତ୍ତନ: ତିନୋଟିଯାକ ଫର୍ମାଟରେ ଏକକାଳୀନ ବଦଳିଲା ନମ୍ବର ୧ ସ୍ଥାନ; ଶୀର୍ଷରେ ଅଭିଷେକ

ନୂଆଦିଲ୍ଲୀ,୨୮।୧୦: ସାମ୍ପ୍ରତିକ ICC ମାନ୍ୟତାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯେଉଁଥିରେ ତିନିଜଣ ଖେଳାଳି ନୂତନ ଭାବେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।…

ପବନରେ ଉଡ଼ି ରାସ୍ତାରେ ପଡ଼ିଲା ଗଜଲକ୍ଷ୍ମୀ ପୂଜା ଗେଟ୍‌

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲାରେ ବୁଧବାର ମଧ୍ୟାହ୍ନରୁ ବର୍ଷା ଓ ପବନ ଲାଗି ରହିଛି। ଏହାରି ଭିତରେ ଜୁନାଗଡ଼ ସହର ବଡ଼ପଡ଼ା…

ଅଟୋରୁ ୧୦୦ କେଜି ଗଞ୍ଜେଇ ଜବତ: ୨ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ

କେସିଙ୍ଗା, ୨୮।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।…

ଅଭିଷେକ-ବୈଭବଙ୍କ ବ୍ୟାଟିଂ ଦେଖି ତାଜୁବ୍ ପାକିସ୍ତାନ! କାନ ଧରି ପୂର୍ବତନ କ୍ରିକେଟର କହିଲେ….

ନୂଆଦିଲ୍ଲୀ,୨୮।୧୦ : ଭାରତୀୟ ଓପନରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଚକିତ ହୋଇଯାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର । ଅଭିଷେକ ଶର୍ମା ଓ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ…

ସ୍ମୃତି ମନ୍ଧାନାଙ୍କ ପାଇଁ ୩.୪୦ କୋଟି ଟଙ୍କାର ବୋଲି; WPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଲେ…

ନୂଆଦିଲ୍ଲୀ,୨୮।୧୦: ମହିଳା ପ୍ରିମିୟର ଲିଗ (WPL) ପାଇଁ ନିଲାମ ଆଜି କୋଚିରେ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ମୋଟ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ…

ବର୍ଷାରେ କାନ୍ଥ ଭୁଶୁଡ଼ି ଆହତ ମହିଳାଙ୍କୁ ଭେଟିଲେ ତହସିଲଦାର-ବିଡିଓ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଲଗାଣ ବର୍ଷା ଯୋଗୁ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତର ଦିଆଁନିପାଟଣା ସାହିର ମଞ୍ଜୁଲତା ବରାଡ଼…

ଏତିକି ଟଙ୍କାର ଘରେ ରୁହନ୍ତି ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାଟନା,୨୮।୧୦:କ୍ରିକେଟ ପଡ଼ିଆରେ ବଡ଼ ବଡ଼ ବୋଲରଙ୍କ ସାମ୍ନାରେ ନିର୍ଭୀକ ଭାବେ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତା କେବଳ ତାଙ୍କ ରେକର୍ଡ ମଧ୍ୟରେ ସୀମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?