ଆସୁଛି କାର୍ତ୍ତିକ ପୂର୍ଣ୍ଣିମା; କାଗଜ ଡଙ୍ଗା ତିଆରିରେ ପ୍ରକାଶଙ୍କ ପରିବାର

ପିପିଲି,୩।୧୧(ସ୍ବ.ପ୍ର.): ଆଉ ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା। ଏହି କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ସହ ଲୋକେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରୁଛନ୍ତି। ହେଲେ କରୋନା ପାଇଁ ଗତ ୨ ବର୍ଷ ଲୋକେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ସହ ଡଙ୍ଗା ଭସାଇବାରୁ ବଞ୍ଚତ୍ତ ଥିବାବେଳେ ଚଳିତବର୍ଷ କଟକଣା ନ ଥିବାରୁ ଏହାକୁ ନେଇ ଉତ୍ସୁକତାର ସହ ଚାହିଁ ରହିଛନ୍ତି। ତେବେ କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଡଙ୍ଗାର ଚାହିଦା ରହୁଥିବାରୁ କାରିଗରମାନେ ଡଙ୍ଗା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଏଭଳି ଡଙ୍ଗା ପ୍ରସ୍ତୁତ କରୁଥିବା ଏକ ପରିବାର ହେଉଛନ୍ତି ପୁରୀ ଜିଲା ପିପିଲି ବ୍ଲକ ଓରକଳ ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମର ପ୍ରକାଶ ସ୍ବାଇଁ ଓ ତାଙ୍କ ପରିବାର। ପ୍ରକାଶ ଓ ତାଙ୍କ ପରିବାର ବିଭିନ୍ନ ରଙ୍ଗବେରଙ୍ଗ କାଗଜ ଓ ହାତତିଆରି ଡଙ୍ଗା ପ୍ରସ୍ତୁତ କରି ବିକ୍ରି କରନ୍ତି। ଗତ ଦୁଇ ବର୍ଷ ପରେ ଡଙ୍ଗା ଭସାଇବା ଉପରେ କଟକଣା କୋହଳ ହୋଇଥିବା ବେଳେ ଏବର୍ଷ ଡଙ୍ଗା ବିକ୍ରିରେ ଭଲ ରୋଜଗାରର ଆଶା ରଖିଛନ୍ତି ପ୍ରକାଶ।

କାହିଁ କେଉଁକାଳରୁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବାର ପରମ୍ପରା ରହି ଆସିଛି। ତେଣୁ ଆଧୁନିକ ଯୁଗରେ ଚାଇନା ପ୍ରସ୍ତୁତ ଡଙ୍ଗା ମାର୍କେଟରେ ବିକ୍ରି କରାଯାଉଥିଲେ ବି ଏବେ ମଧ୍ୟ ହାତତିଆରି କାଗଜ ଡଙ୍ଗାର ଚାହିଦା ରହିଛି। ଏଥିପାଇଁ ବର୍ଷ ବର୍ଷ ଧରି କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ କାଗଜ ଡଙ୍ଗା ପ୍ରସ୍ତୁତ କରିଥାନ୍ତି ପ୍ରକାଶ ଓ ତାଙ୍କ ପରିବାର। ପ୍ରକାଶ ପେସାରେ ଜଣେ ଡ୍ରାଇଭର ହୋଇଥିବା ବେଳେ ପ୍ରାୟ ୧୫ବର୍ଷ ଧରି ଡଙ୍ଗା ପ୍ରସ୍ତୁତି କାର୍ଯ୍ୟରେ ନିଜକୁ ଓ ନିଜ ପରିବାରକୁ ଲଗାଇଛନ୍ତି। ଘରର ସମସ୍ତ କାର୍ଯ୍ୟ ସାରିବା ପରେ ଅବଶିଷ୍ଟ ସମୟରେ ଡଙ୍ଗା ନିର୍ମାଣରେ ପରିବାରର ସମସ୍ତ ମହିଳା ଲାଗିପଡନ୍ତି। ଏମାନେ ଡଙ୍ଗା ପାଇଁ ସୋଲ, ପେଟି ଓ ରଙ୍ଗିନ କାଗଜ ବ୍ୟବହାର କରି ବେଶ ଦୁଇ ପଇସା ଉପାର୍ଜନ କରିଥାନ୍ତି। ୫ ଟଙ୍କାରୁ ଆରମ୍ଭ କରି ୧୦୦ଟଙ୍କା ପର୍ଯ୍ୟନ୍ତ କାଗଜ ଡଙ୍ଗାର ମୂଲ୍ୟ ରହିଥିଲା ବେଳେ ସାନଠାରୁ ବଡ଼ ଡଙ୍ଗା ପର୍ଯ୍ୟନ୍ତ ବିଭିନ୍ନ ଡିଜାଇନର ଡଙ୍ଗା ତିଆରି କରନ୍ତି। ଏହି କାଗଜ ଡଙ୍ଗା ପ୍ରସ୍ତୁତରେ ତାଙ୍କ ପରିବାର ଲୋକେ ସହଯୋଗ କରି ଆସୁଥିବା ବେଳେ ଭଲ ଦୁଇପଇସା ରୋଜଗାର କରିପାରୁଥିବା କହିଛନ୍ତି ସମସ୍ତେ। ସେପଟେ ଡଙ୍ଗା ତିଆରି ସରିବା ମାତ୍ରେ ଖବରପାଇ ଏହାକୁ ନେବା ପାଇଁ ପ୍ରକାଶଙ୍କ ଘରକୁ ଛୁଟି ଆସନ୍ତି ବ୍ୟବସାୟୀ। ପ୍ରକାଶଙ୍କ ହାତତିଆରି କାଗଜ ଡଙ୍ଗାର ବେଶ୍‌ ଚାହିଦା ବଜାରରେ ରହିଥିବା ବେପାରୀ କହିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରକୁ ଏହି ଡଙ୍ଗା ବିକ୍ରି ପାଇଁ ଯାଉଥିବା ମଧ୍ୟ ଡଙ୍ଗା ବ୍ୟବସାୟୀ କହିଛନ୍ତି। ଏହି କୁଟୀର ଶିଳ୍ପ ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇଦେଲେ ଏହିଭଳି କ୍ଷୁଦ୍ର କୁଟୀର ଶିଳ୍ପର ବିକାଶ ହୋଇପାରିବ ବୋଲି ଆଶା ରଖିଛନ୍ତି ଉଭୟ କାରିଗର ଓ ବ୍ୟବସାୟୀ। ଅନେକ ପର୍ବପର୍ବାଣି ସମୟରେ ଲୋକେ ବିଦେଶୀ ସାମଗ୍ରୀକୁ ଆପଣାଉଥିବା ବେଳେ ବିଶେଷକରି କାର୍ତ୍ତିକ ପୂର୍ଣ୍ଣିମା ସମୟରେ କିନ୍ତୁ ବଜାରରେ ପ୍ରକାଶଙ୍କ ହାତତିଆରି ଦେଶୀ ଡଙ୍ଗାର ବେଶ୍‌ ଚାହିଦା ରହିଥାଏ ା ଯାହାକୁ ନେଇ ପ୍ରକାଶଙ୍କ ପରିବାର ବେଶ ଉତ୍ସାହିତ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri